ପରୋପକାର
ମାନବ ଜୀବନ ଅଟଇ ଦୁର୍ଲ୍ଲଭ
ଦିବ୍ୟଜ୍ଞାନ ଭରିଅଛି
ଜୀବନକୁ ଯେବେ ସାର୍ଥକ କରିବ
ଭଲ କର୍ମ କର କିଛି।।
ପର ଉପକାର ମାନବର ଧର୍ମ
କର ପର ଉପକାର
ଜୀବେ ଦୟା କ୍ଷମା ଭାବକୁ ଆଚରି
ଅନ୍ୟକୁ ସାହାଯ୍ୟ କର।।
ଦୁଃଖୀ ରଙ୍କି ଓଠେ ଭରିଦିଅ ହସ
ତୁମ ସାଧ୍ୟମତେ ପରା
ଦୁସ୍ଥଜନେ ସାହା ହୋଇ ସୁସ୍ଥ କର
ହସି ଉଠିବ ଏ ଧରା।।
ଗୋପବନ୍ଧୁ ପରି ବିପଦ ଆପଦେ
ସଭିଙ୍କ ପାଖରେ ଥିବ
ତାହାଠାରୁ ବଳି ଭଲକର୍ମ କିଛି
ସଂସାରେ ନାହିଁ ଜାଣିବ।।
ପର ଉପକାରେ ଈଶ୍ୱର ସନ୍ତୁଷ୍ଟ
ପୁରାଣରେ ଲେଖା ଅଛି
ଦୁନିଆ ଛାଡିବା ଆଗରୁ ତାହାଲେ
ଭଲ କାମ କର କିଛି।।
ପର ହିତ ପାଇଁ ନିଜକୁ ଉତ୍ସର୍ଗ
କରି ସତ୍ୟପଥେ ଚାଲ
ସବୁରି ମୁହଁରେ ହସ ଫୁଟାଇଣ
ବୁଝ ଜୀବନର ମୂଲ୍ୟ।।
ବନଲକ୍ଷ୍ମୀ ମହାନ୍ତି
ନଡିଆବରାଇ
କେନ୍ଦ୍ରାପଡ଼ା ।।