କାଳିଆ ରସିକ
ଶୂନ୍ୟେ ଶୁନ ହୋଇ ଭେଟିଲି ହରିଙ୍କୁ
ତୁଟି ଗଲା ସବୁ ମୋହ,
ଆହାକି ସୁନ୍ଦର କାଳିଆ ରସିକ
ଲୋଡ଼େ ତାକୁ ଅହରହ।
ଅପୂର୍ବ ସେ ଆଖି ଦିଶୁଛି ସୁନ୍ଦର
ଖୋଜେ ମନ ତା’ ଦର୍ଶନ,
ନାଲି ଅଧରରେ ଦେଇ ସ୍ମିତ ହାସ୍ୟ
ଚୋରାଏ ସେ ତନୁ ମନ।
ପଦରେ ଗୋବିନ୍ଦ ହୃଦରେ ଆନନ୍ଦ
ଭରିଦେଲ କେତେ ଛନ୍ଦ,
ପାରୁନି ମୁଁ ଭୁଲି ହେଉଛି ଯେ ଝୁରି
ଆହେ ମୋ ପରମାନନ୍ଦ ।
ସଂସାରରେ ସାର ହେ ନୀଳକନ୍ଦର
ତୁମେ ଅପରୂପ ମୂର୍ତ୍ତି,
ବତାଇ ଦିଅ ହେ ଉଦ୍ଧାରର ପଥ
ପାପ ପଙ୍କୁ ହେବି ମୁକ୍ତି ।
ସୋନାଲି ସ୍ବପ୍ନା ପାତ୍ର
ବଡ଼ମ୍ବା, କଟକ