March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*Lets talk with ASHUTOSH THAKUR for Suryodaya_Sambhranta_Saraswat_Samman – 2021*

Lets talk with ASHUTOSH THAKUR for Suryodaya_Sambhranta_Saraswat_Samman – 2021
ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

ନାମ-ଆଶୁତୋଷ ଠାକୁର,ମଣ୍ଡଲ, ବଲାଙ୍ଗିର,
ପିତା-√ବୃନ୍ଦାବନ ଠାକୁର, ମାତା-ସୌଭାଗ୍ୟ ଠାକୁର,
ସ୍ୱାମୀ/ସ୍ତ୍ରୀ– ଙ୍କ ନାମ-ରୀତାଞ୍ଜଳି ଠାକୁର,
ମହୀସ୍ପର୍ଶ ତାରିଖ/ଜନ୍ମଦିନ16-05-1979
ଶିକ୍ଷା ଗତ ଯୋଗ୍ୟତା– BA PASS WITH Diploma in special education,(MR)

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।
ମୁଁ ଏକ ମଧ୍ୟବିତ୍ତ ପରିବାର ର ଅଟେ ! ମୋ ବାପା √ବୃନ୍ଦାବନ ଠାକୁର, ଜଣେ ଅବସରପ୍ରାପ୍ତ ଶିକ୍ଷକ,ପାରାୟଣ ଗାୟକ ଥିଲେ, ସେ ଅତି ସୁରୁ ଖୁରୁରେ ନିଜର ପରିବାର  ସମ୍ଭାଲି ଥିଲେ ,ଆମ ପରିବାର ର ଚାରିଜଣ ସଦସ୍ୟଙ୍କ ମଧ୍ୟରୁ ମୁଁ ସବୁଠୁ ସାନ , ମୁଁ BA PASS ପରେ diploma in special education ସାରି ଏବେ ଗାଁ ରେ ରହୁଛି, ମୋର ବଳକା ସମୟରେ ସାମାଜିକ କାର୍ଯ୍ୟ, ପୋୖରାଣିକ ଚର୍ଚ୍ଚା, ଓ ସାହିତ୍ୟ ସାଧନା କରି ଆଗକୁ ବଢୁଛି , ଜିଲା-ବଲାଙ୍ଗିର,ଗ୍ରାମ- ମଣ୍ଡଳ,ପିଂ-୭୬୭୦୨୬,!

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
ମୁଁ ସପ୍ତମ ଶ୍ରେଣୀଠାରୁ ହିଁ ସାହିତ୍ୟ ରେ ରୁଚି ଓ ବିଭିନ୍ନ ପ୍ରକାର ଛୋଟ ଛୋଟ କବିତା ନିଜ ଖାତାରେ ଲେଖୁଥିଲି, ଅନେକ ଘଟଣା କୁ କବିତା ମାଧ୍ୟମରେ ପ୍ରକାଶ କରିବା ମୋତେ ଭାରି ଭଲଲାଗେ , ମୁଁ ୨୦୧୧ ରୁ ଖାତାରେ ବିଭିନ୍ନ ପ୍ରକାର ଲେଖା ମାନଙ୍କୁ ସଜାଇ କେଖୁଥିଲି, ପରେ ପରେ social media – face book, what app ଓ ଅନ୍ୟାନ୍ୟ ମାଧ୍ୟମ ମୋତେ ଉତ୍ସାହିତ କରିଛି , ସାଙ୍ଗ ସାଥି ମାନଙ୍କୁଠୁ ବେଶୀ ପ୍ରେରଣା ମିଲିଛି !

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି? 
ମୁଁ ଛୋଟ ଛୋଟ କବିତା , ଏକପଦୀ ,କ୍ଷୁଦ୍ର ଗଳ୍ପ ,ସମାଜ ପାଇଁ ସଚେତନତା ମୂଳକ ଲେଖାକୁ ପସନ୍ଦ କରେ ,ଓ ମଞ୍ଚରେ ସମୟ ଅନୁଯାଇ ନୁଆଁ ନୁଆଁ ସଂଳାପ ପରିବେଷଣ କରିବାକୁ ପସନ୍ଦ କରେ !

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
କବିତା ହେଉ ଅବା ଗପ ଯଦି ପରିବେଶ ପ୍ରତି ସଚେତନତା ମୂଳକ ଓ ଆଧ୍ୟାତ୍ମିକ ଚିନ୍ତାଧାରା ର ଜାଗରଣ ପାଇଁ ହେବା ଆବଶ୍ୟକ , ଗଳ୍ପରେ ଦୃଶ୍ୟମାନ ଆଖି ସାମ୍ନାରେ ଛିଡା ହୋଇ ଜୀବନ୍ତ ପରି ମନେହବା ଆବଶ୍ୟକ , ମୁଁ ମୋ ଲେଖାରେ ବିଭିନ୍ନ ଶବ୍ଦ ଓ ତାର ଅର୍ଥ କୁ ବୁଝିବାକୁ ଚେଷ୍ଟା କରେ ! ଚରିତ୍ର ମାନେ ନିଜର ଭାବ କୁ ସ୍ୱଚ୍ଛ ଓ ନିର୍ମଳ ଭାବେ ପରିବେଷଣ କରିବା ଲକ୍ଷ୍ୟ !

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
ଆଜି କାଳିର ଆଧୁନିକତାର ଛୁଙ୍କ ଓ ବୈଜ୍ଞାନିକ କେନ୍ଦ୍ରିତ ସମାଜରେ ମଣିଷ ପଣିଆ କୁ ନ ଭୁଲି ସମାଜ ଓ ଦେଶ ପାଇଁ ନିଜର ଲେଖାରେ ଶିକ୍ଷଣୀୟ ମନୋଭାବ ରହିବା ଦରକାର , ପରିବେଶ ଓ ନିଜ ଆଖି ସାମ୍ନାରେ ଘଟୁଥିବା ସବୁ ଘଟଣା କୁ ସ୍ତାନ ଦେବା ଦରକାର , ମୁଁ କିଛି ନୂଆ ନୁହେଁ ବରଂ ପୁରୁଣା ବିଷୟ ଓ ଆଧ୍ୟାତ୍ମିକ ଚିନ୍ତନ କୁ ଲେଖାରେ ଫୁଟାଇ ବାକୁ ଭଲପାଏ !

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?
ସାହିତ୍ୟ ଏକ ସାଧନା ଓ ସରସ୍ଵତୀ ଙ୍କ ଅପାର କରୁଣାରୁ ଆମେ ନିଜର ସୃଜନଶକ୍ତି କୁ ଲୋକଲୋଚନକୁ ଆଣିବାର ଏକ ମାଧ୍ୟମ , ନିଜ ମନର ଭାବନା କୁ କବିତା ରେ ପ୍ରକାଶ କରିବା ଏକ ନିଆରା ଅନୁଭୂତି ! ଏହି ଅନୁଭୂତି ଅନେକ ଶାନ୍ତି ପ୍ରଦାନ କରେ ମନକୁ !

୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
ମୁଁ ମୋର ସାହିତ୍ୟ ସାଧନାରେ ଆତ୍ମସନ୍ତୋଷ ଲାଭ କରିଥାଏ , ପାଠକ ଙ୍କୁ ଆଦୃତ ଲେଖା ମାନ ଆଗକୁ ସାଧନା କରିବାକୁ ପ୍ରେରଣା ଯୋଗାଏ , ନିଜେ ନିଜର ଲେଖା ଭିତରେ ହଜିଯିବା ହି ମୋତେ ବହୁତ ଆନନ୍ଦ ପ୍ରଦାନ କରେ  !

୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
ଓଡ଼ିଆ ଭାଷାର ଅନ୍ତ ନାହିଁ , ତାର ସୁରକ୍ଷା ପାଇଁ ଆଗକୁ ଆସିବା , ଓ ଅନ୍ୟ ଭାଷା ମାନଙ୍କୁ ସମ୍ମାନ ଦେବା, କୌଣସି ଅନୁଷ୍ଠାନ କି ସାହିତ୍ୟ ସାଧକ ଏହି ସାଧନା କୁ ବ୍ୟବସାୟିକ ଭାବେ ଗ୍ରହଣ ନ କରିବା କଥା , ଭବିଷ୍ୟତ କୁ ଦୃଷ୍ଟିରେ ରଖି ସଚେତନ ରହିବା ଓ ସାହିତ୍ୟ ପ୍ରତି ରୁଚି ଶ୍ରୁଷ୍ଟି କରିବା କଥା !

୯-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
ମୁଁ ବି ଜଣେ ଏ ଦିଗରେ ନୁଆଁ , ତେଣୁ ମୁଁ ଅନୁରୋଧ କରିବି ନୁଆଁ ପିଢ଼ି ମାନଙ୍କୁ ଯେଉଁମାନେ ତାଙ୍କ ଆଖ ପାଖରେ ଆଗରୁ କେଖୁଛନ୍ତି କିମ୍ବା ସାହିତ୍ୟ ପ୍ରତି ରୁଚି ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ବୁଝି ସେମାନଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷାକରି ଆଗକୁ ବଢ଼ିବା କଥା ,
ନିଜ ଲେଖାରେ ସଚେତନତା ମୂଳକ ଉପଦେଶ ରଖିବା ଆବଶ୍ୟକ !

୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
ମୋ ମତରେ ସାହିତ୍ୟର ସବୁ ଦିଗକୁ ନିରୀକ୍ଷଣ କରି ସାହିତ୍ୟ ସାଧକ ,କବି ,ଲେଖକ , ପୌରାଣିକ ବ୍ୟକ୍ତି ମାନଙ୍କ ମଧ୍ୟରେ ଏକ ସଙ୍ଗଠନ କରି  ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା କଥା !

୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?
ମୁଁ ନିଜକୁ କେବେହେଲେ କବି ବୋଲି ଭାବିନାହିଁ , ମୁଁ ରୁଚି ଓ ନିଶା ଭାବି ଏ ଦିଗରେ ଆଗକୁ ବଢୁଛି , ମୋର କବିତା,ପ୍ରବନ୍ଧ,ଓ ବିଭିନ୍ନ ହଁସ କଥା ଆମ ଅଞ୍ଚଳରେ ଆଦୃତ ହେବାପରେ ଅନେକ ପତ୍ର ପତ୍ରିକାରେ ପ୍ରକାଶିତ ହେବା ଓ ବିଭିନ୍ନ ଅନୁଷ୍ଠାନ ମାନଙ୍କଠୁ ସମ୍ମାନିତ ହେବାପରେ ସେ ଆଦର ଆହୁରି ତାଙ୍କ ମନରେ ମଧୁରତା ଭରି ଦେଇଛି !
ମୋର ଲେଖା ନାଟକ( ଆମେ ତ ଓଡ଼ିଆ) ୨୦୧୩ ଆମ ଗାଁ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ସମାରୋହ ରେ ମଞ୍ଚସ୍ତ ହେଲା ପରଠୁ ଆତ୍ମ ସନ୍ତୋଷ ମିଳିଛି , ଆଗକୁ ଆହୁରି ଅନେକ ବିଷୟ କୁ ନେଇଁ ଲେଖିବା ପାଇଁ ଇଚ୍ଛା ବଢିଛି !

୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
ଅନଲାଇନ , ସୋସିଆଲ ମିଡ଼ିଆ ବର୍ତ୍ତମାନ ସମୟରେ ସଭିଙ୍କ ସହ ମିଶିବା ଓ ନିଜର ଭାବର ଆଦାନ ପ୍ରଦାନ କରିବା ଏକ ଉପଯୁକ୍ତ ମାଧ୍ୟମ , ଏହି ମାଧ୍ୟମରେ ନୁଆଁ ପୁରୁଣା ସଭିଙ୍କୁ ଏକ ଧାର ରେ ନିଜ ଘରେ ଥାଇ ମଧ୍ୟ ଯୋଡି ପାରିଛି , ଏହି ସୋସିଆଲ ମିଡ଼ିଆର ସଦୁପଯୋଗ କରିବା ଆବଶ୍ୟକ ରହିଛି !

୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତ !
ସୂର୍ୟୋଦୟ ଭାଷା ସାହିତ୍ୟି  ପ୍ରତିଷ୍ଠାନ ସମଗ୍ର ନୂତନ ସାରସ୍ବତ ସାଧକଙ୍କ ହୃଦୟରେ ଆଦର ପାଇ ପାରିଛି , ଏହାର ପରିଚାଳନା ଏକ ଭିନ୍ନ ସ୍ୱାଦର , ବହୁତ ଗୁଣି ଜ୍ଞାନିଙ୍କ ହାତରେ ଅନେକ ଆଗକୁ ବଢିଛି, ଏହି ଅନୁଷ୍ଠାନ ଧିରେ ଧିରେ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିଛି , ଏହି ଅନୁଷ୍ଠାନ ର ଶାଖା ସବୁ ରାଜ୍ୟ ଓ ଜିଲ୍ଲାରେ ଖୋଲିଲେ ଆହୁରି  ବ୍ୟକ୍ତି ବିଶେଷ ଯୋଡି ହୋଇ ପାରିବେ , ମୁଁ ମାଁ- ସରସ୍ୱତୀଙ୍କୁ ଏତିକି ଗୁହାରି କରିବି ସତ୍ ମାର୍ଗରେ ଅଗ୍ରଗତି ପାଇଁ ତାଙ୍କର ସୁଦୃଷ୍ଟି ଅନୁଷ୍ଠାନ ଉପରେ ସଦା ଥାଉ !
୧୪-ଆପଣଙ୍କ ଦ୍ୱାରା କିଛି ସଂକଳନ ପ୍ରକାଶିତ ହୋଇଛି କି ,ଏହା ସମ୍ପର୍କରେ କିଛି କୁହନ୍ତୁ ?
ମୋର ଦ୍ୱାରା ଏକ ସଂକଳନ ଦେଖ୍ ଦୁନିଆଁର ଚଲନ୍ କେ, ପ୍ରତି ସପ୍ତାହରେ ମୋବାଇଲରେ face book ରେ ଆସେ , ଆଗକୁ ଏକପଦୀ କବିତା ଗୁଚ୍ଛା, ଓ ମୋର ଏକ ନୂଆ ସଂକଳନ ହଁସର ଧାର୍ ନାମକ ଏକ ଛୋଟ ପୁସ୍ତକ ପାଇଁ ଯୋଜନା ଅଛି ! କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସଂଜଳନର ପୁସ୍ତକ ପ୍ରକାଶିତ ହୋଇନି !

ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ

ସାହିତ୍ୟି ସାଧନା ସାହିତ୍ୟ ପ୍ରାର୍ଥନା
ସାହିତ୍ୟିଟି ମୁଖ୍ୟ ସ୍ରୋତ
ଗଳ୍ପ,ଇତିହାସ, ବିଜ୍ଞାନ,ଭୂଗୋଳ
ସାହିତ୍ୟରେ ସମାହିତ !!

ଆଚାର ବେଭାର ସୁନ୍ଦର ସଂସ୍କାର
ନିତ୍ୟ  ଚଳଣିର କଥା
ଆଗପିଢି ପାଇଁ ସନ୍ଦେଶ ବାହକ
ଦର୍ଶାଏ ସବୁ ସଭ୍ୟତା !!

ମନର ଅଶାନ୍ତି ଅବକ୍ଷୟ ପାଇଁ
ସାହିତ୍ୟଟି ମୁଖ୍ୟ ପଥ
ସଙ୍ଗୀତ,ପୁରାଣ,ଗୀତା,ଭାଗବତ
ସବୁର ମୁଖ୍ୟ ସାହିତ୍ୟ !!

ଆଶୁତୋଷ ଠାକୁର,
ମଣ୍ଡଲ,ବଲାଙ୍ଗିର,
ପିନ-୭୬୭୦୨୬,
ମୋବା-୯୯୩୭୯୩୩୧୧୪,

 2,250 total views,  1 views today

One thought on “*Lets talk with ASHUTOSH THAKUR for Suryodaya_Sambhranta_Saraswat_Samman – 2021*

Leave a Reply

Your email address will not be published. Required fields are marked *