କଲମ
କଲମଟା ମୋର ଚିର ସହଚର
ଚାରିପାଖେ ତାର ଧାର
ତା ସାଥିରେ କେହି ଲଢ଼ିବାକୁ ନାହିଁ
ଅପୂର୍ବ ଶକ୍ତି ତାହାର।
ଶାନ୍ତି ମୈତ୍ରୀ ପ୍ରୀତି ରଖିଛି ସାଇତି
ବିପ୍ଳବର ବହ୍ନି ଶିଖା
ଢ଼ଗ ଢ଼ମାଳିଠୁ ବ୍ୟଙ୍ଗ ବିଦୃପକୁ
ଦେଖାଇ ପାରେ ସେ ଏକା।
ଶୂନ୍ୟ ଶବଦକୁ ରୂପଦେଇ ତାକୁ
ସମାଜକୁ ଦେଉଥାଇ
ସମାଜ ଛବିକୁ ରୂପଦେଇ ତାକୁ
ସଂସାରେ ଖ୍ୟାତ କରଇ।
ମୋ କଲମ ଆଜି ଯାଉଛି ସେ ହଜି
ମୋବାଇଲି କମ୍ପ୍ୟୁଟରେ
ବେଳେ ବେଳେ ସେହି ରହିଥାଏ ଯାଇ
କେତେକଙ୍କ ପକେଟରେ।
ହଜୁଛି କଲମ ତେଜୁଛି ଚିଲମ
ଦେଖ ଆଜି ସମାଜରେ
ପେଟ ସୁଖିଯାଏ ଦୁଃଖେ ରହୁଥାଏ
ତା’ର ଖାଦ୍ୟ ସଂକଟରେ।
ଭିନ୍ନ ରୂପନେଇ ଆସିଲାଣି ସେହି
ଭୟ ନକରି କାହାରେ
ବୁଲୁଛି ସଂସାରେ ପଲ୍ଲୀରୁ ସହରେ
ହାରିନାହିଁ ଜୀବନରେ।
ଥିଲା ଅଛି ଥିବ ବଂଶ ନବୁଡ଼ିବ
ରୂପ ବଦଳାଉ ଥିବ
ମାନବ ସହିତ ଅତି ପରିଚିତ
ତା ପରି କେହି ନହେବ।
ଦେବମାୟା ଭବନ
ଶେରଗଡ଼,ଗଞ୍ଜାମ
୯୭୭୬୪୮୬୬୨୮