ଶୀର୍ଷକ-ରାଇମୋହନ
ରାଧା ର ସ୍ପନ୍ଦନ କୃଷ୍ଣ ର ପ୍ରେମ
କୃଷ୍ଣ ର ଜୀବନ ରାଧା ର ପ୍ରେମ,
ଦୁଇଟି ଶରୀର ଗୋଟିଏ ପ୍ରାଣ
ଗୋଟିଏ ରାଧା ଓ ମଧୁସୂଦନ,
ସେ ପାଇଁ ଦୁହିଁଙ୍କ ଗୋଟିଏ ନାମ
ନାମ ବିରଚିଲେ ରାଧାରମଣ।
ରାଧା ଶରୀରେ ଥାଏ କୃଷ୍ଣ ପ୍ରାଣ
କୃଷ୍ଣ ଶରୀରେ ଥାଏ ରାଧା ପ୍ରାଣ,
ରାଧା ବିନା ଭଜିଲେ କୃଷ୍ଣ ନାମ
ବନ୍ଧୁ ନମିଳେ କେବେ ଫଳପୁଣ୍ୟ,
ରାଧାରମଣ ନାମ ର ଭଜନ
ସଦା ହଉ ମୋ ପ୍ରାଣ ର ସ୍ପନ୍ଦନ।
କଂହେଇ କର ମୋ ଜୀବନ ଧନ୍ୟ
ଦେଇ ରାଧାପାଦ ର ଦରଶନ,
ସେ ପୁଣ୍ୟବଳ ରେ ତୋ ପାଦତଳେ
ସଦା ରହୁ ମୋ ଚିତ୍ତ ନିରନ୍ତରେ,
ତବ ଦୁହିଁ ଙ୍କର ଗୁଣର ଗାନ
ହେଉ ମୋ ଜୀବନ ରାଇମୋହନ।
ନିର୍ମାଲ୍ୟ ବାରିକ୍
ଯାଜପୁର।