- ଶୀର୍ଷକ:-“ଦୁର୍ଗତି ନାଶିନୀ ମା”
ଶଙ୍କଟ ହାରିଣୀ ଦୁର୍ଗତି ନାଶିନୀ
ଆହେ ମୋର ଦୁର୍ଗା ମାଆ ;
କରୁଣା କାରିଣୀ ସୁଖ ପ୍ରଦାୟିନୀ
ମାଆ ତୁ ଜଗତେ ସାହା|୧|
ପାପ ବିନାଶିନୀ ଅଭୟ ଦାୟିନୀ
ଦୁଃଖରେ ସୁଖର ରାହା ;
ଅଭାବୀ କୁ ଥରେ ତେରେଛି ଚାହିଁଦେ
ବୁଡିବ ଦୁଃଖର ନାଆ|୨|
ସଂସାର ରୁ ପାପ କରିଛୁ ମା ନାଶ
ନାଶି ମହିର୍ଷା ମର୍ଦ୍ଧିନୀ ;
ନାରୀ ମର୍ଯ୍ୟଦାର ସମ୍ମାନ ରଖିଛୁ
ସାଜି ମା ଲୋ ନାରାୟଣୀ|୩|
ଦୁଃଖୀ ଲୋତକରୁ ଅଶ୍ରୁଧାର ପୋଛି
ହସ ଦେଉ ଓଠେ ଭରି;
ପାପୀର ପାପକୁ ତାରୁଛୁ ଲୋ ମାଆ
ପାପୀକୁ ଦମନ କରି|୪|
ନିଜ ହାତେ ତୋର ସଂସାରକୁ ପାଳୁ
ସନ୍ତାନ ଭାବି ସଭିଙ୍କୁ ;
ହାତ ବଢାଇ ତୋ ସବୁ ବିପଦରୁ
ଉଦ୍ଧାର କରୁ ଦୁଃଖୀକୁ|୫|
ଏ କଳି ଯୁଗରେ ଉଭା ହୋଇଲେଣି
ଶତ ଶତ ମହିଶୂର;
କାମନା ଲୋଭରେ ଲଙ୍ଘି ଯାଉଛନ୍ତି
ସବୁ ସମ୍ପର୍କର ଡୋର|୬|
କାମନା ଲୋଭୀଙ୍କ ନଜରରେ ଆଜି
ସବୁ ଝିଅ ଏକ ସମ ;
ଆପଣା ଝିଅକୁ ବାସନା ଚକ୍ଷୁରେ
ଦେଖୁଥାନ୍ତି ରାତି ଦିନ|୭|
ଏଭଳି ପାପୀଙ୍କ ଦମନ ନିମନ୍ତେ
କରାଳ ରୂପ ତୋ ଧରି ;
ପୁଣି ଥରେ ମା’ଲୋ ଏ ଧରା ପୃଷ୍ଠକୁ
ଆ’ସେ ତୁ ଅବତରି|୮|
ଜଗତ ଜନନୀ ମାତୃ ସ୍ବରୂପିଣୀ
ଅମୃତ ଦାୟିନୀ ମାଆ ;
ଶତ ଶତ ନମଃ ପାଦ ପୟରେ ତୋ
ଜଗତକୁ ହେବୁ ସାହା|୯|
ॐ”ଯାଃ ଦେବୀ ସର୍ବଭୁଃତେଶୁ
ଶକ୍ତି ରୂପେଣ ସଂସ୍ଥିତା ‘
ନମଃ ତସ୍ୟେ ନମଃ ତସ୍ୟେ
ନମଃ ତସ୍ୟେ ନମୋ ନମଃ”ॐ
❤ସର୍ବେଶ୍ବର ସାହୁ❤
🇮🇳ଧାମନଗର-ଭଦ୍ରକ-ଓଡିଶା🇮🇳
❤🙏ରାଧେ ରାଧେ🙏❤
🙏❤ଜୟ ଜଗନ୍ନାଥ❤🙏