ଆରେ ମନ ଗୁଆଁର
ଆରେ ମନ ଗୁଆଁର।ବୁଝ ତୁହି କିଏ ନିଜର?।
ଯାହା ତୁଦେଖୁଛୁ ସେ ନୁହେଁ ତୋହର
ଲୟାଙ୍ଗରେ ଥରେ ସୁସଙ୍ଗ କର।।ଠ।।
ରାମ ତାରକ ଭଜ ସାଧିବୁ ଯେବେ ହଜ
ଗୋଜ ନ ରହିବ ତୋ ଶେଯ
ପଟ୍ଟା ମଡାଣ ପାଠ ପଢିବୁ ଯେବେ ଶଠ
ବୈକୁଣ୍ଠ ଯିବୁ ନିଶ୍ଚେ ମଜ
କନକ ଅଙ୍କରେ ନିଶଙ୍କେ ବିହରି
ଶଶାଙ୍କ ବାରିବୁ ଘୋଷ ଓଁକାର।।୧।।
ଦ୍ବାପରେ ସୁଦାମାତ ହୋଇଲା,ସେ ବିଖ୍ୟାତ
କଳିରେ ଅଚ୍ୟୁତ ତା ନାମ
ସୁତ ଦାରା ସେ ବିତ୍ତ ନ ରଖି କଳୋଚିତ୍ତ
ଉଚ୍ଚିତ ମାର୍ଗେ ସମାଗମ
ପାଞ୍ଚ ଗୋଟି ଫଳ ଫଳିଲା କେବଳ
ମନସୂତ୍ରେ ଗୁନ୍ଥ ଭଜନ ସାର।।୨।।
ପାଞ୍ଚ ପଚିଶ ଖଣ୍ଟ ବାନ୍ଧ ଅବନା ଖୁଣ୍ଟ
କଣ୍ଟା ନ ଗଳିବ ତୋ ପଥେ
ଏ ଜ୍ଞାନ ଅରଜନ ଶିଖ ଗୁରୁ ଚରଣ
ବେଳ ଯାଉଛି ତୋ ଅପଥେ
କହେ ଦେବରାଜ ସଜକର ନିଜ
ନିଜଞ୍ଜାଳି ଖୋଜ କୁଞ୍ଜ କାହାର?।।୩।।
କବି ଦେବଦତ୍ତ ପ୍ରଧାନ।ପୁରୀ।ଓଡିଶା।