ବାପା
ତମକୁ କଣ କଷ୍ଟ ହୁଏନି
ହେଲେ କାହିଁକି ?
ତମେ ବି ତ ରକ୍ତ, ମାଂସରେ
ଗଢା ମଣିଷଟିଏ
ଜୀବନସାରା କର୍ତ୍ତବ୍ୟର
ପାହାଡ଼କୁ ମୁଣ୍ଡରେ ମୁଣ୍ଡେଇ
ବାଟ ଚାଲିବ ।
ସବୁ କଷ୍ଟକୁ ଛାତିରେ ଚାପି
ହସିଦେଇ ସବୁ ଚୁପଚାପ୍
ସହିଯାଅ।
କେତେ ବୋଝ ଆଉ
ମୁଣ୍ଡେଇ ଚାଲିଥିବ ।
କେବେ କରଜର ବୋଝ ।
ତ କେବେ ପରିବାରର
ଦାୟିତ୍ଵର ବୋଝ ।
ଅନ୍ୟମାନଙ୍କୁ ଖୁସୀରେ
ରଖିବାର ଦାୟିତ୍ଵ ।
ଅନ୍ୟମାନଙ୍କ ସ୍ୱପ୍ନକୁ
ପୂରଣ କରିବାର
ଦାୟିତ୍ଵ।
ନିଜର କ’ଣ ସ୍ୱପ୍ନ ବୋଲି
କିଛି ନାହିଁ।
ସ୍ୱପ୍ନ କଥା ଛାଡ
ତମର କ’ଣ ଖୁସି ହେବାର
ଅଧିକାର ନାହିଁ ।।
ତମଠାରୁ ବହୁତ
କିଛି ଶିଖିବାର
ଅଛି ବାପା
ଖାଲି ମା ନୁହେଁ
ତମେ ବି ବହୁତ କିଛି
ସହି ଆସିଛ ଆମ ଖୁସି ପାଇଁ ।।
ଆମର ଆବଶ୍ୟକତାରେ
ଟିକେ କମ୍ ହେଲେ
ତମକୁ ବେଶି କଷ୍ଟ ହୁଏ।
ତେଣୁ ଜୀବନରେ
କାହାକୁ ଅନ୍ଧ ଭଳି
ବିଶ୍ୱାସ କରିବାର ଅଛି ତ
ତେବେ ବାପା ଆଉ ମାଆଙ୍କ
ଉପରେ କର
କେବେ ନିରାଶ ହେବନି ।।
ମନସ୍ମିତା ବିଶ୍ୱାଳ
ଗଡମାଟିଆପଡା, କଣାସ, ପୁରୀ