କାହିଁକି ଏତେ ଭଲ ଲାଗ ତୁମେ
ଯେତେବେଳେ,,,
ମୋ ହସକୁ ମନେ ପକେଇ ମୁରୁକି ହସ
ସେତେବେଳେ ଖୁବ ଭଲ ଲାଗ ତୁମେ…
ଯେତେବେଳେ,,,
ମୋ ଲୁହ ଭିଜା ଆଖି ଦେଖି ନିସ୍ତେଜ ହୁଅ
ସେତେବେଳେ ଖୁବ ଭଲ ଲାଗ ତୁମେ…
ଯେତେବେଳେ,,,
ନିଘୋଡ ନିଦରେ ଥିବା ‘ମୁଁ’ କୁ ନିରେଖି ଦେଖୁଥାଅ
ସେତେବେଳେ ଖୁବ ଭଲ ଲାଗ ତୁମେ…
ଯେତେବେଳେ,,,
ସୁନ୍ଦର ଗୀତରେ ମୋ ପ୍ରତିଛବି ପରିକଳ୍ପନା କର
ସେତେବେଳେ ଖୁବ ଭଲ ଲାଗ ତୁମେ…
ଯେତେବେଳେ,,,
ମୋ ଚୁଲବୁଲି ଢଙ୍ଗକୁ ଲକ୍ଷ୍ୟକରି ବୁଡିଯାଅ କଳ୍ପନାରେ
ସେତେବେଳେ ଖୁବ ଭଲ ଲାଗ ତୁମେ…
ଯେତେବେଳେ,,,
ମୋ ସ୍ବପ୍ନକୁ ବାସ୍ତବତାର ରଙ୍ଗରେ ରଙ୍ଗୀନ କର
ସେତେବେଳେ ଖୁବ ଭଲଲାଗ ତୁମେ…
ଯେତେବେଳେ,,,
ମତେ ରକ୍ଷା କରିବାକୁ ନିର୍ଦୋଷରୁ ଦୋଷୀ ହୁଅ
ସେତେବେଳେ ଖୁବ ଭଲଲାଗ ତୁମେ…
ଏବେ କୁହତ!!!
କାହିଁକି ଏତେ ଭଲ ଲାଗ ତୁମେ!!!