ଲୁମ୍ବିନୀର ଶେଷ ରାତ୍ରୀ
ପଲଙ୍କ ଉପରେ ଶେଜ ସୁପାତିରେ
ଶୋଇଥିଲେ ଯଶୋଧାରା
ପୁତ୍ର ରାହୁଳର କୋମଳ ମୁହଁଟି
ଚକମକ ଦିଶୁଥିଲା ।
ଅତନ୍ଦ୍ର ଗୈ।ତମ ଖୋଜୁଥିଲେ ବସି
ମରଣ ଜରା କାରଣ
କାହିଁକି ମନୁଷ୍ୟ ଜର୍ଜରେ କଷଣେ
ଦୁଃଖେ ହୁଏ ମ୍ରିୟମାଣ ।
ରାଜ ନବରର ପ୍ରାଚୂର୍ଯ୍ୟ ବିଳାସ
ଦେଲା ନାହିଁ ମନେ ସୁଖ
ସଠିକ ଉତ୍ତର ପାଇବା ନିମନ୍ତେ
ଲାଗୁଥିଲା ଅସ୍ତବ୍ୟସ୍ତ ।
ଅତି ସନ୍ତର୍ପଣେ ପ୍ରାସାଦୁ ବାହାରି
ରାତ୍ରି ଘୋର ଅନ୍ଧକାରେ
ନିଜ ଅଜାଣତେ ମନ କଥା ଭାବି
ଚାଲିଲେ ରାସ୍ତା ଉପରେ ।
ନୁହେଁ କିନ୍ତୁ ମୃତ୍ୟୁ ଅଫେରା ସେ ପଥ
ସାଧନା ବୁଦ୍ଧତ୍ୱ ସିଦ୍ଧି
ମହାବୈ।ଦ୍ଧ ରୂପେ ହୋଇଲେ ପ୍ରସିଦ୍ଧ
ଗଉତମ ଜ୍ଞାନ ଲଭି ।
ଝରିଥିଲା ସିନା ପତ୍ନୀଙ୍କ ଆଖିରୁ
ଲୁହଧାର ଅବିରତ
ସନ୍ତାନ ରାହୁଳ ମାତାପିତା ବନ୍ଧୁ
ଭୋଗିଥିଲେ ମନସ୍ତାପ ।
ଜଳିଥିଲା ଯେଉଁ ଜ୍ଞାନର ଦୀପାଳୀ
ଲୁମ୍ବିନୀ ରାତ୍ରୀରେ ଦିନେ
ଦିଶିଲା ଉଦ୍ଭାସି ଉଜ୍ଜ୍ୱଳ ପ୍ରକାଶି
ବିଶ୍ୱ କୋଣ ଅନୁକୋଣେ ।
କାମନା ଅଟଇ ଦୁଃଖର କାରଣ
ତା ବିନାଶେ ମିଳେ ମୁକ୍ତି
ଆଚରିଲେ ଧର୍ମ ସତ୍ୟ ଓ ଅହିଂସା
ମାନବ ଲଭଇ ଶାନ୍ତି ।
ଲୁମ୍ବିନୀ ରାଇଜ ଦିପ୍ତିମାନ ସୂର୍ଯ୍ୟ
ଗୈ।ତମଙ୍କ ଶେଷ ରାତ୍ରୀ
ଜଳୁଛି ଜଳିବ ଅଲିଭା ଜ୍ୟୋତି ସେ
ପ୍ରଜ୍ଞାନ ବୁଦ୍ଧ ଭାରତୀ ।
ଶ୍ରୀ ଭରତବନ୍ଧୁ ବିଶ୍ୱାଳ
ଉପର ବରୁଆଁ ,କବୀରପୁର ,ଯାଜପୁର