April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*Lets talk with Bharata Bandhu Biswal, who hails from Birajakshetra Jajpur, Odisha for Suryodaya_Sambhranta_Saraswat_Samman – 2022*

*Lets talk with  Bharatabandhu Biswal, who hails from Birajakshetra Jajpur, Odisha for Suryodaya_Sambhranta_Saraswat_Samman – 2022*

 

ପ୍ରିୟ

ସତୀର୍ଥ ସାହିତ୍ୟାତ୍ମନ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

 

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

 

ନାମ- ଶ୍ରୀ ଭରତବନ୍ଧୁ ବିଶ୍ୱାଳ

ପିତା ମାତା ଙ୍କ ନାମ-

ପିତା- ସ୍ୱର୍ଗତ ନୃସିଂହ ଚରଣ ବିଶ୍ୱାଳ

ମାତା– ସ୍ୱର୍ଗତ ଉମାରାଣୀ ବିଶ୍ୱାଳ

ସ୍ୱାମୀ/ସ୍ତ୍ରୀ ଙ୍କ ନାମ– ଶ୍ରୀମତି ମିନତୀ ବିଶ୍ୱାଳ

ମହୀସ୍ପର୍ଶ ତାରିଖ/ଜନ୍ମଦିନ–02/11/1958

ଶିକ୍ଷା ଗତ ଯୋଗ୍ୟତା– କଳାରେ ସ୍ନାତକ

ମେଲ ଆଇଡି- [email protected]

 

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

 

ନିଜ ପରିବାର,ସାଙ୍ଗସାଥି ଏବଂ ସମାଜ ସହିତ ସୁସମନ୍ୱୟ ରକ୍ଷା କରି ଜୀବନକୁ କିପରି ସରସ ସୁନ୍ଦର କରି ଗଢି ତୋଳିହେବ, ଗଭୀର ଅନୁଧ୍ୟାନ ଓ ଅନୁଶୀଳନ ପୂର୍ବକ କିଛି ଭଲ କଥା ଶିଖି କେମିତି ଫଳପ୍ରଦ ଭାବେ କାମରେ ଲଗାଇ ହେବ ସେ ପ୍ରୟାସ ମୁଁ ଅନବରତ ଜାରି ରଖିଛି । ନୀତି ଓ ଆଦର୍ଶ ପ୍ରତି ଅନୁରକ୍ତ ରହି ଆତ୍ମ ସଂଯମତା ରକ୍ଷାକରି ନିଜ କର୍ତ୍ତବ୍ୟ ସମ୍ପାଦନ କରିବା ଯୋଗୁ ସନ୍ତୋଷ ଓ ସମାଜରେ ପ୍ରତିଷ୍ଠା ଓ ପାତ୍ରତା ଅର୍ଜନ କରିବା ସୈ।ଭାଗ୍ୟ ମିଳିପାରିଛି ।

 

 

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

 

ଜୀବନରେ ଆସୁଥିବା ବହୁ ଝଡ଼ଝଞ୍ଜା, ବାଧାବିଘ୍ନ, ଅର୍ନ୍ତଦ୍ୱନ୍ଦ, ସା°ପ୍ରତିକ ସମୟରେ ଦେଖା ଯାଉଥିବା ଶିକ୍ଷା ତଥା ମୂଲ୍ୟବୋଧର ଅବକ୍ଷୟ, ହି°ସା 6ଦ୍ୱଷ ଓ ଛଳ ପ୍ରବଞ୍ଚନାର ଶୀକାର ହୋଇ ସରଳ କୋମଳ ମନଟି ଝାଉଁଳି ପଡୁଥିବା ବେଳେ, ନିରାଶ ଅନ୍ଧାର ମଧ୍ୟରେ କେବଳ ସାରସ୍ୱତ ଦୃଷ୍ଟିକୋଣଟି ଏକ ରଶ୍ମିରେଖା ସଦୃଶ ଉଙ୍କି ମାରିଥାଏ ।ଜୀବନ ସ°ଗ୍ରାମ ମଧ୍ୟରେ ସତ୍ୟର ଦିବ୍ୟ ପରିପ୍ରକାଶକୁ ଉନ୍ମୋଚିତ କରିବାରେ ସହାୟକ ହୁଏ । ଯତ୍ନର ସହିତ ହୃଦୟର ଭାବନାକୁ ସ°ଯୋଜିତ କରିପାରିଲେ ସାରସ୍ୱତ କଳ୍ପବୃକ୍ଷରେ ସବୁଜିମା ଭରିଉଠେ ।

 

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?

 

କବିତାରେ ନିଜକୁ ଅଧିକ ସ୍ୱଚ୍ଛନ୍ଦ ମନେକରେ । ଅଳ୍ପ କିଛି ଗଳ୍ପ ଓ ପ୍ରବନ୍ଧ ମଧ୍ୟ ଲେଖିଅଛି ।

 

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?

 

ମୋ ମତରେ ଭଲ କବିତା ବା ଗଳ୍ପଟିଏ ସତ୍ୟ ଆଧାରିତ ହୋଇଥିବ,ଶାନ୍ତି ଏବଂ ସମାଜର ମଙ୍ଗଳ କଲ୍ୟାଣ ପାଇଁ କିଛି ବାର୍ତ୍ତା ବହନ କରୁଥିବ ତଥା ସୁସ୍ଥ ସୁନ୍ଦର ଏବଂ ସାର୍ଥକ ଜୀବନ ସ୍ୱପ୍ନ ଉଜାଗର କରି ପାରୁଥିବ ।

 

 

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?

 

ପ୍ରାୟତଃ ମୋର ଅନୁଭୂତିର ବର୍ଣ୍ଣିଳ ଦିଗବଳୟ ମଧ୍ୟରେ ଗଭୀର ଜୀବନ ଦର୍ଶନ, ସରଳ ଭକ୍ତି ଭାବନା ଏବଂ ମାନବୀୟ ମୂଲ୍ୟବୋଧର ଅନ୍ତସ୍ୱର ଅନୁରଣିତ ହୁଏ, ମନ ଭିତରେ ସ୍ପନ୍ଦିତ ହେଉଥିବା କିଛି ଶବ୍ଦ ମାଧ୍ୟମରେ ଭାବକୁ ସୁସ୍ପଷ୍ଟ ଏବଂ ଜୀବନ୍ମୟ କରି ଏକ ସଚେତ ଉତ୍ତର ପ୍ରତ୍ୟୟ ଖୋଜି ପଦ୍ୟରୂପ ଦେବା ପ୍ରୟାସ କରେ ।

 

 

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?

 

ପ୍ରତ୍ୟେକ ସୃଷ୍ଟିର ଏକ ମହତ ଉଦ୍ଦେଶ୍ୟ ରହିଥାଏ ।ଚେତନା ସମ୍ବଳିତ ସାରସ୍ୱତ କୃତି ସବୁ ନିଶ୍ଚିତ ଭାବେ ସ୍ରଷ୍ଟାଙ୍କୁ ଯତ୍ନର ସହିତ ସମ୍ପାଦନ କରିବାକୁ ପଡିଥାଏ ।

 

୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।

 

ମୋର ସାରସ୍ୱତ ଧ୍ୟେୟ ଯାତ୍ରାରେ ମୋତେ ବଞ୍ଚି ରହିବାକୁ ପ୍ରବୋଧନା,ପ୍ରେରଣା ଓ ନୂତନ ରାହା ଦେଖାଇଛି ।ନିଷ୍ଠାପର ଏବଂ ଉତ୍ସର୍ଗୀକୃତ ଭାବେ ମୋର ଦାୟିତ୍ୱ ଏବଂ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଶକ୍ତି ଯୋଗାଇଛି । ମୋତେ ଜୀବନ କ୍ଷେତ୍ରରେ ଅନନ୍ୟ ସଫଳତା ପ୍ରଦାନ କରିଛି । ସେବାକାଳ ମଧ୍ୟରେ ଭାରତର ମହାମହିମ ରାଷ୍ଟ୍ରପତି ଙ୍କ ଠାରୁ ରୈ।ପପଦକ ଏବଂ ସନନ୍ଦ, ସାରସ୍ୱତ କୃତି ପାଇଁ ଓଡିଶାର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ରୁ ସମ୍ବର୍ଦ୍ଧନା ଓ ଦେଶର ଅଗ୍ରଣୀ ବହୁଭାଷୀ ଡିଜିଟାଲ ସାହିତ୍ୟ ପ୍ରତିଷ୍ଠାନ ଷ୍ଟୋରିମିରର ତରଫରୁ ବର୍ଷ 2021ରେ ଶ୍ରେଷ୍ଠ ଲେଖକ ସମ୍ମାନ ପ୍ରାପ୍ତ ହୋଇପାରିଛି ।

 

 

୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?

 ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?

 

ଏକ ମଧ୍ୟବିତ୍ତ କୃଷକ ପରିବାରେ ଜନ୍ମଲାଭ କରି ଗ୍ରାମାଞ୍ଚଳରେ ଅଭାବ ଓ ଦୁଃଖକଷ୍ଟରେ ଶିକ୍ଷା ଗ୍ରହଣ କରିଛି ।ଛାତ୍ରାବସ୍ଥାରେ ବିଶେଷ ପତ୍ରପତ୍ରିକା ପଢିବା ସୁଯୋଗ ମିଳିନଥିଲା ।ସ°ଯୋଗକୁ କିଛି ବର୍ଷ ଏକ ପାଠାଗାର ସମ୍ପାଦନା ଦାୟିତ୍ୱ ତୁଲାଉଥିବା ବେଳେ ଝଙ୍କାର, ପୈ।ରୁଷ,ନବରବି, ସହକାର ଆଦି ବିଭିନ୍ନ ପତ୍ରପତ୍ରିକା ଏବଂ ବହୁ ପୁସ୍ତକ ପଢିବାକୁ ମିଳିଥିଲା ।ବିନୋଦ କାନୁନଗୋଙ୍କ ଜ୍ଞାନ ମଣ୍ଡଳ ଖଣ୍ଡ ଗୁଡିକୁ ଖୁବ୍ ଆଗ୍ରହ ସହିତ ପଢିଥିଲି ।ଯାହା ହାତ ପାଖରେ ପାଉଥିଲି ମନଯୋଗ ପୂର୍ବକ ପଢିନେବା ସୁଯୋଗକୁ କେବେ ହାତଛଡା କରୁ ନଥିଲି ।

୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?

 

 ଆମ ଭାଷାର ପ୍ରତିଟି ଅକ୍ଷର ଓ ଶବ୍ଦ ହୃଦୟ ଓ ପ୍ରାଣକୁ ଗଭୀର ଭାବେ ଆହ୍ଲାଦିତ ବା ପ୍ରଭାବିତ କରିବା ଭଳି ଅହେତୁକ ଶକ୍ତି ଧାରଣ କରିଥାନ୍ତି।

ଦୁଃଖ ନୈରାଶ ମଧ୍ୟରେ ଭାଙ୍ଗି ପଡୁଥିବା ମନକୁ ବୁଝାଇବା ପାଇଁ ସ୍ୱଭାବ କବିଙ୍କ ଏହି ପଙ୍କ୍ତିଟି ମୋ ଜୀବନରେ ମନ୍ତ୍ର ପରି କାମରେ ଆସିଛି ।

ବିଶ୍ୱ ଦେଖ ମଧୁମୟରେ ଜୀବନ

ବିଶ୍ୱ ଦେଖ ମଧୁମୟ

ମଧୁର ଝରଣ କରିବ ହରଣ

ତୋ ପାପ ମରଣ ଭୟ । 

ଏହି ପଦଟି ମାତ୍ର

ବାରମ୍ବାର ଆବୃତ୍ତି କରି ବହୁ ଦୁସ୍ଥିତିରେ ମନକୁ ସ୍ଥିର ଓ ଶାନ୍ତ ରଖିବାକୁ ମୁଁ ସକ୍ଷମ ହୋଇଛି ।

 

୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?

 

ପ୍ରାଚୀନ ସାହିତ୍ୟ ରସ,ଛନ୍ଦ ଓ ଗୁଣାତ୍ମକ ମୂଲ୍ୟବୋଧ ପରିପୂର୍ଣ୍ଣ ହୋଇ ଆଦର୍ଶ ସମାଜ କେନ୍ଦ୍ରିକ ହୋଇଥିବା ବେଳେ ଆଧୁନିକ ସାହିତ୍ୟ ବ୍ୟକ୍ତି କେନ୍ଦ୍ରିକ ,ଅସ୍ପଷ୍ଟ,ଦୁର୍ବୋଧ୍ୟ ତଥା ଜଟିଳ ବିଷୟ ଜର୍ଜରିତ ହୋଇପଡୁଥିବା ପ୍ରତୀୟମାନ ହେଉଛି ।

 

୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

 

କବି ସ୍ୱତଃ ସ୍ପୂର୍ତ୍ତ ଭାବେ ନିଷ୍ଠା ପୂର୍ବକ ସର୍ଜନ କର୍ମ କରି ଚାଲୁଥାଏ ।ସମୟର କଷଟୀରେ ବହୁ ପରୀକ୍ଷା ନୀରିକ୍ଷା ପରେ ସୃଷ୍ଟିର ମହତ୍ତ୍ୱ ଏବଂ ଔଜଲ୍ୟତା ପ୍ରତିପାଦିତ ହୋଇଥାଏ । ସୁନ୍ଦର ସାରସ୍ୱତ ସାଧନାର ବିକାଶ ପାଇଁ ଅନୁକୂଳ ପରିବେଶ ଏବଂ ପ୍ରୋତ୍ସାହନ ଯୋଗାଇ ଦିଆଯିବା ସମାଜ ପାଇଁ ହିତକର ।

 

 

୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

 

ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପାଇଁ ସବୁ ସ୍ତରରୁ ଉଦ୍ୟମ ହେବା ଆବଶ୍ୟକ ।ପୁରାତନର ସ°ରକ୍ଷଣ, ପଠନ ଏବଂ।ନୂତନ ଗୁଣାତ୍ମକ ସାହିତ୍ୟ ବିକାଶ ପାଇଁ ପ୍ରଯତ୍ନଶୀଳ ହେଲେ ଆମ ମାତୃଭାଷା ଓଡ଼ିଆ ଉଜ୍ଜ୍ବଳ ସମ୍ଭାବନା ସୃଷ୍ଟି କରିପାରିବ ।

୧୩-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

 

ସହଜ ସରଳ ଏବଂ ସ୍ପଷ୍ଟଭାବେ ନିଜ ହୃଦୟର ଭାବାବେଗକୁ ପରିପ୍ରକାଶ କରନ୍ତୁ, ସତ୍ୟ ସୁନ୍ଦର ଜୀବନ ଦର୍ଶନରେ ବିଶ୍ୱାସ ରଖି ସାଧନା ଜାରି ରଖନ୍ତୁ, ସାରସ୍ୱତ କ୍ଷେତ୍ରରେ ସର୍ବଦା ସ୍ୱଚ୍ଛତା ରକ୍ଷାକୁ ସୁନିଶ୍ଚିତ କରନ୍ତୁ ।

 

୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ।

 

ସାହିତ୍ୟ କ୍ଷେତ୍ରରେ ସୁସମନ୍ୱୟ ରକ୍ଷା କରି କିପରି ସୁଷମ ସାଙ୍ଗଠନିକ ବିକାଶ ସାଧିତ ହୋଇ ପାରିବ, ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି । ସମାଜର ହିତ ସାଧନ ପାଇଁ ସାହିତ୍ୟ ନିଶ୍ଚିତ ରୂପେ ତାର ମର୍ଯ୍ୟାଦା ସମ୍ପନ୍ନ ପ୍ରତିଷ୍ଠା ଲାଭ କରିବା ଉଚିତ ।

 

୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

 

ଆଗରୁ ଅଳ୍ପ କିଛି କିଛି ଲେଖୁଥିଲି । ବିଶେଷ କରି ଦୁର୍ଦ୍ଦିନ ମହାମାରୀ ସମୟରେ ମୋ ମନରେ ପ୍ରବଳ କାବ୍ୟିକ ଅନ୍ତସ୍ରୋତ ପ୍ରବାହକୁ ଅନୁଭବ କରିଅଛି ।

 

୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

 

ସାହିତ୍ୟର ଅନଲାଇନ ପ୍ରବେଶ ଯୋଗୁ ମୋ ପରି ଅନେକ ସ୍ରଷ୍ଟା ଉତ୍ସାହ ଓ ପ୍ରେରଣା ଲାଭ କରୁଛନ୍ତି । ନିଜ ସୃଷ୍ଟି କୁ ସହଜରେ ପାଠକଙ୍କ ନିକଟରେ ପହଞ୍ଚାଇ ପାରୁଛନ୍ତି । ଅବଶ୍ୟ କିଛି ଅସାଧୁ ବ୍ୟକ୍ତି ଏହାର ଦୁରୁପଯୋଗ କରି ସୁବିଧା ଉଠାଉଛନ୍ତି ।

 

୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

 

ବିକ୍ଷିପ୍ତ ଏବଂ ଅସଙ୍ଗଠିତ ଭାବେ ସଞ୍ଚରଣଶୀଳ ସାରସ୍ୱତ ଦିଗନ୍ତରୁ ଉପଯୁକ୍ତ ସୃଷ୍ଟି ଚୟନ ପୂର୍ବକ ସ୍ରଷ୍ଟାଙ୍କୁ ଆଲୋକକୁ ଆଣିବାକୁ ଉତ୍ତମ ପ୍ରୟାସ କରୁଥିବା ଏପରି ସ୍ୱନାମଧନ୍ୟ ପ୍ରତିଷ୍ଠାନ ସମ୍ବନ୍ଧରେ ଅବଗତ ହୋଇ ଖୁସୀ ଲାଗିଲା । ସାହିତ୍ୟର ବୃହତ୍ତର ଆଭିମୁଖ୍ୟ ପ୍ରତି ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନର ଅଙ୍ଗୀକାରବଦ୍ଧତା ଅଭିନନ୍ଦନୀୟ ।

 

୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ  କିଛି କୁହନ୍ତୁ?

ମୋର ଜୟ ମାଆ ସର୍ବମଙ୍ଗଳା ଓ ମାଆ ବାସୁଳେଇ ସାହା ଭରସା ନାମକ ଦୁଇଟି କ୍ଷୁଦ୍ର ଭକ୍ତି ପୁସ୍ତିକା ଏବଂ ଷ୍ଟୋରିମିରର ପ୍ରତିଷ୍ଠାନ ଦ୍ବାରା ପ୍ରତିଯୋଗୀତାରେ ବିଜୟୀ ଘୋଷିତ ହୋଇ ଆକାଶ କୁସୁମ ଇ-ପୁସ୍ତକ ପ୍ରକାଶିତ ହୋଇଅଛି ।

 

୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?

 

ହୋଇନାହିଁ ।

 

୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?

କାରଣ ଏହି ପ୍ରତିଷ୍ଠାନ ସାରସ୍ୱତ କ୍ଷେତ୍ରରେ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ସୂଚନା ସ°ଗ୍ରହ,ବିଶ୍ଳେଷଣ ଓ ଆଭିମୁଖ୍ୟ ରଖିଥିବା ଏବଂ ନିର୍ଭରଯୋଗ୍ୟ ପଦ୍ଧତି ଅନୁସରଣ କରୁଥିବା ପରିଲକ୍ଷିତ ହେଉଛି ।

 

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ

 

ସାହିତ୍ୟକୁ ମଣ ନାହିଁ ଶସ୍ତା

  —-

ମଣ ନାହିଁ କେବେ ସାହିତ୍ୟକୁ ଶସ୍ତା

          ସାହିତ୍ୟିକ କ୍ରିତଦାସ

କିଣିନେବ ମୁଣ୍ଡ ପ୍ରତାରକ ଭଣ୍ଡ

         କରି ପ୍ରଲୋଭିତ ବଶ ।

କାଗଜର ଫୁଲ ନୁହଁଇ ସାହିତ୍ୟ

          ସୁଗନ୍ଧ ସୁବାସହୀନ

ସାହିତ୍ୟ ନୁହଁଇ ଖେଳନା କଣ୍ଢେଇ

       ସାହିତ୍ୟ ଅଟେ ଜୀବନ ।

ସାହିତ୍ୟରୁ ସୃଷ୍ଟ ଦର୍ଶନ ବିଜ୍ଞାନ

          ଭାବ ସମୁଦ୍ର ସାହିତ୍ୟ

ସାହିତ୍ୟ ସୁନ୍ଦର ଜୀବନ ଆନନ୍ଦ

         କଳ୍ପ ଚିରନ୍ତନ ସତ୍ୟ ।

ସାହିତ୍ୟ ଉଜ୍ଜ୍ୱଳ ଆଲୋକିତ ଶିଖା

         ବେଦଶାସ୍ତ୍ର ଦିବ୍ୟଜ୍ଞାନ

ପୁରାଣ ପୁରୁଷ ପରମ ଈଶ୍ୱର

          ସୁସାହିତ୍ୟ ସୁଦର୍ଶନ ।

ସର୍ଜନ ଶକତି ଅନନ୍ୟ ପ୍ରତିଭା

         ସାହିତ୍ୟ ଦିବ୍ୟ ଆୟୂଧ

ପ୍ରବହେ ଜୀବନ ରୂପ ରସ ରଙ୍ଗ

        ଉନ୍ମଷେ ଜୀବନବୋଧ ।

ନୁହେଁ ପ୍ରାଣହୀନ ଦର୍ପଣ କେବଳ

          ସାହିତ୍ୟ ପଦାର୍ଥ ଜଡ଼

ନୁହଁ ଇ କୃତ୍ରିମ ସୃଷ୍ଟି ପ୍ରାକୃତିକ

         ସାହିତ୍ୟ ବିନ୍ଦୁ ବିସର୍ଗ ।

ବିକଶେ ଚରିତ୍ର ଆଦର୍ଶ ଉତ୍ତମ

         ସାମାଜିକ ମୂଲ୍ୟବୋଧ

ସଙ୍କଳେ ସାହିତ୍ୟ ଗାଥା ଓ କବିତା

          ଅମୂଲ୍ୟ ସମ୍ପଦ ବେଦ ।

ଭାଷା ସୁମଧୁର ଅମୃତ ନିର୍ଝର

          ସାହିତ୍ୟ ପଞ୍ଚମ ସ୍ୱନ

ଭରେ ଅନୁରାଗ ସ୍ନେହ ପ୍ରୀତି ପ୍ରେମ

         ଉଲ୍ଲସେ ଜୀବନ ପ୍ରାଣ ।

ହ୍ରଦ ସହସ୍ରାରେ ପୁଷ୍ପ ଶତଦଳ

          ସାହିତ୍ୟ ନୀଳ କମଳ

ବିକଶୁ ସୁରଭି ସ୍ୱର୍ଗୀୟ ସୁଷମା

          ପ୍ରବହୁ ମଳୟାନିଳ ।

             —–

ଶ୍ରୀ ଭରତବନ୍ଧୁ ବିଶ୍ୱାଳ

ଉପର ବରୁଆଁ ,କବୀରପୁର ,ଯାଜପୁର

 

ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।

 

ଇତି

ଆପଣଙ୍କ ପ୍ରତିଭାମୁଗ୍ଧ

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ

ଅଡା, ବାଲେଶ୍ଵର ଓଡିଶା

Loading

Leave a Reply

Your email address will not be published. Required fields are marked *