April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*Lets talk with Janaki Mahanta for Suryodaya_Sambhranta_Saraswat_Samman – 2021*

Lets talk with Janaki Mahanta for Suryodaya_Sambhranta_Saraswat_Samman – 2021
ପ୍ରିୟ
ସତୀର୍ଥ ସାହିତ୍ୟିକ ବନ୍ଧୁ

ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୧ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା  ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।

ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।

ନାମ: ଶ୍ରୀମତୀ ଜାନକୀ ମହାନ୍ତ ।
ବାପା ଙ୍କ ନାମ:ସନାତନ ମହାନ୍ତ।
ମାଆଙ୍କ ନାମ: ଶ୍ରୀମତୀ ଦୁତୀ ମହାନ୍ତ ।
ସ୍ୱାମୀ ଙ୍କ ନାମ: ଦୟାନିଧି ମହାନ୍ତ (ଭାରତୀୟ ବାୟୁସେନା )
ଜନ୍ମ ତାରିଖ:୨୪/୦୫/୧୯୭୫
ଶିକ୍ଷାଗତ ଯୋଗ୍ୟତା:  ଏମ୍ .ଏ. ବି. ଏଡ୍.
ସ୍ନାତକୋତ୍ତର (ଅର୍ଥନୀତି),ବି.ଏଡ୍.
ସ୍ଥାନ: ବେଙ୍ଗାଲୁରୁ , କର୍ଣ୍ଣାଟକ
ଘର:
ଗ୍ରାମ: ଗୁହାଳଡିହ
ପୋଅ:କୁଢେଇକଳା
ଭାୟା: ଲହୁଣୀପଡ଼ା
ଜିଲ୍ଲା: ସୁନ୍ଦରଗଡ଼
ପିନ୍:୭୭୦୦୪୦
ଜନ୍ମ ସ୍ଥାନ:ଝିମିରିପାଲି
ପାଳଲହଡା, ଅନଗୁଳ (ଓଡ଼ିଶା)

୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।
ଜଣେ  ହାଇସ୍କୁଲ ର ଘରୋଇ ଶିକ୍ଷୟିତ୍ରୀ, ଭାରତୀୟ ଜୀବନ ବୀମାର ପୂର୍ବତନ ଇନ୍ସୁରାନ୍ସ ଆଡ଼ ଭାଇଜର, ଚିତ୍ରକଳା ତଥା ରଙ୍ଗୋଲି କଳାକାର, ଏବଂ ହିନ୍ଦୀ, ଇଂରାଜୀ, ଓଡ଼ିଆ ଆଦି ବିଭିନ୍ନ ଭାଷାରେ ରୁଚି ରଖୁଥିବା ଜଣେ ସାଧାରଣ ନାରୀ ମୁଁ…। ମୋ’ର ଜନ୍ମ ଗୋଟିଏ ଗରୀବ ଶିକ୍ଷିତ ପରିବାର ରେ, ବାପା ମାଆ ପ୍ରାଥମିକ ଶିକ୍ଷକ ଥିଲେ ।
ସ୍ନାତକୋତ୍ତର (ଅର୍ଥନୀତି) ପଢୁଥିବା ସମୟରେ ହିଁ ମୋର ବିବାହ ହୋଇଥିଲା ବାୟୁସେନା ର ଜଣେ ସୈନିକ ଙ୍କ ସହିତ । ପରେ ବି.ଏଡ୍. କଲି ବାଙ୍ଗାଲୋର ୟୁନିଭର୍ସିଟି ରୁ ।
ସ୍ୱାମୀ ବାୟୁସେନା ବିଭାଗ ରେ ଥିବା ଯୋଗୁଁ ଭାରତ ର ଅଧିକାଂଶ ଜାଗାକୁ
ମୁଁ ଯାଇଛି, କାଶ୍ମୀର ଠୁଁ କନ୍ୟା କୁମାରୀ ଯାଏଁ ଭ୍ରମଣ କରିଛି , ବିଭିନ୍ନ ରାଜ୍ୟର ବିଭିନ୍ନ ଭାଷାର ଲୋକଙ୍କ ସହିତ ମିଶିଛି । ଯଦିଓ ମୁଁ ଅର୍ଥନୀତି ବିଭାଗର, ତଥାପି ଛୋଟ ବେଳୁ ମାତୃଭାଷା ପ୍ରତି ମୋ’ର ରୁଚି
ରହିଛି । ଛୋଟ ବେଳୁ ମୁଁ ଓଡ଼ିଆ ରଚନା ପ୍ରତିଯୋଗିତାରେ ଭାଗ ନେଉଥିଲି । ବିଦ୍ୟାଳୟ ତଥା କଲେଜରେ ପଢ଼ିବା ବେଳେ ମୋର ଲେଖା ମାଗାଜିନ୍ ରେ ବାହାରୁଥିଲା ।ଜ୍ୟୋତିବିହାର, ସମ୍ବଲପୁର ବିଶ୍ବବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ସମୟରେ ମୋ’ର ଗୋଟିଏ ଗଳ୍ପ “ଅଭୁଲା ସ୍ମୃତି” ମାଗାଜିନ୍ ରେ ପ୍ରକାଶିତ ହୋଇଥିଲା, ଏଥିପାଇଁ ଖୁବ୍ ପ୍ରଶଂସା ମିଳିଥିଲା ।

୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?

ହଁ, ଓଡ଼ିଆ ସାହିତ୍ୟ ତଥା ଏହାର
ଦୁନିଆଁ ମୋ ଉପରେ ସକାରାତ୍ମକ ପ୍ରଭାବ
ପକାଇଛି ।
ସାହିତ୍ୟ ହିଁ ମୋର ଦୁନିଆଁ….
ସାହିତ୍ୟକୁ ପାଇଲେ ମୁଁ ସବୁ ଭୁଲିଯାଏ  ।

୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?

ମୁଁ ମୁଖ୍ୟତଃ କବିତା ହିଁ ଲେଖେ,
କେତୋଟି ଗଳ୍ପ ମଧ୍ୟ ଲେଖିଛି କିନ୍ତୁ ମୋତେ କବିତା ଲେଖିବାକୁ ଭଲ ଲାଗେ । ମୁଁ ବାସ୍ତବଧର୍ମୀ କବିତା, ପ୍ରେମ କବିତା, ଦେଶପ୍ରେମୀ କବିତା, ସୈନିକଙ୍କ ଜୀବନ କୁ ନେଇ କବିତା ଓଡ଼ିଆ ଭାଷା ରେ ଲେଖିଛି ‌।ତା’ଛଡ଼ା ଜଗନ୍ନାଥଙ୍କ  ଭଜନ, ତାରିଣୀ ଭଜନ ଆଦି ମଧ୍ୟ ଲେଖିଛି । ହୀନ୍ଦି ଆଉ ଇଂରାଜୀ ରେ ମଧ୍ୟ କେତୋଟି
କବିତା ଲେଖିଛି ।

୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
ମୋ ମତରେ ଯେଉଁ କବିତା ସମାଜ କୁକିଛି ଶିକ୍ଷା ଦିଏ, କୁସଂସ୍କାର ଦୂର କରିବା ରେ ସହାୟତା କରେ ,ସମାଜରେ ପରିବର୍ତ୍ତନ ଆଣେ,ଜନ ମାନସକୁ ଜାଗୃତ
କରାଏ, ମନର ଦୁଃଖକୁ ଦୂର କରିବାରେ ସକ୍ଷମ ହୋଇଥାଏ…
ତା’କୁ ହିଁ ଭଲ କବିତା କହିବା ।

୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି ?

ସ୍ନେହ, ପ୍ରେମ ଓ ବିଶ୍ୱଶାନ୍ତି ର ବାର୍ତ୍ତା
ଦେବାକୁ ଚାହେଁ । ସମାଜର କୁସଂସ୍କାର ଦୂର କରିବାକୁ ଚାହେଁ, ନାରୀ ଜାତିକୁ ସ୍ୱାଧିନତା ଦେବାକୁ ଚାହେଁ । ସମସ୍ତଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବାକୁ ଚାହେଁ। କରୋନା ସମୟରେ ଅନେକ ଲୋକ ମାନସିକ ରୋଗରେ ପୀଡ଼ିତ ହେଉଛନ୍ତି, ମୋର କବିତା ମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟ ଠିକ୍ କରିବାକୁ ଚାହେଁ। ତାଙ୍କୁ ଖୁସି ରେ ରଖିବାକୁ ଚାହେଁ।
ନବ ପିଢ଼ି ଆଜି ପାଶ୍ଚାତ୍ୟାଭିମୁଖୀ
ହେଉ ଛନ୍ତି, ତାଙ୍କୁ ଆମ ପୁରୁଣା ସଂସ୍କୃତି ପରମ୍ପରା ରେ ବାନ୍ଧି ରଖିବାକୁ ଚାହେଁ । ଆମ ଭିତରେ ଥିବା  ଅହଙ୍କାର ଓ ସ୍ୱାର୍ଥପରତା ଭାବକୁ ଦୂର କରି ସତ୍ୟ ନ୍ୟାୟ ମାର୍ଗରେ ଆମେ ସଭିଏଁ ଚାଲିବାକୁ
ଆହ୍ୱାନ କରେ । ଓଡ଼ିଶା ପ୍ରଦେଶ ବାହାରେ ଓଡ଼ିଆ ଭାଷା ର ବିକାଶ କରିବାକୁ ଚାହେଁ।

୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ  ?

ସାହିତ୍ୟ ସ୍ୱତଃପ୍ରବୃତ ଭାବେ କ୍ଷରଣ ହୋଇଥାଏ । ମନର ଭାବାବେଗକୁ କାଗଜ ଓ କଲମ ମୁନରେ ରୂପ ଦେବା ହିଁ ମୋ ମତରେ ସାହିତ୍ୟ।

୭ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ  ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା  ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
ପାଠକୀୟ ଆଦୃତି ରେ ହିଁ ମୁଁ ଆତ୍ମସନ୍ତୋଷ ଲାଭ କରେ । ମୁଁ କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁ ରେ ଥିଲେ ମଧ୍ୟ ମୋତେ ଓଡ଼ିଶାର ପ୍ରତି କୋଣ ଅନୁକୋଣରୁ ପାଠକ ପାଠିକା ଜାଣନ୍ତି । ତାଙ୍କର ଏହି ଭଲ ପାଇବା ଏବଂ ଅଜସ୍ର ପାଠକୀୟ ସ୍ନେହ ଶ୍ରଦ୍ଧା ହିଁ ମୋର ପ୍ରକୃତ ପୁରସ୍କାର ବୋଲି ମୋର ମତ ।

୮-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
“ମୋ ଓଡ଼ିଆ
‌‌    ଭାରି ବଢ଼ିଆ”
ମୁଁ ମୋର ମାତୃଭାଷା ଓଡ଼ିଆ କୁ  ରାଜ୍ୟ ବାହାରେ ମଧ୍ୟ ବିକାଶ କରିବାକୁ ଚାହେଁ । ଏହାକୁ ବିଶ୍ୱ ସ୍ତରରେ ପ୍ରସିଦ୍ଧ କରିବାକୁ ଚାହେଁ ।

୯-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?

ଓଡ଼ିଆ ସାହିତ୍ୟକୁ ଭଲ ପାଆନ୍ତୁ ଏବଂ ଲେଖା ଜାରି ରଖନ୍ତୁ…
ଦିନେ ନିଶ୍ଚୟ ସଫଳ ମଣ୍ଡିତ ହେବେ।

୧୦- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?

ଓଡ଼ିଆ ସାହିତ୍ୟ କୁ ଭବିଷ୍ୟତ ରେ
ରାଜ୍ୟ ବାହାରର ପ୍ରତି କୋଣରେ ପହଞ୍ଚାଇବାକୁ ପଡ଼ିବ ଏବଂ ଦେଶ
ବାହାରେ ମଧ୍ୟ ଏହାର ବିକାଶ ନିମନ୍ତେ ଆମ ସମସ୍ତଙ୍କୁ ଚେଷ୍ଟା କରିବାକୁ ହେବ । ଘରେ ପ୍ରଥମେ ଶୁଦ୍ଧ ଓଡ଼ିଆ କହିବା, ଲେଖିବା ସମୟରେ ନିର୍ଭୁଲ ଭାବରେ ଲେଖିବା, ପିଲାଙ୍କୁ ଓଡ଼ିଆ ଭାଷା
ଶିଖାଇବା  ତେବେ ଓଡ଼ିଆ ଭାଷା ର
ବିକାଶ ହୋଇ ପାରିବ  ବୋଲି ମୋର ଆଶା ।

୧୧- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?

ଓଡ଼ିଆ ସାହିତ୍ୟ ଜଗତରେ ଏଇ ବର୍ଷେ ହେଲା ମୁଁ ନୂଆ ନୂଆ ପାଦ ଦେଇଛି, ଏଇ କରୋନା ର ଲକ୍ ଡାଉନ୍ ସମୟରେ ଲୋକ ମାନଙ୍କ ମନରେ ସାହସ ଓ ଧୈର୍ଯ୍ୟ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ମୁଁ ପ୍ରଥମେ ଜଗନ୍ନାଥ ଙ୍କ ଭଜନ ଓ ତାରିଣୀ
ମାଆଙ୍କ ଭଜନ ଲେଖିଲି । ପରେ ପାଠକ ପାଠିକା ମାନଙ୍କ ର ଅନୁରୋଧ କ୍ରମେ ଆଧୁନିକ କବିତା ଲେଖିବା ଆରମ୍ଭ କଲି ଏବଂ ମୋର ଲେଖା ସମସ୍ତଙ୍କ ମନକୁ ଛୁଇଁ ପାରିଲା। ଏବେ ମୋତେ ଓଡ଼ିଶାର ପ୍ରତି ଗାଁ ସହରରେ  ଜାଣନ୍ତି…ଏହା ହିଁ ମୋର କବୟିତ୍ରୀ ର ପରିଚୟ ବୋଲି ମୋର ଧାରଣା । ମୋର ପ୍ରଥମ କବିତା
“କେମିତି ଭୁଲିଲେ ମୋତେ”
ଏବଂ ମୋର ଦ୍ୱିତୀୟ କବିତା
“ସାଗର ବୁକୁରେ ଏକାକିନୀ ଆଜି”
“ଚନ୍ଦ୍ରିକା ” ରେ ପ୍ରକାଶିତ ହୋଇଥିଲା। ତାପରେ ଅନେକ ମାଗାଜିନ୍ ରେ ମୋର ଲେଖା ପ୍ରକାଶିତ ହୋଇ ସାରିଛି।
ତାପରେ ମୁଁ” ବିକ୍ଷିପ୍ତା” ସାହିତ୍ୟ ପରିବାର ରୁ ବହୁତ ଗୁଡ଼ିଏ ମାନପତ୍ର ପାଇଛି । ବିକ୍ଷିପ୍ତା ରେ କିଛି ଦିନ କବିତା ବିଭାଗର ଜଜ୍ ଥିଲି। ପୁଣି ମୁଁ “ପ୍ରତିଭା” ସାରସ୍ଵତ ପରିବାର ରୁ  ଶ୍ରେଷ୍ଠ ସମୀକ୍ଷିକା ଭାବେ ମାନପତ୍ର ପାଇ ସାରିଛି ।

୧୨-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?

ଅନ୍ ଲାଇନ୍ ଆସର ସ୍ୱାଗତ ଯୋଗ୍ୟ, ଏହା ମାଧ୍ୟମରେ ହିଁ ତ
ଆମ ଭଳି ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ସାରସ୍ଵତ ସାଧକ ମାନଙ୍କର ଭାଷାର ବିକାଶ ହୋଇ ପାରୁଛି ।

୧୩- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ  ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ ।  ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।

ସତରେ, ସୂର୍ଯ୍ୟୋଦୟ ଏକ ନିଆରା
ସାହିତ୍ୟ ଅନୁଷ୍ଠାନ ଯାହାକି ସମଗ୍ର ବିଶ୍ଵ ସାହିତ୍ୟ ଜଗତରେ ଏକ ସ୍ୱନାମଧନ୍ୟଅନୁଷ୍ଠାନ ରୂପେ ପରିଗଣିତ । ଏଠିକାର
ସମ୍ପାଦକ,ସହ ସମ୍ପାଦକ ତଥା ପରିବାର ର କର୍ମକର୍ତ୍ତା ଗଣ କର୍ମଠ,ସତ୍ୟାନୁରାଗୀ ତଥା ନ୍ୟାୟବାନ୍। ତେଣୁ ଏହା ଆହୁରି
ଖ୍ୟାତି ଲାଭ କରିବ ଏଥିରେ କୌଣସି ସନ୍ଦେହ ନାହିଁ । ମୁଁ ଏହି ପରିବାର ର ଜଣେ ସଦସ୍ୟା, ସେଥିପାଇଁ ମୁଁ ଗର୍ବିତା ।

୧୪- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି  ଏହା ସମ୍ପର୍କରେ  କିଛି କୁହନ୍ତୁ?

ମୁଁ କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁ ରେ ରୁହେ । ଏହି ବର୍ଷେ ହେଲା ମୁଁ ଲେଖା ଲେଖି କରୁଛି,କରୋନା ଯୋଗୁଁ ମୁଁ ଓଡ଼ିଶା
ଆସି ପାରିନାହିଁ… ତେଣୁ ମୋର ଏପର୍ଯ୍ୟନ୍ତ କୋୖଣସି ସଙ୍କଳନ ହୋଇ ପାରିନାହିଁ ।
ମୋ ପାଖରେ ଜଗନ୍ନାଥଙ୍କ ‌ଭଜନ ୧୦୦ରୁ
ଉର୍ଦ୍ଧ୍ୱ, ମା’ତାରିଣୀ ଭଜନ, ଏବଂ ଆଧୁନିକ
ପ୍ରେମ କବିତା ୧୦୦ରୁ ଉର୍ଦ୍ଧ୍ବ ଲେଖି ସାରିଛି।କରୋନାର ଅନ୍ତଃ ହେଲାପରେ
ଖୁବ୍ ଶୀଘ୍ର ମୋର ଦୁଇଟି ସଙ୍କଳନ
ପ୍ରକାଶ ପାଇବ ।

15-ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ?

ସାହିତ୍ୟ ଅଟଇ ମାନବ ସମ୍ବଳ
ଏହା ସମାଜ ଆଇନା,
ଆଣିଦିଏ ମନେ ନବ ଜାଗରଣ
ବଢ଼ାଏ ଅନ୍ତର୍ଚେତନା ।।

ସମାଜକୁ ଦିଏ ନୂଆ ଦିଗ୍ଦର୍ଶନ
କୁସଂସ୍କାର ହୁଏ ଦୂର,
ଶୃଙ୍ଖଳିତ କରେ ନର ତନୁ ମନ
ସିଞ୍ଚେ ସ୍ନେହ ପ୍ରେମ ଧାର।।

ଓଁକାରନାଦ ରୁ ରାମ ନାମ ସତ୍ୟ
ଯାଏଁ ଅଖଣ୍ଡ ସାହିତ୍ୟ,
ସାହିତ୍ୟ ଅଟଇ ମୃତ୍ୟୁ ସଂଜୀବନୀ
ଏହା ଅଟେ ଧ୍ରୁବ ସତ୍ୟ ।।

ସାହିତ୍ୟରେ ଜୀଏଁ  ସାହିତ୍ୟକୁ ଭୋଗେ
ସାହିତ୍ୟ ମୋ’ ଚିରସାଥୀ,
ସାହିତ୍ୟକୁ ଛାଡ଼ି ବଞ୍ଚି ପାରିବିନି
ହେବା ଯାଏଁ ମୋର ଇତି ।।

ଜାନକୀ ମହାନ୍ତ
ସୁନ୍ଦରଗଡ, ଓଡିଶା

Loading

3 thoughts on “*Lets talk with Janaki Mahanta for Suryodaya_Sambhranta_Saraswat_Samman – 2021*

  1. Hello! I could have sworn I’ve been to this blog before but after looking at many of the posts I realized it’s new to me. Anyways, I’m certainly delighted I stumbled upon it and I’ll be book-marking it and checking back often!

  2. Basically need to say your posting is as incredible. The clearness with your submit is simply great and I’m able to presume you’re a specialist on this topic. Very well using your authorization let me to seize your RSS feed to keep up-to-date with forthcoming post. Many thanks 1,000,000 and please carry on the enjoyable do the job. sasilu.se/map8.php telia och viasat

Leave a Reply

Your email address will not be published. Required fields are marked *