ଭଲ ମୁଁ ପାଏ ତୁମକୁ
ଫିକା ଫିକା ଆଜି ଏ ସାରା ଫଗୁଣ
ଆକାଶ ତ ରଙ୍ଗହୀନ
ତୁମେ ନାହଁ ବୋଲି ପବନ ବି ମୋତେ
କରିଦେଲା ସଙ୍ଗହୀନ ।।
ଫଗୁ ଫଗୁ ପରା ତୁମ ସେ ଚେହେରା
ନିଇତି ସପନେ ଦେଖେ
ସପନ କୁ ମୋର ସତ କରିଦିଅ
ଥରୁଟେ ଆସି ମୋ ପାଖେ ।।
ପ୍ରତିଟି ଫଗୁଣ ତୁମ ପାଇଁ ସାଥି
ସାଇତି ରଖିଛି ମନେ
ଅଭିମାନ ଛାଡ଼ି ଥରୁଟେ ଆସ ହେ
ବାନ୍ଧିନେବି ମୋ ବନ୍ଧନେ ।।
ସତ ମୁଁ କହୁଛି ମୋ ରାଣ ଖାଉଛି
ଭଲ ମୁଁ ପାଏ ତୁମକୁ
ତୁମବିନା ପ୍ରିୟା ମୁଁ ଯେ ଚେତାଶୂନ୍ୟ
ପଚାର ଯେ ଫଗୁଣକୁ ।।
ଦିବାନିଶି ଏବେ ତୁମ ଭାବନାରେ
ହେଉଛି ମୁଁ ଉବୁଡୁବୁ
ଡାହା ଖରାବେଳେ ଆକାଶକୁ ଚାହିଁ
ତାରା ଙ୍କୁ ଗଣୁଛି ସବୁ ।।
ଜିତେନ୍ଦ୍ର ଗିରି
ବାଲେଶ୍ୱର।
ବହୁତ ସୁନ୍ଦର କବିତା ।