।। ମାଆ ମଙ୍ଗଳା।।
କେମିତି କହିଲେ,ଵୁଝିଵୁ ଲୋ ମାଆ
ବୁଦ୍ଧି ନ ଦିଶଇ ମୋତେ,
ଦୁଃଖ ଶୋକ ଭରା,ଏ ମାୟା ସଂସାରେ
କେମିତି ସମୟ ଵିତେ,
ମାଆ, ଏ ମୋର ମାଆ,
କେଉଁ କଥା ଅବା ଅଜଣା ତୋତେ।0
ଯୁବା ବୟସରେ,ନ ପାରିଲି ଜାଣି
ଏ ହିନୀମାନ ଜୀବନ,
ମାୟା ମରୀଚିକା, ପଛେ ଗୋଡେଇଲି
ହେଲି ଯାହା ଅଧାପ୍ରାଣ,
ଶେଷ ସମୟରେ,କେ ଥିବେ ନଥିଵେ
ଘୋଡାଇ ରଖିବୁ ତୋର ପଣତେ,
ମାଆ,ଏ ମୋର ମାଆ,
କେଉଁ କଥା ଅବା ଅଜଣା ତୋତେ।1
ତୁ ବ୍ୟାଘ୍ର ବାହିନୀ, ମାତା କାତ୍ୟାୟନୀ
ମଙ୍ଗଳା ପାର୍ବତୀ ଉମା,
ମାତୃ କୃପା ବିନା,କେ ଶାନ୍ତି ପାଏନା
ଜନ ମାନସରେ ଜଣା,
ହେଲେ ଶଯ୍ୟା ଶାୟୀ, ଚାହୁଁ ଥିବୁ ତୁହି
ମୋର ପ୍ରତି ଦୟା ରଖିବୁ ଚିତ୍ତେ,
ମାଆ,ଏ ମୋର ମାଆ,
କେଉଁ କଥା ଅବା ଅଜଣା ତୋତେ।2
ଅଶୋକ କୁମାର ପତି, ଦହିଗାଁ
42 mouza, CTC.