ଅବୁଝା ପ୍ରିତୀ
ଲେଖିବାକୁ ମନ ଧରିଛି କଲମ
ଭାବନାରେ ବିତେ ରାତି
ମନର ଶବ୍ଦକୁ ପାରେ ନାହିଁ ଯୋଡି
ଏହି ମୋ ଅବୁଝା ପ୍ରୀତି l
ଆଙ୍କି ଦେବି ଏବେ ଶାଣିତ ମୁନରେ
ମାଧୁର୍ଯ୍ଯ ରୂପର ଆଖ୍ୟା
ଶବ୍ଦ ଚାଙ୍ଗୁଡିର ବର୍ଣ୍ଣ କମିଯାଏ
କିପରି କରିବି ବ୍ୟାଖ୍ୟା l
ପ୍ରେମରଙ୍ଗ ବୋଳି ପ୍ରେମ ଶବ୍ଦ ସବୁ
ଗୁନ୍ଥିବାକୁ ଚାହେଁ ଯେତେ
କବିତା ରସରେ ପ୍ରୀତି ଫୁଲ ଫୁଟେ
ତୁମ ନାମେ ପ୍ରିୟ କେତେ l
ମନ ଆନାମନା କବିତା ବର୍ଣ୍ଣନା
କରି ପାରୁନାହିଁ ଇତି
ତୁମ ସ୍ପର୍ଶ ପରେ ପୂର୍ଣ୍ଣତା ଲଭିବ
ଏହି ମୋ ଅବୁଝା ପ୍ରୀତି ll
ସ୍ମିତାଲି ପ୍ରିୟଦର୍ଶିନୀ ପଣ୍ଡା
ବଡ଼ମ୍ବା, କଟକ