“ଜୀବନ ଖରା ଛାଇ ଖେଳ“
ଏଇତ ଜୀବନ ଖରା ଛାଇ ଖେଳ
ନିମିଷେ ବଦଳି ଯାଏ
କେବେ ହସ ପୁଣି କେବେ ଲୁହ ଦେଇ
କେବେ ସେ ବିଦାୟ ନିଏ
ଆସିବା ବେଳ ତ ସମସ୍ତେ ଜାଣନ୍ତି
ଯିବାବେଳ କିଏ ଜାଣେ
କିଏ ଏ ସଂସାରୁ ପାପ ପୁଣି କିଏ
ପୁଣ୍ୟର ସଉଦା କିଣେ
ଶେଷ ଯାତ୍ରା ପାଇଁ ମଶାଣି ଭୂଇଁକୁ
ଚାରି କାନ୍ଧ ପଡ଼େ ଖୋଜା
କିଏ ଜାଣେ କାହାପାଇଁ ସ୍ୱର୍ଗ ଆଉ
କାପାଇଁ ନରକ ସଜା
ସବୁତ ନିଜର କରମର ଫଳ
ଭାଗ୍ୟକୁ ନିନ୍ଦିବା କାଇଁ
ଭାଗ୍ୟ ଗଢ଼ାହୋଏ କରମକୁ ନେଇ
ଏକଥା ଭୁଲିବା ନାହିଁ
ଶ୍ରୀ ଅରେନ୍ଦ୍ର କୁମାର ଦାଶ
କହ୍ନେଇ ଓଗାଳପୁର, ବାହାନଗା, ବାଲେଶ୍ବର