April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ନେଡ଼ିଗୁଡ଼ କହୁଣୀକୁ ବୋହି ଯିବା ପରେ — କଳ୍ପନା ରାୟ

ଗଳ୍ପ – ନେଡ଼ିଗୁଡ଼ କହୁଣୀକୁ ବୋହି ଯିବା ପରେ

 

 

ଶାନ୍ତିଦେଵୀ ନିଛକ୍ ମଣିଷପ୍ରେମୀ । ସରଳଵିଶ୍ବାସୀ, କର୍ଭଠ ମହିଳା ।ତାଙ୍କର ତ୍ୟାଗ ଯିଏ ଦେଖିଛି ବାଃ ବାଃ ନ କହି ରହି ପାରିନି ।

 

ବାହାହେଇ ଆସିଲା ପରେ ସିଏ ଆଉ ତାଙ୍କ ସ୍ଵାମୀଙ୍କୁ ନେଇ ତାଙ୍କ ପରିବାର । ସ୍ବାମୀ ବିଦେଶରେ । ଏକା ରହିବାକୁ ଭଲ ଲାଗେନା ତାଙ୍କୁ ‌ । ଖୁଡିଶାଶୁଙ୍କୁ ଶାଶୁଠୁ ଵଳି ଭକ୍ତି କରନ୍ତି । ଖୁଡିଶାଶୁ, ଦାଦା ଶ୍ବଶୁର, ଯାଆ ଦେଢଶୁରଙ୍କ ସିଏ ପ୍ରିୟ *ଛୁଆ ବୋଉ* ପାଲଟି ଯାଆନ୍ତି । ଗୋଟେଇପାଟେଇ ସବୁ କାମ ବଡ଼ି ଭୋରରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଅନାୟାସରେ କରିଯାଆନ୍ତି ।

 

ଦେଢଶୁରଙ୍କ ପିଲାମାନଙ୍କର ଛୁଆ ବୋଉ ପ୍ରୀତି ବି ବହୁତ । ଏମିତି କିଛି ଦିନ ବିତିଯାଏ । ଆସନ୍ତି ସ୍ବାମୀଙ୍କ ସହ କଟକ ସ୍ବାମୀଙ୍କ ଚାକିରି ଯାଗାକୁ । ଇତିଅଵସରରେ ବଡ଼ ନଣନ୍ଦଙ୍କ ଦେହାନ୍ତ ପରେ ଭାଣିଜୀଭଣଜାଙ୍କୁ ନିଜ ପିଲା ପରି ପାଳନ୍ତି । ଛୁଆମାଇଁକୁ ସେମାନେ ହୃଦୟରୁ ଭଲ ପାଆନ୍ତି ।

 

ସେ ସମୟରେ ଗାଁ ର ଲୋକଙ୍କ ସଂଖ୍ୟା କଟକ ଟାଉନରେ କମ୍ ଥାଏ । ଶାନ୍ତି ଦେବୀଙ୍କ ଭାଇ ଆସି ରହନ୍ତି ପାଠ ପଢ଼ିବାକୁ କଲେଜରେ । ସେଇଠୁ ହିଁ କହିବାକୁ ଗଲେ ଅଶାନ୍ତିର ମଞ୍ଜି ଲାଗେ । ରହି ପାଠ ପଢ଼େ, ଚାକିରୀ କରେ, ବାହା ହୁଏ, ଶାଶୁଘରଠୁ ଆରମ୍ଭ କରି ତିନି ଭାଇଙ୍କ ପୁଅଝିଅ ଗାଆଁ ର ଚିହ୍ନା ପରିଚୟ ଭାଇସାହିଙ୍କୁ ଆଣି ପୁରାଏ । ଡାକ୍ତର ଦେଖା, ବାହାଘର, ନାନାଦି କାମ ଏଇ ଶାନ୍ତି ଦେବୀଙ୍କ ଘରେ ହୁଏ । ତାଙ୍କ ସ୍ବାମୀଙ୍କ ଛୋଟ ଚାକିରି ରେ ପାଞ୍ଚଟି ଛୁଆ । ଭଡ଼ାଘରେ ରହି ସବୁ କିଣି ଖାଇବା କାଠିକର ପାଠ ହୁଏ । କଳାଟଙ୍କାକୁ ଘୃଣା କରୁଥିବାରୁ ଟଙ୍କା ପାଇଁ ଟାଣଟୁଣ । ସତ୍ୟବାଦୀ ସ୍ବାମୀ ସିଧାସଳଖ ବାରମ୍ବାର ଵଡଶଳାଙ୍କୁ ଚିଠିରେ ଏସବୁ ଜଣାନ୍ତି ।

 

ସଂସାରରେ ସୁବିଧାବାଦୀ ଗୋଷ୍ଠୀଙ୍କ ଚାଲାକି ସରଳ ଶାନ୍ତି ଦେବୀଙ୍କ ମୁଣ୍ଡରେ ପଶେନି । କେତେବେଳେ ପୋଇ ଦି ଖଣ୍ଡ, ନାଉ ଗୋଟେ, ସାରୁ ଦି’ଟା, ଚାଉଳ କୋଡ଼ିଏ କିଲୋ ଥୋଇଦେଇ ୟାଙ୍କ ଘରକୁ ଲଜ୍ ହୋଟେଲ ପରି ବ୍ୟବହାର କରନ୍ତି । ପାଣିରେ ସରପକା କଥାରେ ଭଳିଯାନ୍ତି ଶାନ୍ତି ଦେବୀ । ଭାଇଙ୍କର ପକ୍ଷ ନେଇ ସ୍ଵାମୀଙ୍କ ସହିତ କଳି କରନ୍ତି । ଦୁଇଜଣଙ୍କ କଳିରେ ତୃତୀୟ ଜଣଙ୍କ ଲାଭ ପରିବର୍ତ୍ତେ ଏଠି କ୍ଷତି ହୁଏ । ଅର୍ଥାତ୍, ଯେତେବେଳେ ପଙ୍ଗପାଳ ଥାଆନ୍ତି ଅଳ୍ପ ଘର ହେତୁ ପିଲାଙ୍କ ପାଠ ବ୍ୟାଘାତ ହୁଏ, ପୁଣି ଏମାନେ ଗଲାପରେ କଳି ପାଇଁ ପିଲାଙ୍କ ପାଠ ନଷ୍ଟ ହୁଏ ।

 

ସ୍ଵାମୀ କହନ୍ତି, ସେମାନେ ଅଲଗା ଭଡ଼ାରେ ରୁହନ୍ତୁ । କିନ୍ତୁ ଶାନ୍ତିଦେବୀଙ୍କୁ ଫୁସୁଲାଫୂସୁଲି କରି କାମ ହାସଲ କରି ଏମି ଯାଇଛାତା ତାଙ୍କ ସ୍ଵାମୀ ଚିଠି ଦେଇଛନ୍ତି ବୋଲି ଲଗେଇ ଦେଇ ଯାଆନ୍ତି ।

 

ନିଜ ଛୁଆଙ୍କ ପେଟରୁ କାଟି, ସମୟରୁ କାଟି ଯେଉଁ ବାପଘର, ଭାଇ, ଝିଆରିପୁତୁରାଙ୍କର କରନ୍ତି ସେମାନେ ଶାନ୍ତି ଦେବୀ ବିଛଣାରେ ପଡ଼ିଲା ପରେ ଦିନେ ଆସନ୍ତି ନାହିଁ ।

 

ଅମାୟିକ ସ୍ନେହୀ ଶାନ୍ତି ଦେବୀ ସ୍ବାମୀଙ୍କ ପାଇଁ ସବୁଆଡେ ଭୁଲ୍ ମାଗୁଛନ୍ତି ବୋଲି କହନ୍ତି । ତାଙ୍କ ସତ ର ସ୍ଵତନ୍ତ୍ର ସ୍ଵଛ ହିତକୁ ତାଙ୍କ ମୂର୍ଖ ବୁଦ୍ଧିରେ ବୁଝିପାରନ୍ତି ନାହିଁ । ତାଙ୍କୁ ଭଲପାଉଥିବା ଭାଣିଜୀଭଣଜା, ଦେଢଶୁରଙ୍କ ଝିଅପୁଅ ଆଉ ଶାଶୁଘର ସମସ୍ତ ବନ୍ଧୁବାନ୍ଧବ ଶାନ୍ତି ଦେବୀଙ୍କ କଥାକୁ ବିଶ୍ୱାସ କରି ରୋକ୍ ଠୋକ୍ କଥାବାର୍ତ୍ତା କରୁଥିବା ସ୍ବାମୀଙ୍କୁ ଖରାପ ଭାବନ୍ତି ।

 

ସ୍ବାମୀଙ୍କ ହରିରାମ ପ୍ରୀତି, ସତ୍ୟନିଷ୍ଠା, ପରୋପକାର ଗୁଣ ପିଲାମାନଙ୍କ ଉପରେ ପ୍ରଭାବ ପକାଏ । ସେମାନଙ୍କୁ ସାରା ଶୁଭେଚ୍ଛୁ ଭଲପାଆନ୍ତି, ସେହି ସ୍ଵାର୍ଥପର ଲୋକଙ୍କୁ ଛାଡି ।

 

ଶାନ୍ତିଦେବୀ ତାଙ୍କ ପିଲାମାନଙ୍କୁ କହନ୍ତି, ତୋ ବାପାକୁ ମୁଁ ବଞ୍ଚେଇ ଚାଲିଛି, କିନ୍ତୁ ସିଏ ଜାଣନ୍ତି ନି ସ୍ବାମୀଙ୍କ ସତ୍ୟନିଷ୍ଠପଣିଆ ହିଁ ତାଙ୍କୁ ବଞ୍ଚେଇ ଚାଲିଛି । ଛନ୍ଦକପଟହୀନ, ହରିପ୍ରେମୀ ସ୍ବାମୀ କଥା କହୁ କହୁ ଚାଲିଯାନ୍ତି ।

 

ପତି ପରମେଶ୍ବର । କିଏ କହିଥିଲେ ଜଣାନାହିଁ । ମାତ୍ର ଶାନ୍ତି ଦେବୀଙ୍କ ଜୀବନୀକୁ ଦେଖିଲେ ଜଣାପଡେ ଏହି ଉକ୍ତିଟି ଶତପ୍ରତିଶତ ଠିକ୍ । ପତିଙ୍କୁ ଗାଳିଦେଇ ପ୍ରତ୍ୟକ୍ଷ ପାପ, ପତିଙ୍କ ନା ରେ କହିବା, ଶୁଣିବା ପରୋକ୍ଷ ପାପ ରେ ଭାଗି ବୋଧହୁଏ ଶାନ୍ତି ଦେବୀ । ବିଛଣାରେ ପଡି ପଡି ବାପଘର ଲୋକଙ୍କ ବ୍ୟବହାର ଦେଖି ତାଙ୍କୁ ଚିହ୍ନି ପାରନ୍ତି ପତିଙ୍କ ଅଵର୍ତ୍ତମାନରେ । କିନ୍ତୁ କ’ଣ ହେବ ନେଡ଼ିଗୁଡ଼ କହୁଣୀକୁ ବୋହି ଗଲା ପରେ ଆଉ ଫେରିବକି ?? ବିଛଣାରେ ପଡି ପଡି ହରିଭଜନ କରନ୍ତି ତାଙ୍କୁ ନେଇଯିବା ପାଇଁ । କିନ୍ତୁ ସେଇ ଦୀନବନ୍ଧୁଙ୍କୁ ହିଁ ଜଣାଥିବ କେବେ ତାଙ୍କ କଷ୍ଟର ପରିସମାପ୍ତି ହେବ …….। ଭାବିବାକୁ ମନହୁଏ, ହଜାର ହଜାର ଭଲକାମ କରି ମଧ୍ୟ ଶାନ୍ତି ଦେବୀଙ୍କ ପାଇଁ ଭଗବାନଙ୍କ ବିଚାର କ’ଣ । ହେ ପ୍ରଭୁ ‌!!! ତୁମେ ତାଙ୍କ ଡାକ ଶୀଘ୍ର ଶୁଣି ତାଙ୍କୁ ମୁକ୍ତି ଦିଅ, ସେ ଅନୁତପ୍ତ । ନର ନାରାୟଣଙ୍କ ସେବା ତ ସେ ଜୀବନ ଯାକ କରିଛନ୍ତି ………..

 

 

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ, 

ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,

ଲଇଡା, ସମ୍ବଲପୁର ।

Loading

Leave a Reply

Your email address will not be published. Required fields are marked *