ଜୀବନ
ସକାଳ ସୂରୁଯ ଢଳି ତ ଗଲାଣି
ଅପରାହ୍ନ ଯାହା ସାକ୍ଷୀ
ପଶ୍ଚିମା ସୂରୁଯ ହେବ ଅସ୍ତମିତ
ଆହୁରି ଦି’ଘଡି ବାକି
ବେଳ ତ ଆସିବ ବେଳ ଚାଲିଯିବ
ଏକଥା ସଭିଙ୍କୁ ଜଣା
ଯେତେଦିନ ଥିବା ହସିକି ଜିଇଁବା
ମନ କରିବାନି ଊଣା
ରୋଗ ଦୁଃଖ ଶୋକ ସବୁତ ଆସିବ
ଅସ୍ତ ବ୍ୟସ୍ତ ହେବ ମନ
ପର ଲୋକ ପୁଣି ଆପଣାର ହେବେ
ଦୂର ହେବେ ପରିଜନ
କି ଅବା ପାଇଲେ କିବା ହରାଇଲେ
ହିସାବରେ ନାହିଁ ଲାଭ
ଆଉ ଯେତେଦିନ ରହିବା ଜଗତେ
ଗୋବିନ୍ଦେ ରଖିବା ଭାବ..🙏
(ପ୍ରଦ୍ୟୁମ୍ନ କୁମାର ଚିହ୍ନରା, ପୁରୀ)