ସୁଖ ପସରା
କାହା ପାଇଁ ତୁମେ ସୁଖ ପସରା
ପ୍ରଭୁ କାହା ପାଇଁ କଳାହୀରା
ମୋ ହୃଦ ପସରା ମୋ ଦୁଃଖ ପାଶୋରା
ଆରେ ମୋ ନୟନ ତାରା
ତତୋ ବସି ଦେଖୁଥିବି ଜୀବନ ସାରା
କାହାପାଇଁ . . . . . . . . . . . .
ତୋ ବିନା ମୋ ଜୀବନ ଲାଗେ ଅଧୁରା
ତୁ ନ ଥିଲେ ଅନ୍ଧାର ଚଉଦିଗ ମୋ ପରା
ତୁ ମୋର ମହାଧନ ସୁଖ ଅସରା
ତୋ ପାଇଁ ଭାବ ମୋର ଟିକେ ନିଆରା
ତୁ ମୋର ଦୁଃଖେ ସୁଖେ ଆଗ ଡ଼ାକରା
ଆରେ ଆରେ ମୋ ନୀଳାଦ୍ରୀ ହୀରା
କାହାପାଇଁ . . . . . . . . . . .
ସକଳ ତୀର୍ଥ ହେ ଜଳ ତୁ ପୁଣ୍ୟ ଧାରା
ତୁ ମୋ ଶୁଭ ମଙ୍ଗଳ ମଧୁ ମଧୁଝରା
ତୁ ମଧୁପ ସକାଳ ଧୂପ ବାଜେ ଯୋଡି ନାଗରା
ମଣିମା ମଣିମା ଡ଼ାକ ପଡିଛି ଶ୍ରୀକ୍ଷେତ୍ର ସାରା
କାହାପାଇଁ . . . . . . . . .
ନିୟନ ପିତୁଳୀ ମୋ ଦୃଦ ଚନ୍ଦ୍ରମା
ତୋ ପାଖେ ବନ୍ଧା ପଡ଼ିଛି ଏ ଲୋଟଣୀପାରା
ତୁ ମୋର ଏକମାତ୍ର ଜୀବନେ ସାହାରା
ଦ୍ଭାବ ଭକତି ମନ୍ଦିର ଶ୍ରୀପଦୁଅଁ ଭରା
କାହା ପାଇଁ . . . . . . . . . . .
ଜୟ ଜଗନ୍ନାଥ
ବିଦ୍ୟୁତ୍ ପ୍ରଭା ନାୟକ
କୁଆଖିଆ , ଯାଜପୁର
୭୦୭୭୮୮୧୪୬୦