April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

କଳଙ୍କିତ ଶାଶ୍ବତ ପ୍ରେମ — ଶୁଭଶ୍ରୀ ସ୍ବର୍ଣ୍ଣପ୍ରଭା ମହାନ୍ତି

କଳଙ୍କିତ ଶାଶ୍ବତ ପ୍ରେମ

 

 

ହଠାତ୍ ମା’ ଏମିତି ଏ ବୟସରେ ବାପାଙ୍କୁ ଛାଡି ଆଉ କାହା ସହ ଚାଲି ଯିବାକୁ ଗ୍ରହଣ କରି ପାରୁନି ଶ୍ରୀ।କ’ଣ ଏମିତି ଆବଶ୍ୟକ ପଡିଲା ଯେ,୫୫ ବର୍ଷ ବୟସରେ ନିଜର ପରିପୂର୍ଣ୍ଣ ସଂସାର ଓ ଦେବତୁଲ୍ୟ ସ୍ବାମୀଙ୍କୁ ଛାଡି ମା’ ଏମିତି ଚାଲିଗଲେ!!!ଏପଟେ ବାପା ବାକଶୁନ୍ୟ ପଥର ମୂର୍ତ୍ତୀଟିଏ ପାଲଟି ଯାଇଛନ୍ତି। ସକାଳୁ ଆସି ସନ୍ଧ୍ୟାହେଲାଣି,,,ଘରୁ ଫେରିବା ପରଠୁ ଏଇ ସବୁ କଥା ଭାବି ଭାବି ଶ୍ରୀ ସତେଅବା ଭାବନାର ନଦୀଟିଏ ପାଲଟି ଯାଇଛି।

ନାଁ !!!! ଏହାର କିଛି ଗୋଟେ ସମାଧାନ ନିଶ୍ଚୟ ଆବଶ୍ୟକ।ଏହା କହି ଗାଡି ଷ୍ଟାର୍ଟ କରି ସେ ଚାଲିଲା ଫେସବୁକ ରୁ ସଂଗୃହୀତ ଅବସର ପ୍ରାପ୍ତ ସେନାଧ୍ୟକ୍ଷ ଆରବ ବାବୁଙ୍କ ଠିକଣାରେ। କଲିଂ ବେଲ ମାରିବା ର ଠିକ ପରେ ପରେ କବାଟ ଖୋଲିଗଲା ଦୁଇଟି ସୁନ୍ଦର ହାତର ଥାକଥାକ ଲାଲ ଟହଟହ ଚୁଡିର ରୁଣୁଝୁଣୁ ଶବ୍ଦ ସହିତ।ଆଗରେ ଧଳା ଓ ଲାଲ ରଙ୍ଗ ମିଶା ସୂତା ଲୁଗା ଖଣ୍ଡେ ପିନ୍ଧି ଅଳକା ଦେବୀ ଠିଆ ହୋଇ ଥାଆନ୍ତି।ଇଏ କ’ଣ!!!ସବୁ ବେଳେ ଆଧୁନିକକପଡା ପରିହିତା ମା’ କେବେଠାରୁ ଏମିତି ନିଚ୍ଛକ ଓଡିଆଣୀ ବେଶରେ!!!ଏକ ଅତି ସୁନ୍ଦର ମନମୋହକ ହସ ହସି ତାକୁ ଘର ଭିତରକୁ ପାଛୋଟି ନେଲେ ଅଳକା ଦେବୀ।ସେହି ସମୟରେ ଘର ଭିତରକୁ ପଶି ଆସିଲେ ଆରବ ବାବୁ ଅପର ପାର୍ଶ୍ବ ଦ୍ବାର ଦେଇ।ଶ୍ରୀ ଦେଖୁଥାଏ,,,ଆଖି ଲାଖିଗଲା ଭଳି ହାଲକା ଗୋରା ରଙ୍ଗର ୬ ଫୁଟ ଉଚ୍ଚତା ବିଶିଷ୍ଟ ଚେହେରା।ବୟସ ୬୦ ପରେ ହେଲେ ବି ମୁଖ ମଣ୍ଡଳରୁ ସତେ ଅବା ଆଭା ବାହାରୁ ଥାଏ।ତାକୁ ଦେଖିବା ପରେ ସ୍ମିତହସ ଟିଏ ଖେଳିଗଲା ତାଙ୍କ ଓଠରେ।ତାକୁ ନିର୍ଦ୍ବନ୍ଦରେ ବସିବାକୁ କହିଲା ବେଳେ ଶ୍ରୀ ଆଶ୍ଚର୍ଯ୍ୟ ହେଲା,,,ସେ ଦୁହେଁ ଏତେ ନିର୍ବିକାର କେମିତି!!!ତା ପାଟିରୁ ହଠାତ ବାହାରି ଗଲା,”କ’ଣ ପାଇଁ ଏମିତି କଲ ତୁମେ ମା!!! ସ୍ବାମୀ ସ୍ନେହଁ,,,ଧନ ସମ୍ପତ୍ତି,,,ଗାଡିଘୋଡା,,,ପରିବାର କୋଉଥିରେ ଅସୁବିଧା ଥିଲା ତୁମର?”

ଅଳକା କିଛି ସମୟ ତା ଆଖିରେ ଆଖି ମିଶେଇ ଚାହିଁବା ପରେ ଅଳ୍ପ ହସିଲେ।ତା ପରେ କହିଲେ,”ମା’ରେ,,,ସାରା ଦୁନିଆଁ ଯାହା ବୁଝିଲା ପରିଶେଷରେ ତୁ ବି ସେଇଆ ବୁଝିଲୁ ମତେ!!!ମଣିଷର ଇଚ୍ଛା ଆଉ ଖୁସି କ’ଣ ଏଇ କେତେଟା ହାତ ଗଣତି ଜିନିଷରେ ସୀମିତ!!!ଏ ବୟସରେ ମୋର କ’ଣ ଆଉ ସେ କାମନା ବାସନା ଚରିତାର୍ଥ ର ଆଶା ଅଛି ନା ଅଛି ଧନ ସମ୍ପତ୍ତିର ଲୋଭ!??ନିଜ ଯୌବନାବସ୍ଥା ର ପ୍ରତିଟି ମୁହୂର୍ତ୍ତ ରେ କେବଳ ତୋ ବାପାଙ୍କ ନାଁ ଲେଖା ହେଇଛି।ତାଙ୍କ ସ୍ନେହଁ ପ୍ରେମର ପ୍ରତିବଦଳରେ ଗୋଟେ ପରିପୂର୍ଣ୍ଣ ସଂସାର ମୁଁ ତାଙ୍କୁ ଦେଇଛି।କିନ୍ତୁ ଆରବ ପାଇଛନ୍ତି କ’ଣ?ଦିନ ଥିଲା ଆମେ ଦୁଇଜଣ ପରସ୍ପରକୁ ନେଇ ଖୁବ ଆଶାବାଦୀ ଥିଲୁ।ଦୁହେଁ ଦୁହିଁଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲୁ।ହେଲେ ତାଙ୍କର ଚାକିରୀ ତାଲିମ ସମୟରେ ହିଁ ମୋ ଇଚ୍ଛା ଅନିଚ୍ଛାକୁ ନ ପଚାରି ମୋ ପରିବାର ତୋ ବାପାଙ୍କ ସହିତ ଛନ୍ଦିଦେଲେ ମତେ।ମୁଁ ବି ମୋ ବାପାଙ୍କ ଇଜ୍ଜତ କୁ ଜଗି ପଦେ ନାଁ ବୋଲି କହିପାରି ନଥିଲି।ଅତୀତକୁ ସଂସାରର ବାଲିରେ ପୋତି ଦେଇ ତୋ ବାପାଙ୍କ ସହ ସମୟର ସୁଅରେ ନିଜକୁ ଭସାଇ ଦେଲି ୟାଙ୍କ ପ୍ରତି ସ୍ବାର୍ଥପର ହେଇ।

ଏଇ କିଛିଦିନ ତଳେ ହଠାତ ବଜାରରେ ଆରବଙ୍କୁ ଦେଖିଲି,,,ତାଙ୍କର ସୁଖଦୁଃଖ ବୁଝିଲା ଭିତରେ ଜାଣିବାକୁ ପାଇଲି ସେ ନିଜ ଯୌବନରୁ ଆରମ୍ଭ କରି ଆଜି ଯାଏଁ ପ୍ରତିଟି କ୍ଷଣ ପ୍ରତି ମୂହୁର୍ତ୍ତ ମୋ ପାଇଁ ଜଳାଞ୍ଜଳୀ ଦେଇ ଆଜି ଯାଏଁ ମୋରି ସ୍ମୃତିକୁ ଜାବୁଡ଼ି ଧରି ବଞ୍ଚିଛନ୍ତି।ଯିଏ ମୋ ପାଇଁ ତାଙ୍କ ଜୀବନର ସବୁଠୁଁ ଗରୁତ୍ବପୂର୍ଣ୍ଣ ସମୟକୁ ଉତ୍ସର୍ଗ କରି ଦେଇଛନ୍ତି ତାଙ୍କ ପାଖରେ କ’ଣ ମୁଁ ମୋ ଜୀବନର ଚତୁର୍ଥ ପର୍ଯ୍ୟାୟକୁ ସମର୍ପଣ କରି କିଛି ଭୁଲ କରିଛି?ଏଠିକି ମୁଁ କେବଳ ଆରବଙ୍କର ଭଲପାଇବାର ଋଣ ସୁଝିବାକୁ ତାଙ୍କର ପ୍ରାପ୍ୟ ତାଙ୍କୁ ଦେବାକୁ ଆସିଛି।ଆଉ କିଛି ନୁହେଁ।”

ଶ୍ରୀ ହତବାକ୍ ହେଇ ଚାହିଁ ରହିଥିଲା ଅଳକା ଦେବୀଙ୍କୁ।ସେତେବେଳେ ସେ ତାଙ୍କ ଭିତରେ କେବଳ ଗୋଟିଏ ଚରିତ୍ର ଦେଖି ପାରୁଥିଲା: ୩୫ ବର୍ଷ ତଳର ଯୁବକ ଆରବଙ୍କ ପ୍ରେମିକା ଅଳକାନନ୍ଦାଙ୍କୁ,,,ଏବଂ ଉପଲବ୍ଧି କରିପାରୁଥିଲା ତାଙ୍କର କଳଙ୍କିତ ଶାଶ୍ବତ ପ୍ରେମକୁ।

Loading

Leave a Reply

Your email address will not be published. Required fields are marked *