ବିଶ୍ୱ ବିଜୟୀ ବିବେକାନନ୍ଦ
ବିବେକରୁ ଯିଏ ପାଆନ୍ତି ଆନନ୍ଦ
ଜୀବନେ ସାଧନା କରି ,
ଭାରତବର୍ଷର ଅଧୁରା ସ୍ବପ୍ନକୁ
ପୂର୍ଣ୍ଣତାରେ ଦେଲେ ଭରି l
ପ୍ରତିଭା ପାଖରେ ବାଧକ ସାଜିନି
ଦରିଦ୍ରତା କେତେବେଳେ ,
ସାଧନାରେ ବ୍ରତୀ ପାଏ ଉର୍ଦ୍ଧଗତି
ମୁକ୍ତି ଲଭେ ସେତେବେଳେ l
ଜୀବନର ଲକ୍ଷ୍ୟ ମୋକ୍ଷପ୍ରାପ୍ତି ସିନା
ବ୍ରହ୍ମକୁ ଦର୍ଶନ ପାଏ ,
ପଞ୍ଚ ଇନ୍ଦ୍ରିୟକୁ ଆୟତ୍ତରେ ରଖି
ସାଧନା ଯେ କରୁଥାଏ l
ଆଧ୍ୟାତ୍ମିକ ଜ୍ଞାନେ ହେଲ ଗରି୍ୟାନ
ଧନ୍ୟତୁମ କାର୍ଯ୍ୟ ଶୈଳୀ
ପ୍ରେରଣାର ତୁମେ ଉତ୍ତାଳ ତରଙ୍ଗ
କେମିତି ପାରିବୁ ଭୁଲି ?
ଏମିତି ସାଧକ ଏଇ ଭାରତରେ
ଥିଲେ ବ୍ରହ୍ମଋଷି ନାମେ ,
ବିବେକାନନ୍ଦ ସେ କର୍ମରେ ଉତ୍ତମ
ଭାରତ ଯାହାଙ୍କୁ ନମେ l
ଯୁବ ସମାଜର ଧ୍ରୁବ ତାରା ସାଜି
ବ୍ରହ୍ମଚର୍ଯ୍ୟ ପାଳନରେ ,
ରଖି ଯାଇଛନ୍ତି ଯଶ ଆଉ କୀର୍ତ୍ତି
ସାରାବିଶ୍ୱ ଦରବାରେ l
ଶୁଭ ଜନ୍ମଦିନେ ଅମର ଆତ୍ମାର
ଗାଉଆମେ ଗୁଣ କର୍ମ,
ଧନ୍ୟତୁମେ ରୁଷି ହେ ପୁଣ୍ୟାତ୍ମା ସଜ୍ଜନ
ଦୂର କରିଅଛ ଭ୍ରମ l
ଯୁଗଜନ୍ମା ସାଜି ଜନ୍ମିଲ ଭାରତେ
ଗୌରବ ଆଣି ଦେଲ,
ପ୍ରାଚ୍ୟ ପାଶ୍ଚାତ୍ୟର ସଂସ୍କୃତି ମିଳନେ
ନୂଆବାର୍ତ୍ତା ଦେଇଗଲ l
ଭୁଲି ଯାଇଅଛି ତୁମରି ବାଣୀକୁ
ଏ ଯୁବ ସମାଜ ଆଜି ,
ତେଣୁ ବିଶୁଙ୍ଖଳା ରାଜୁତି କରୁଛି
ଭୟ ଦୁରାଚାର ସାଜି l
ଆସ ଆଉଥରେ ଭାରତ ମାଟିକୁ
କରିଦେଇ ପୁଣ୍ୟମୟ ,
ତୁମରି ପରଶେ ଜାଗ୍ରତ ହୋଇବ
ସୁପ୍ତ ଚେତନା ମୟ l
ସୁଜାତା ରାଉତ,
ଓରାସାହି , ଚାନ୍ଦବାଲି , ଭଦ୍ରକ