ନାରୀ ର ଜୀବନ
ନାରୀ ନୁହେଁ କାହା ହାତର ଖେଳନା
ଖେଳି ତାକୁ ଭାଙ୍ଗି ଦେବ.
ନାରୀ ସହ ଲାଗି ନର ର ଶରୀର
ଅକାଳରେ ଜଳି ଯିବ…….(1)
ନାରୀ କେବେ ଶାନ୍ତ କେବେ ସେ ସରଳ
କେବେ ନିଏ କାଳି ରୂପ.
ନାରୀ ଠାରୁ ପୁରା ସଂସାର ଆରମ୍ଭ
ସୃଷ୍ଟି ର ସେ ପରା ରୂପ………(2)
ଦ୍ଵାପର ରେ ପ୍ରଭୁ ନିଜ ନାମ ଆଗେ
ରଖିଲେ ନାରୀର ନାମ.
କଳିରେ ମାନବ ନାରୀ ହତ୍ୟା କରି
ଅରଜୁଛି ପାପ କର୍ମ…………..(3)
ନାରୀ ପାଇଁ କେବେ ରାମାୟଣ
ପୁଣି ହୁଏ କେବେ ମହାଯୁଦ୍ଧ.
ଆଜିର ସମୟ ନାରୀ କାନ୍ଦେଲୁଚି
ହୁଏ ଯେବେ ଶୂନ୍ୟ ହସ୍ତ ………(4)
କେବେ ମାତୃ ଗର୍ଭେ କେବେ ବଳତ୍କାରେ
କେବେ ଯଉତୁକେ ହତ୍ୟା.
ନାରୀ ର ଜୀବନ ହୁଏ ହିନି ମାନ
ହୁଏ ସେ ବହୁ ହିନସ୍ଥା…………..(5)
ନାରୀ କେବେ ଝିଅ କେବେ ସେ ଭଗିନୀ
କେବେ ପତ୍ନୀ କେବେ ମାଆ.
ଅପମାନ ବେଳେ କେବେ କେବେ ହୁଏ
ପାଞ୍ଚାଳୀ ରୂପକ ନିଆଁ ……….(6)
ନାରୀ ନୁହେଁ କାହା ହାତର ଖେଳନା
ଖେଳି ତାକୁ ଭାଙ୍ଗି ଦେବ.
ନାରୀ ସହ ଲାଗି ନର ର ଶରୀର
ଅକାଳରେ ଜଳି ଯିବ………..(7)
ଅଭିପସା ଧଳ
ତୁଳସୀ କ୍ଷେତ୍ର
କେନ୍ଦ୍ରାପଡ଼ା