ଫୁଲ ବଗିଚା
……………
ଘର ଅଗଣାର ପାଚେରୀ ମଧ୍ୟରେ
ରହିଛି ସୁନ୍ଦର ଫୁଲ ବଗିଚା
ସୁରୁଜ ଉଇଁଲେ ସକାଳ ପ୍ରହରୁ
ଫୁଲ ଫୁଟିଥାଏ ଗୋଛାକୁ ଗୋଛା।
ଦେଖିଲେ ଥରୁଟେ ଲାଖିଯାଏ ଆଖି
କ୍ଷଣିକେ ହୃଦୟ ମୋହି ସେ ନିଏ
ଯେତେ ଦୂରେ ଥିଲେ ଚତୁର ଭ୍ରମର
ନିତି ଆସି ତାକୁ ଘଡିଏ ଛୁଏଁ।
ଛନଛନ ବେଶ କଅଁଳ ବୟସ
ନିତି ସେ ଲାଗଇ ସଧବା ପରି
ଖରା ବରଷାକୁ କି ବା ଖାତିରି
ଅଜାଡି ଦିଏ ଟୋକେଇ ଭରି।
ରଙ୍ଗ ବେରଙ୍ଗ ଫୁଲ ଛାଉଣିରେ
ବଗିଚାଟା ସାରା ଯାଏ ସେ ମାତି
ସାନ ଅବା ବଡ ଲତା କିବା ଗଛ
ଲଗା ହୋଇଅଚି କେତେକ ଜାତି।
ସରୋଜ କୁମାର ସାହୁ
ଆଠଗଡ଼ .କଟକ