ତୁମେ କ’ଣ?
ତୁମେ କ’ଣ ପ୍ରାନ୍ତ ପ୍ରହସନ
ଆଶା ଓ ଅଶେଷ
ତୁମେ କ’ଣ ବିକ୍ଷୋଭ ସଂଖ୍ୟାନ
ଇଷ୍ଟ ଓ ଆଶିଷ ?
ତୁମେ କ’ଣ ଜନତାର ମତ
କର୍ମ ବିପରୀତ
ତୁମେ କ’ଣ ଜାହ୍ନବୀ ଜନ୍ମର
ପୁଣ୍ୟ ମୂର୍ତ୍ତିମନ୍ତ ?
ତୁମେ କ’ ଣ ଶୁଭ ଅଶୁଭର
ଇଚ୍ଛାର ସଂପଦ
ତୁମେ କ’ଣ ମୁଦ୍ରିତ ନୟନ
ସ୍ତୁତି ମୂଲ୍ୟବୋଧ ?
ତୁମେ କ’ ଣ ଦିବ୍ୟ ଅନୁଚିନ୍ତା
ପ୍ରୀତି ଉପହାର
ତୁମେ କ’ଣ ଅବନୀ ରଜନୀ
କାୟାର ସମ୍ଭାର ?
ତୁମେ କ’ ଣ ସଲିଳ ସମୀର
ସ୍ପର୍ଶ ଶିହରଣ
ତୁମେ କ’ଣ ଉଚିତ ଅନୁଚିତ
ଦୀପ୍ତି ଅନୁଦାନ?
ତୁମେ କ’ଣ ସୁନ୍ଦର ବନଭୂମି
ଶ୍ୟାମଳିମା ଭାର
ତୁମେ କ’ଣ ହୃଦ ସ୍ୱରଶିଳ୍ପୀ
ନିଃଶ୍ବାସ ଖରତର???
ରାକମା, ଭାପୁର ,ନୟାଗଡ଼