ବଖରାଏ ଘର
ଘର ବାହାରେ ଭିଡ଼ ଜମି ଗଲାଣି l ଗାଆଁ ଲୋକେ ଏକାଠି ହୋଇ ଫୁସଫୁସ ହେଉଛନ୍ତି l ଆଜି ସୁରେଶ ଆସିଛି ଘରକୁ ତାର ଶଳାକୁ ଧରି ସାଙ୍ଗରେ l ଭଉଣୀ ଭିଣୋଇ ବି ଆସିଛନ୍ତି l ସରପଞ୍ଚ ଆଉ ତିନି ଚାରିଜଣ ଭଦ୍ର ଲୋକେ ବସିଛନ୍ତି ଘର ଦୁଆର ମୁହଁରେ ବସିଛନ୍ତି l ବଖରାଏ ଘର l ତା ଭିତରେ ଆଉ ଜାଗା କାହିଁ ଯେ ବସିବେ l ଘର ଭିତରେ ଖାଲି ସୁରେଶ ମା ଆଉ ଭଉଣୀ l
ବାପା ମଲା ପରେ ସୁରେଶ ପାଞ୍ଚ ସାତ ବର୍ଷ ହେଲା ଗାଁକୁ ଆସିନି l ମାଆ ମଲା କି ଗଲା ଭଉଣୀ ଶାଶୁ ଘରେ ଦୁଃଖରେ ଅଛି କି ଭଲ ମନ୍ଦ କିଛି ବୁଝେନା l
ଆଜି ଆସିଛି ଯୋଉ ବଖରାଏ ଘର ଅଛି ତାକୁ ବିକ୍ରି କରି ପଇସା ଭାଗ ବାଣ୍ଟି ନେବ ସହରରେ ଘର କିଣି ରହିବ ଆଉ ମା’କୁ ବୃଦ୍ଧାଶ୍ରମରେ ଛାଡିବ l ମା କିନ୍ତୁ ନ ଛୋଡ ବନ୍ଧା l ସେ ପୁଅକୁ ତେଜ୍ୟପୁତ୍ର କରିବ ବଖରାଏ ହେଲେ ବି ଘର ଝିଅକୁ ଦେଇ ସେହି ଘରେ ସେ ମାରିବ ବାହାରକୁ ଯିବ ନାହିଁ l ତା ବାପା ଏଇଠି ମରିଛି ଆଉ ସେ ବି ମରିବ l
ଭଦ୍ର ଲୋକଙ୍କୁ ଡ଼କାଇ ଓକିଲଙ୍କୁ ଡାକି ମା ବସିଛି ଝିଅ ନାଁ ରେ ସେ ବଖରାଏ ଘରକୁ ରେଜେଷ୍ଟ୍ରି କରିବାକୁ ଉଇଲ୍ ରେ l ସୁରେଶ ବାହାର ଲୋକଙ୍କ ଠାରୁ ଖବର ପାଇ ଆସିଛି ଶଳା ସାଙ୍ଗରେ l ସରପଞ୍ଚ ଙ୍କ ସହିତ ଭଦ୍ରଲୋକ ବସି ବିଚାର ହେଲା ସୁରେଶ ଓ ଭଉଣୀ ଭିଣୋଇ ବସିଥାନ୍ତି l ମାଆଙ୍କୁ ଡାକି ପଚାରିଲେ l ମା ବାହାରକୁ କଷ୍ଟରେ ଧରି ଧରି ଆସି ବସିଗଲା ଝିଅ ସାହାଯ୍ୟରେ l ଆଉ ଏକ ନିଶ୍ଵାସରେ କହିଲା ପଚାରନ୍ତୁ ବାପା ମଲା ଠାରୁ ଆଉ ଏ ପୁଅ ଗାଁ କୁ ଆସିଛି କେବେ କେହି ଗାଁ ବାଲା ଦେଖିଛ ? ମୋର ଯାହା ରୋଗ ବଇରାଗ ଭଲ ମନ୍ଦ ଏହି ଝୁଅ ଜ୍ହୋଇଁ ବୁଝୁଛନ୍ତି l ଜମି ଖଣ୍ଡିକ ତା ବାପା ଥିଲା ବେଳେ ଥିଲା ବ୍ୟାଙ୍କରେ ଚାଷ କରଜ ନେଇ ପୁଅକୁ ପାଠ ପଠାଇଲୁ l ପୁଅ ଚାକିରି କରି ବାହାରେ ଦଶ ପନ୍ଦର ବର୍ଷ ହେଲା ରହୁଛି ସମସ୍ତେ ଦେଖିଛ l ଯାହାହେଉ କୃଷକ ଲୋନ ସରକାର ଛାଡିବାରେ ସେ ଜମି ଖଣ୍ଡିକ ବିକ୍ରି କରି ଝୁଅ ବାହାଘର ତା ବାପା କଲା l ଛେଳି ଦୁଇଟା ଗାଈ ଟାଏ ରଖି ପାଳି ଖର୍ଚ ରେ ଆମେ ଦୁଇ ପ୍ରାଣୀ ଚଳିଲୁ l ପୁଅ ଦିନେ ଘରକୁ ଆସେ ନାହିଁ କି ଖବର ବୁଝେ ନାହିଁ l ବୋହୂ ବି ଏଇ ଗାଁ ର ମାଟି କାଦୁଅକୁ ଚିହ୍ନିଛି ଜାଣିଛି l କଣ ନା ସେହି ବଖରାଏ ଘରେ ଆମେ ଚଳି ପାରିବୁ ନାହିଁ l ତା ପୁଅକୁ ଗୁହାଳ ଘରୁ ରୋଗ ସଂକ୍ରମଣ ହୋଇ ଯିବ l ତେଣୁ ଦିନେ ହେଲେ ଆସନ୍ତି ନାହିଁ କି ପଇସା ପତ୍ର ଦିଅନ୍ତି ନାହିଁ l ବାପା ରୋଗରେ ମଲେ ଗୋରୁ ଗୁହାଳ ଭାଙ୍ଗିଲି l ଏହି ବଖରାଏ ଘରେ ସୁରେଶ ପିଲାବେଳେ ପାଠ ପଢିଛି ଶୋଇଛି ଆମ ସଙ୍ଗେ ମିଶି ରହିଛି ଖାଇଛି କେତେ ଅଭିଜ୍ଞତା ଭାବନା ତାର ଯୋଡି ହୋଇ ଅଛି l ସୁଖ ଦୁଃଖର ସଂସାର ଆମର ଏଇ ଘର ବଖରା ଟି ସବୁ ଦେଖିଛି l କେତେ ମାୟା ମମତା ମୋହ ଏହି ବଖରାଏ ଘର ଭିତରେ ରହିଛି l ସୁରେଶ ଏହି ଝାଟିମାଟି ଚାରି କାନ୍ଥ ଭିତରେ ଜନ୍ମ ହୋଇ ଆଜି ତାକୁ ବିକ୍ରି କରିବାକୁ ମନ କରି ସେ ଆସିଛି କଥା ହେବାକୁ l ନା ମୁଁ ମଲେ ଯାହା ହେବ l ମୋର କି ବାପାର ପୁଅ କିଛି କରିନାହିଁ l ତେଣୁ ସବୁବେଳେ ମତେ ଦେଖୁଛି ମୋ ଝିଅ ମୁଁ ତାକୁ ଲେଖି ଦେବି ସେ ମତେ ଦେଖିବ l ତାର ଘର ସହରରେ ଅଛି ସେ ରହୁ ମୋର କିଛି ଦେବାର ନାହିଁ କି କିଛି ମାଗିବାର ନାହିଁ l ତା ସହିତ କିଛି ଦେଣ ନେଣ ନାହିଁ l ଆଉ ମୋର କିଛି କହିବାର ନାହିଁ କହି ଭୋ ଭୋ ହୋଇ କାନ୍ଦି ଉଠିଲା ସୁରେଶ ମା l ଭଦ୍ରଲୋକମାନେ ସବୁ ନୀରବ ହୋଇ ବସିଥିଲେ ପରସ୍ପରକୁ ଚାହିଁ l କିଛି କରିବାର ନ ଥିଲା….।
ସୌଦାମିନୀ ତ୍ରିପାଠୀ
ଖୋର୍ଦ୍ଧା