କଳା ଚାନ୍ଦ
କଳା ଚାନ୍ଦ ମୂରଲୀ ପାଣୀ
ଶ୍ରୀ ରୂପ ଦେଖି ହେଲି ବାୟାଣୀ
ଶ୍ରୀ ହୃଦ ମଥା ମଣୀ ଶ୍ରୀ ଚଦନ ପାଣି
ତୁଳସୀ ଦୟଣା ବାସ ଖୁଦରଙ୍କୁଣୀ
ମାଗିବା ଆଗରୁ ଯାଚିଦିଏ ଟଙ୍କ ତୋରାଣୀ
ଦ୍ଭାରି ଅଝଟିଆ ମୋ ଶ୍ରୀ କ୍ଷେତ୍ରମଣୀ
ମାଆ ଡାକ ଦେଲେ ରେ ନୀଳମଣୀ
ମୋ ନେତ୍ରମଣୀ
ତୋ ବିନା ଦଶଦିଗ ଅନ୍ଧାର ମୁଁ ଅନ୍ଧୁଣୀ
ତୁ କୋଟୀ ସୁରୁଜ ତାରା
ତୁମୋର ହୃଦୟହୀରା
ତୁ ମୋ ଦୁଃଖ ପସରା ଦୁଃଖ ପାଶୋରା
ତୋତେ ଦେଖି ମୋ ଦିନ ବିତେ
ରାତି ପାହୁଛି ପରା
ତୁ ମୋ ନନ୍ଦନ ବନ ସୁଖ ଅସରା
ତୋ ଦ୍ଭାବେ ଭିକାରୁଣୀ ଶ୍ରୀ ନାମ ଗୁଣି
ମୁଁ ତୋର ଦେବଦାସୀ ମାଗେ ମାଗୁଣୀ
ତାଳ ଛନ୍ଦ ଲୟ ଭାବ ନ ଜାଣିି
ଆରତେ ଡାକଇ ତୋତେ ଲଘେ ଯୋଜନୁ ପୁଣି
ଏମିତିକା ପ୍ରଭୁ ତୁମେ ମୁଁ ଭୁଲି ପାରୁନି
ସବୁଠି ଦେଖୁଛି ତତେ ମୋ ପ୍ରଭୁ
ଶ୍ରୀ ଜଗନ୍ନାଥେ
କେତେ ପରିକ୍ଷା ନେଉଛ ଦୁଃଖି
ଦୁଃଖ ନ ପାର ଶୁଣି
କାହା ପାଇଁ ପ୍ରଭୁ ତୁମେ
ଶ୍ରୀ କ୍ଷେତ୍ର ମଉଡ଼ମଣୀ
ଜୟ ଜଗନ୍ନାଥ
ବିଦ୍ୟୁତ୍ ପ୍ରଭା ନାୟକ
କୁଆଖିଆ, ଯାଜପୁର
୭୦୭୭୮୮୧୪୬୦
28 total views, 1 views today