କାହାକୁ କଅଣ କହିବ
ଆଜି ଆମ ରାଜ୍ୟେ ଘୋଷଣା ହୋଇଛି
ଦଶମ ଛୁଆଁଙ୍କ ମାର୍କ ,
ମାର୍କ କୁ ଦେଖି କେରାଣ୍ଡି ଭାବୁଛି
ନିଜକୁ ବିରାଟ ସାର୍କ ,
ଭବିଷ୍ୟତ ପୁରା ଡାର୍କ ,
ଦେଖିଦୁଖୀ ସାରି ଆଖିବୁଜି ଦେଇ
ଚାଲିଗଲି ଟିକେ ପାର୍କ |
ପାର୍କ କୁ ଯାଇ ଦେଖିଲି ସେଇଠି
ବସିଛନ୍ତି ଦଳେ ମାଷ୍ଟର ,
ଭାବିଲି ଦେଖିବା ଜଳିବେକି ନାହିଁ
ଲଗାଇ କଟାକ୍ଷ ଟେଷ୍ଟର ,
କେଉଁଠୁ ପାଇଲ ବୁଷ୍ଟର ,
କେମିତି ଦେଲହେ ଏମିତି ମାର୍କେ
ନଧରି କି ଚକ ଡଷ୍ଟର |
ସାଙ୍ଗେ ସାଙ୍ଗେ ଆମ ସାଆରେ କହିଲେ
ତମେ ଯେ କିଏହୋ ବାବୁ ,
ପାର୍କଟାକୁ ଆସି ଏତେ ପ୍ରଶ୍ନ କଲେ
ଆମେ ଯେ ଉତ୍ତର ଦେବୁ ,
ଛୁଆଙ୍କ ରେଜେଲ୍ଟ ସବୁ ,
ଶହେ ଅନେଶତେ ମେଞ୍ଚେ ବିଞ୍ଚାହେଲେ
ବାହା ବାହା ତୋଳି ନେବୁ |
ମାଷ୍ଟର ମାନଙ୍କ ମାଷ୍ଟ୍ରିଆ ଉତ୍ତରେ
ମୁଣ୍ଡ ମୋ ବୁଲେଇଦେଲା ,
କଅଣ କହିବି ସାଆରେ ମାନଙ୍କୁ
ବିବେକ ଗୋଇଠା ଦେଲା ,
କି କଳି କାଳର ବେଳା ,
ବାହାଃ ବାହାଃ ପାଇଁ ଛୁଆଁଙ୍କ ସହିତ
ମଡର୍ଣ୍ଣ ଖେଳଟେ ହେଲା |
ଏତିକି କଥାରେ ଟିଚର ପୁରାଣ
ଏଇଠି ସମାପ୍ତ କରି ,
ପାର୍କଟା ସାରା ଆଖି ମୋ ବୁଲାଇ
ଖୋଜିଲି ସୁନ୍ଦରୀ ନାରୀ ,
ଘରକୁ ଆସିଲି ଫେରି ,
ଓଥରା ହେବାଟା ଥୟ ମୁଁ ଜାଣିଲି
ଯିବି ମୁଁ ଯେବେ ରେ ମରି |
ଅଙ୍କିତ୍ କୁମାର ସ୍ୱାଇଁ
ଶାସନ୍ଦା , ବିଂଝାରପୁର , ଯାଜପୁର