କ୍ଷୁଦ୍ର ପ୍ରବନ୍ଧ : ଶିଶୁ
~~~~~~~~~
ହଁ ଆଜ୍ଞା ଶିଶୁ ଯିଏ ଦେଶର ଭବିଷ୍ୟତ ଆସନ୍ତା କାଲିର ଜଣେ ସୁନାଗରିକ । ଶିଶୁଟିଏ କେଉଁଠି ଜନ୍ମ ହେବ ତାହା ବିଧି ନିର୍ଦିଷ୍ଟ । ସିଏ ଗରିବ ଘର ହେଉ ଅବା କୋଟିପତି ଘର । ହେଲେ ଆଜିର ଦୁନିଆରେ କିଛି ଗରିବ ପିଲା ଅର୍ଥର ଅଭାରେ ପାଠପଢି ପାରୁନାହାନ୍ତି । କିଛି ଅର୍ଥ ରୋଜଗାର। ପାଇଁ ସେମାନେ ଶିଶୁ ଶ୍ରମିକ ପାଲଟି ଯାଉଛନ୍ତି । ଦୁନିଆର କିଛି ନାମି ଦାମି ଲୋକ ଏହି ଶିଶୁ ଶ୍ରମିକ ମାନଙ୍କୁ ନେଇ ସ୍ଵଳ୍ପ ପାରିଶ୍ରମିକରେ ଶିଶୁ ଶ୍ରମିକ ଭାବରେ ଖଟାନ୍ତି । ସେମାନେ କ’ଣ ଜାଣିଥିଲେ ଦାରିଦ୍ର୍ଯ ତାଙ୍କୁ ଗ୍ରାସ କରିବ ସେମାନେ କଲମ ବଦଳରେ ହୋଟେଲ୍ ରେ ଅଇଁଠା ବାସନ ଧୋଇବେ । ଆମରି ପିଲାମାନେ ଯେତେବେଳେ ନାଚି କୁଦି ସ୍କେଲ୍ ଯାଆନ୍ତି । ସେତେବେଳେ ସେମାନଙ୍କର ବି ଇଛା ହୁଏ ଆମେ ସ୍କୁଲ୍ ଯାଆନ୍ତୁ ପାଠ ପଢନ୍ତୁ ବଡମଣିଷ ହୁଅନ୍ତୁ ଲୋହରେ ତାଙ୍କ ଆଖି ଛଳ ଛଳ ହେଇଯାଏ । ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ସେମାନେ ପରର ଅଇଁଠା ଧୋଅନ୍ତି । ଆମେମାନେ ଚାଆ ଦୋକାନରେ ପେପର ପଢିଲା ବେଳେ ପଢୁ ଆଜି ଅମକେଇ ସ୍ଥାନରୁ ଏତେ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଆମ ପାଟିରୁ ବାହାରି ଆସେ କେତେ ନିର୍ଦୟ ଲୋକମାନେ ଛୋପ ପିଲାମାନଙ୍କୁ ଖଟାଉଥିଲା । ସେହି ସମୟରେ ଚାଆ ଦୋକାନରେ ବାସନ ମାଜୁଥିବା ପିଲାଟାକୁ କହୁ । ଆରେ ଚାଆ ଗୋଟେ ଦେଲୁ । ଏହି ହଉଛି ଆମ ମାନବିକତା । ଅନ୍ୟକୁ ସଚେତନ କରିବା ହେଲେ ନିଜେ ସଚତନ ହେବାନି ।
ବେଳ ଥାଉ ଥାଉ ଆମେ ସୁଦୁରି ଯିବା ଦରକାର ।
ଶଶୀଭୂଷଣ ଦାସ
ଘର : ବାଲେଶ୍ବର