ମୋତେ କାଳିଆ କାଳିଆ ଦିଶୁଛି
କାଳିଆ—-କାଳିଆ— କାଳିଆ
ମୁଁ ଯାହା ଦେଖିଲେରେ କାଳିଆ
ମୋତେ କାଳିଆ କାଳିଆ ଦିଶୁଛି
ମୁଁ ଯା ହସ ଦେଖିଲେ କାଳିଆ
ମୋତେ ତୋ ହସ ଭଳି ଲାଗୁଛି
ମୋ ଭଙ୍ଗା କୁଡିଆକୁ ଦିନେ ତୁ ଆସିବୁ
ମୁଁ ତୋ ପରେ ଭରଷା ରଖିଛି
ମୁଁ ତୋ ପରେ ଭରଷା ରଖିଛି।
ମୁଁ ଯାହା ଖାଇବାକୁ ଯାଏରେ
ସେତ ଅଭଡା ଅଭଡା ବାସୁଛି
ତୋ ନାମକୁ ଧରି ଯେଉଁଆଡେ ଗଲେ
ମୋତେ ତୁଳସୀ ତୁଳସୀ ବାସୁଛି
ମୋ ଡାକ ଶୁଣି ଦିନେ ମୋ ପାଖୁ ଆସିବୁ
ମୁଁ ମନରେ ବିଶ୍ୱାସ ରଖିଛି– ମୁଁ ମନରେ ବିଶ୍ୱାସ ରଖିଛି ।
ଦୁଃଖ ଆସେ ଯେତେବେଳେ ରେ
ମୁଁ ତୋ ନାମ ଧରି ଡାକିଛି
ଆଖି ଲୁହେ ମୋର କାଳିଆରେ ତୋର
ଅଦୃଶ୍ୟ ଚରଣ ଧୋଇଛି
ମୁଁ ନ ଡାକିଲେ ମଧ୍ୟ ସାହା ହେବୁ ଦିନେ
ତୁ ଭକତର ବନ୍ଧୁ ଜାଣିଛି ।
ଦୁଃଖରେ ତୁ ମନେ ଆସୁରେ
ସୁଖରେ ମୁଁ ତୋତେ ଡାକିଛି
ଦୁଃଖ ସୁଖ କୁ ମୁଁ ସମାନ କରିଣ
ତୋ ଠାରେ ଶରଣ ପଶିଛି
ମୋ ହୃଦ ସିଂହାସନେ କେବେ ବିରାଜିବ
ମୁଁ ସେ ଦିନକୁ ଚାହିଁ ବସିଛି
ମୁଁ ସେଦିନକୁ ଚାହିଁ ବସିଛି ।
ଶାନ୍ତି ଲତା ରଥ
ଅନୁଗୋଳ
31 total views, 1 views today