March 19, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

Lets talk with Jayalaxmi Sethi, who hails from Cuttack, Odisha for Suryodaya_Sambhranta_Saraswat_Samman – 2022

*Lets talk with Jayalaxmi Sethi, who hails from Cuttack, Odisha for Suryodaya_Sambhranta_Saraswat_Samman – 2022*

 

ପ୍ରିୟ

ସତୀର୍ଥ ସାହିତ୍ୟାତ୍ମନ

 

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

 

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

 

ନାମ- ଜୟଲକ୍ଷ୍ମୀ ସେଠୀ

ପିତା ମାତା ଙ୍କ ନାମ-

ପିତା- ଜଗବନ୍ଧୁ ସେଠୀ

ମାତା– କମଳିନୀ ସେଠୀ

ସ୍ୱାମୀ/ଙ୍କ ନାମ — ପ୍ରଫେସର( ଇଂ ) ସୁଶାନ୍ତ କୁମାର ସେଠୀ

ମହୀସ୍ପର୍ଶ ତାରିଖ/ଜନ୍ମଦିନ–୨୭/୩/୧୯୭୮

ଶିକ୍ଷା ଗତ ଯୋଗ୍ୟତା–BA, BBA, PG 

ମେଲ ଆଇଡି- [email protected]

 

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।

ମୁଁ ଜଣେ ଗୃହିଣୀ । ସାହିତ୍ୟ ମୋର ନିଃଶ୍ୱାସ ଭାବରେ ଗ୍ରହଣ କରିନେଇଛି । ସଂଯୋଜୀକା, ସମ୍ପାଦିକା, ଔପନ୍ୟାସିକା ଗାଳ୍ପିକା କବି ଲେଖିକା ଭାବରେ ଅନେକ ଅନୁଷ୍ଠାନ ରୁ ସମ୍ବର୍ଦ୍ଧିତ ହବା ସହିତ ମଞ୍ଚ ପରିଚାଳନା କରିଅଛି । ସାମ୍ବାଦିକା ଭାବରେ ମଧ୍ୟ କାମ କରିଛି । ଅନେକ ଚାନେଲ୍ ରେ ସାକ୍ଷାତ କାର ଦେଇଛି ।

 

 

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

ହିଁ ଆଜ୍ଞା , ଅନେକ ସମସ୍ୟା ତ ଆସିଛି କିନ୍ତୁ ସାହିତ୍ୟ ନେଇ ବଞ୍ଚିବାର ଅନେକ ଆନନ୍ଦ ଅନୁଭବ କରି ଛି । ମୋ ସ୍ୱାମୀଙ୍କର ସହଯୋଗ ବହୁତ୍ ପ୍ରେରଣା ପ୍ରଦାନ କରିଛି । ସମାଜର ମଙ୍ଗଳ କାମନା ଓ ଶୃଙ୍ଖଳିତ ପାଇଁ କିଛି କରିପାରିଲେ ମୋ ସାହିତ୍ୟ ଜୀବନ ଅନେକ ଧନ୍ୟ ହେବ ବୋଲି ଜଗନ୍ନାଥଙ୍କୁ ପ୍ରାର୍ଥନା ।

 

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?

ମୁଁ ପ୍ରଥମେ ବେଶି ଗୀତି କବିତା ସହିତ ଅନ୍ୟ କବିତା ଲେଖୁ ଥିଲି । ଉପନ୍ୟାସ, ଗଳ୍ପ ମଧ୍ୟ ଅନେକ ଲେଖିଛି । ବିଶେଷ କରି ଜଗନ୍ନାଥଙ୍କ ଉପରେ ବେଶି ଲେଖିବାକୁ ଭଲ ଲାଗିଛି । ତେଣୁ ଗୀତା, ଭାଗବତ, ଜଗନ୍ନାଥଙ୍କ ସଂସ୍କୃତି ଉପରେ ବେଶି ଲେଖିଛି । ରମ୍ୟରଚନା ବହୁତ୍ କମ୍ ଲେଖିଛି ।

 

 

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?

ଯାହା ସମାଜ ଶୃଙ୍ଖଳିତ ଓ ମଙ୍ଗଳ ପାଇଁ ଏବଂ ଭାଷା ର ସମ୍ମାନ ଓ ଉନ୍ନତି ପାଇଁ ସାହାର୍ଯ୍ୟ ଓ ପ୍ରେରଣା ଦେଉଥିବ ।

 

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?

କୁ ସଂସ୍କାର କୁ ତ୍ୟାଗ କରି ଶୃଙ୍ଖଳିତ ଜୀବନ ଗଢ଼ିବାକୁ ସଂକଳ୍ପ କରିବା ଦରକାର । ଏବଂ ଭାଷାର ସୁରକ୍ଷା ପାଇଁ କିଛି କରିବା ଦରକାର ।

 

 

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?

 

ଲେଖିହୋଇଯାଏ ….।

 

୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।

ସମସ୍ତଙ୍କ ଭିତରେ ନୂଆ ପ୍ରେରଣା ସୃଷ୍ଟି କରିବା ଏବଂ ନକରାତ୍ମକ କାର୍ଯ୍ୟରୁ ନିବୃତ କରିବା ।

ହଁ,

ଅନେକ ସଫଳତା ମୁଁ ପାଇଛି

ଅନେକ ମଞ୍ଚରୁ , କେତେ channel ରେ ସାକ୍ଷାତ କାର ସହିତ ସମ୍ମାନିତ ହୋଇଛି । 

 

୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?

ଅନେକ ଅଛି ….

ସତ୍ୟବାଦୀ, ସମ୍ବାଦ, etc

 ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?

ଯାଜ୍ଞାସେନୀ, ଛଅ ମାଣ ଆଠଗୁଣ୍ଠ etc

 

୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ? 

 

ହଁ

ରହିଛି ।

 

 

୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?

ଫରକ୍ ରହିଛି । ଆଧୁନିକତା ଯଦିଓ ଭାଷା କୁ ଉନ୍ନତି କରୁଛି । ହେଲେ ଶସ୍ତା ପରି ଲାଗୁଛି । ବେଶି ନକାରାତ୍ମକ ଚିନ୍ତାଧାରା ସୃଷ୍ଟି କରୁଛି । କିନ୍ତୁ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଶୃଙ୍ଖଳିତ ଏବଂ ସକାରାତ୍ମକ ।

 

୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?

ଆତ୍ମସନ୍ତୋଷ….।

 

 

୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?

ସମାନ ଭାବରେ

 

୧୩-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

କିଛି ଏମିତି କରନ୍ତୁ ଯାହା ନିଜେ ନିଜ ପରିବାର, ଦେଶ, ସମାଜ ଯେପରି ଶୃଙ୍ଖଳିତ ଓ ସକାରାତ୍ମକ ହୋଇପାରିବ ।

 

୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?

ଓଡ଼ିଆ ସାହିତ୍ୟ ର ସୁରକ୍ଷା ଓ ବୃଦ୍ଧି ପାଇଁ ସରକାର କିଛି ଯୋଜନା କରିବା ଦରକାର୍ ।

 

୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

ମୁଁ ଦଶ ବର୍ଷ ରୁ ପାଇ ପାରିଛି ।

 

୧୬-ଆଜିକାଲି ସାହିତ୍ୟରେbଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

 

କିଛି ଭଲ ଲାଗୁଛି କାରଣ ଗଳି

 କନ୍ଦିକୁ ପ୍ରସାରିତ ହୋଇପାରୁଛି । ଅବହେଳିତ କିଛି ପ୍ରତିଭା ଲୋକ ଲୋଚନକୁ ଆସିପାରିଛନ୍ତି ।

 

୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ। 

ହଁ

ଯାହା ଦ୍ୱାରା ସମାଜ କଲ୍ୟାଣ ,ଶୃଙ୍ଖଳିତ ଦର୍ଶନ,ଭାଷା ଜାତିର ସୁରକ୍ଷା ଓ ଅଭିବୃଦ୍ଧି ବିକାଶ ଆଦି ବିଷୟ ଗୁଡ଼ିକ ପ୍ରସାର ହୋଇପାରୁଥିବ ତାହା ନିଶ୍ଚୟ ପ୍ରସିଦ୍ଧ ଲାଭ କରିବ , ଯାହା ଏହି ଅନୁଷ୍ଠାନ ମାଧ୍ୟମରେ ପ୍ରମାଣ କରିପାରିଛି ।

 

୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ  କିଛି କୁହନ୍ତୁ?

 ହଁ ହୋଇଛି 

ଅନେକ ପତ୍ରିକା ସହିତ ମୋ ରଚିତ ପୁସ୍ତକ ୧୦ ଟି ଏବଂ ୫ଟି ପ୍ରକାଶ ହବାକୁ ରହିଛି ।

୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?

ହୋଇ ନାହଁ କିନ୍ତୁ ବହୁତ୍ ଉନ୍ନତ ପ୍ରସାର ହେଉଥିବାରୁ ଅନେକ ସ୍ବାଗତ ।

 

୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?

 

ନିଷ୍ଟାର ସହିତ ପ୍ରସାର ଓ ପ୍ରଚାର କରି ପାରିଲେ ସମ୍ଭବ ହୋଇପାରିବ ।

 

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ।

 

ଚେତନା ଶବ୍ଦକୁ ପ୍ରକାଶିତ କଲେ

ସାହିତ୍ୟ ଭାବ ଜାଗଇ

ଶୃଙ୍ଖଳିତ ହେଲେ ଜନ ମାନସରେ

ପ୍ରସାରିତ ହୋଇଥାଇ ।।

ଭାଷାର ସୁରକ୍ଷା ବିକାଶ ନିମନ୍ତେ

ମାତୃଭୂମି ଗଉରବ

ଲେଖନୀରେ ଆଙ୍କି ଅମର କରିବା

ସାହିତ୍ୟ ରେ ଯେତେ ଭାବ ।।

 

 

ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।

 

ଇତି

ଆପଣଙ୍କ ପ୍ରତିଭାମୁଗ୍ଧ

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ

ଅଡା, ବାଲେଶ୍ଵର ଓଡିଶା

 

ପ୍ରଣାମ 🙏🏻🙏🏻

Loading

Leave a Reply

Your email address will not be published. Required fields are marked *