March 19, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*Lets talk with Kunjabihari Dalai, who hails from Byasabhumi Baleswar, Odisha for Suryodaya_Sambhranta_Saraswat_Samman – 2022*

 

*Lets talk with Kunjabihari Dalai, who hails from Byasabhumi Baleswar, Odisha for Suryodaya_Sambhranta_Saraswat_Samman – 2022*

ପ୍ରିୟ
ସତୀର୍ଥ ସାହିତ୍ୟାତ୍ମନ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

ନାମ– କୁଞ୍ଜବିହାରୀ ଦଳାଇ

ପିତା ମାତା ଙ୍କ ନାମ-

ପିତା– ୰ସୁଧୀର କୁମାର ଦଳାଇ

ମାତା– ତିଳୋତ୍ତମା ଦଳାଇ

ସ୍ତ୍ରୀ ଙ୍କ ନାମ– ଆରତୀ ଦଳାଇ

ମହୀସ୍ପର୍ଶ ତାରିଖ/ଜନ୍ମଦିନ–
ତା ୦୪:୦୪:୧୯୫୮

ଶିକ୍ଷା ଗତ ଯୋଗ୍ୟତା–
ମ୍ୟାଟ୍ରିକ

ମେଲ ଆଇଡି-

[email protected]

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

ପରିବାର ବା ସମାଜ ହିତରେ ନିୟୋଜିତ ହୋଇପାରିଲେ ନିଜ ଭିତରେ ଖୁସି ଅନୁଭବ କରେ ।ମୋ ବିଷୟରେ କିଏ କ’ଣ ଚର୍ଚ୍ଚା କରୁଛି , ସେଥିପ୍ରତି ଗୁରୁତ୍ୱ ଦିଏନି।

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

ସାହିତ୍ୟ ମୋ ଜୀବନ ଉପରେ ନିଶ୍ଚୟ ପ୍ରଭାବ ବିସ୍ତାର କରିଛି। ନଚେତ୍ ଲେଖା ଲେଖି ଅସମ୍ଭବ। ଏବେତ ସାହିତ୍ୟ କୁ ନେଇ ବେପାର ଆରମ୍ଭ ହୋଇଯାଇଛି।କଲମ ଯେ ଧରିଲା ସେ ଜଣେ ସାହିତ୍ୟିକ ର ଡିଣ୍ଡିମ ପିଟୁଛି। କେବଳ ପ୍ରଶଂସା ପଛରେ ପଡ଼ିଛନ୍ତି। ସାହିତ୍ୟ ର ସମୃଦ୍ଧି ବିଷୟରେ ଅଧିକାଂଶ ସହିତ୍ୟିକଙ୍କର ଲକ୍ଷ୍ୟ ନାହିଁ।

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?

କେବଳ କବିତା ଲେଖେ।

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?

ନିର୍ଭୁଲ ଶଦ୍ଦ ପ୍ରୟୋଗ ତଥା ସମାଜ ପାଇଁ ମଙ୍ଗଳକାରୀ ଲେଖା କୁ,ଯିଏ କି ଆମକୁ କିଛି ଶିକ୍ଷା ପ୍ରଦାନ କରିଥାଏ।

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି ?

ସଂସ୍କାରଧର୍ମୀ ଲେଖା ମାଧ୍ୟମରେ ସମାଜକୁ ପ୍ରତି ବିଷୟରେ ସଚେତନ ରହିବାକୁ ପରାମର୍ଶ ଦେବାକୁ ଭଲପାଏ।

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?

ମୋ ନିଜସ୍ୱ ଅନୁଭୂତି ଲେଖି ହୋଇଯାଏ।

୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।

ମୋ ମତରେ, ଲେଖା ମାଧ୍ୟମରେ ସମାଜରେ ଯେବେ କିଛି ପରିବର୍ତ୍ତନ ଆଣିପାରିଲୁ ତାହାହିଁ ସାରସ୍ବତୀୟ ସଫଳତା।
ମୁଁ ନିଜକୁ ଏବେବି ଜଣେ ସୁସାହିତ୍ୟିକ ବୋଲି ଭାବୁନି ,ଏଣୁ ସାହିତ୍ୟ କ୍ଷେତ୍ରରେ ସଫଳତା ହାସଲ କରିଛି ବୋଲି କେମିତି କହିବି?

୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?
ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?

ଦୁର୍ମୁଖ , ଜହ୍ନମାମୁଁ , ନିଆଁଖୁଣ୍ଟା ଇତ୍ୟାଦି।
ପ୍ରତ୍ୟେକ ଶ୍ରେଣୀର ପଢାବହି।

୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?

ହଁ, ୨୦୨୦ ମସିହା ଅପ୍ରେଲ ୧୯ ତାରିଖରେ ପଡୋଶୀଙ୍କ ଜନ୍ମ ଦିନ ଅବସରରେ ଏକ ଚାରି ଧାଡ଼ିର କବିତା ଲେଖି ଦେଇଥିଲି । ତାକୁ ପଢି ସାନବୋହୁ କବିତା ଲେଖିବା ପାଇଁ ବାଧ୍ୟ କଲେ ,(ଏକ ପ୍ରକାର ପଛରେ ପଡ଼ିଗଲେ କହିଲେ ଅତ୍ୟୁକ୍ତି ହେବନାହିଁ )। ସେହି ଦିନ ରାତିରେ ଶ୍ରୀଶ୍ରୀ ରଘୁନାଥ ଜୀଉ🙏 ( ଆମ ପରିବାର ର କୁଳ ଦେବତା ) ଙ୍କୁ ସ୍ମରଣ କରି
ମୋ ଅପାରଦର୍ଶୀତା ବିଷୟରେ ଜଣାଇ ଶୋଇଲି, ବଡ଼ି ଭୋରରୁ ମୋ ଭିତରେ ଲେଖା ଶକ୍ତି ଜାଗ୍ରତ ହେବାର ଅନୁଭବ କଲି। ଡେରି ନକରି ତାକୁ କାର୍ଯ୍ୟକାରୀ କଲି ।କରୋନା ସମୟ ସେ ବାବଦରେ ଲେଖିବାକୁ ଇଚ୍ଛା ହେଲା,ଲେଖିଲି ମଧ୍ୟ।ସେହି ଦିନଠାରୁ ଲେଖି ଚାଲିଛି।

୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?

ପ୍ରାଚୀନ ଲେଖା ଏବର ଲେଖା ଭିତରେ ଆକାଶ ପାତାଳ ଫରକ। ସେତେବେଳର ଲେଖା ସମାଜ ପାଇଁ କିଛି ଶିକ୍ଷା ପ୍ରଦାନ କରିବା ସହିତ ଚିତ୍ତାକର୍ଷକ ଥିଲା , ତାହା ଏବର ଲେଖାରେ କ୍ଵଚିତ ଦୃଶ୍ୟମାନ ହୁଏ।ଛନ୍ଦବୋଧ ଗୀତି କବିତା ତ ଆଦୌ ଦେଖିବାକୁ ମିଳୁନି।

୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

ଆତ୍ମସନ୍ତୋଷ।

୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

ବର୍ତମାନ ପ୍ରାୟତଃ ଅଧିକାଂଶ ଲେଖା ସାହିତ୍ୟ ର ମଜାକ୍ ଉଡାଉଛି।
ଯେମିତି ଚାଲିଛି ଯଦି ସେମିତି ଚାଲେ , ସାହିତ୍ୟ ପାଇଁ ଭବିଷ୍ୟତ ଆଦୌ ଶୁଭଙ୍କର ନୁହେଁ।

୧୩-ଯେଉଁମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

ସବୁବେଳେ ନିଜକୁ ସାହିତ୍ୟ କ୍ଷେତ୍ରରେ ଜଣେ ବାଧ୍ୟ ଛାତ୍ର /ଛାତ୍ରୀ ମନେକର। ଲେଖିବା ଶିଖିବାର ଭାବନା ନେଇ ଆଗକୁ ମାଡି ଚାଲ।

୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?

ଯୋଜନା ପ୍ରସ୍ତୁତ କରିଦେଲେ ସାହିତ୍ୟରେ ଉନ୍ନତି ଘଟିବ ନାହିଁ।ତାକୁ କାର୍ଯ୍ୟକାରୀ କରିବା ଜରୁରୀ। ପ୍ରତ୍ୟେକ ସାହିତ୍ୟ ଅନୁଷ୍ଠାନ, ସାହିତ୍ୟ ପ୍ରେମୀ ପାଠକ, ପାଠିକା ଯେବେ ସଜାଗ ହେବେ (ଅର୍ଥାତ୍ ପାଠକୀୟ ମତାମତ ରେ ନିର୍ଦ୍ବନ୍ଦ୍ବରେ ଲେଖାର ଭୁଲ୍ ଦର୍ଶାଇବେ ।) ତାହାଲେ ଭବିଷ୍ୟତରେ ନିଶ୍ଚୟ ସୁଧାର ଆସିବ।

୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

ନାଁ, ଏଯାଏଁ ମୁଁ ସେମିତି ଅନୁଭବ କରିନାହିଁ।

୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ବେଶ୍ ଶୁଭ ଦାୟକ।ନିଜ ପ୍ରତିଭାର ପ୍ରଦର୍ଶନ ପାଇଁ ସୁନ୍ଦର ମଞ୍ଚ ଟିଏ।

୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

ଅଳ୍ପ ଦିନର ଅଭିଜ୍ଞତା କହେ,ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ, ଭାଷା ସାହିତ୍ୟକୁ ବିଶ୍ବ ଦରବାରରେ ସ୍ବତନ୍ତ୍ର ଆସନ ଅଳଙ୍କୃତ କରିବାରେ ସର୍ବଦା ଚେଷ୍ଟିତ। ଚେଷ୍ଟା ଜାରି ରହୁ।

୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ  କିଛି କୁହନ୍ତୁ?

ନାଁ

୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?

ହଁ, ହୋଇଛି। ଏହି ୱେବସାଇଟ୍ ରେ ମୋ ଲେଖା ପ୍ରକାଶିତ ହେବା ଫଳରେ ନିଜ ଦେଶ ସହିତ ବାହାର ଦେଶରେ ମଧ୍ୟ ମୋ ଲେଖାର ପ୍ରଚାର ପ୍ରସାର ହୋଇପାରୁଛି। ଓଡ଼ିଶାରେ ଛତୁ ଫୁଟିଲା ଭଳି ଗ୍ରୃପ୍ ମାନ ମୁଣ୍ଡ ଟେକିଥିଲେ ମଧ୍ୟ ବାହାର ଦେଶରେ ଆମ ଭାଷା ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଅସମର୍ଥ।ସେ କ୍ଷେତ୍ରରେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ଏ ଅଭିନବ ପ୍ରୟାସ ପ୍ରଶଂସନୀୟ।

୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ

ସାହିତ୍ୟ ଅଟଇ ଜ୍ଞାନ ଗର୍ଭ ଗ୍ରନ୍ଥ
ଶିକ୍ଷା ମୂଳକ ରଚନା ,
ଜାତିର ଉନ୍ନତି ନୁହଁଇ ସମ୍ଭବ
ସାହିତ୍ୟ ସାଧନା ବିନା ।

ଭାଷାର ଉନ୍ନତି ଦେଶର ପ୍ରଗତି
କହିଛନ୍ତି ବିଜ୍ଞ ଜନ ,
ଲିଖନ ପଠନ ଶୁଦ୍ଧତା ନଥିଲେ
ଶିକ୍ଷା ସବୁ ଅକାରଣ ।

ପୂର୍ବ ସାହିତ୍ୟିକ, କବି ଓ ଗାଳ୍ପିକ
ପାଇଁ ଗର୍ବିତ ଓଡ଼ିଶା ,
ଲେଖନୀ ମାଧ୍ୟମେ ଦେଖାଇ ଅଛନ୍ତି
ସମାଜକୁ ନୂଆ ଦିଶା ।

ବଢି଼ଅଛି ଏବେ ସାହିତ୍ୟିକ ସଂଖ୍ୟା
ବଢୁନି ସାହିତ୍ୟ ମାନ,
ସାହିତ୍ୟିକ ନିଜ ପ୍ରଚାର ରେ ବ୍ୟସ୍ତ
ଏହାହିଁ ମୁଖ୍ୟ କାରଣ ।

ସମ୍ମାନ ପ୍ରତିଷ୍ଠା, ପଛେ ଗୋଡାଇବ
ଲେଖାରେ ରଖିଲେ ନିଷ୍ଠା ,
ସ୍ବାର୍ଥେ ହୋଇ ଅନ୍ଧ ଲେଖନୀ ଚାଳନା
ବିଫଳ ମାତ୍ର ପ୍ରଚେଷ୍ଟା ।

ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।

ଇତି
ଆପଣଙ୍କ ପ୍ରତିଭାମୁଗ୍ଧ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର ଓଡିଶା
+91 6371 596 159, +91 79781 49416,+91 99217 15179, +91 94381 84795, 9340045335

Loading

Leave a Reply

Your email address will not be published. Required fields are marked *