ଦେବୀ ମାଆଁର୍ ପୂଜା
ଆମର୍ ବାଗିର୍ ଗୁଟେ ଯୁଆନ୍ ମୁନୁଷ୍
ଧରିଛେ ଝିତ୍ରି ବାଲ୍
ମୁଡ଼୍କେ ହଲେଇ ମୁର୍କୁଟି ହେଉଛେ
ଆଏଁଖ୍ ବର୍ହମ୍ ଲାଲ୍। ୧
ତିନ୍ଟା ଛୁଆର୍ ବାପ୍ ଆଏ ସେ
ଡାକୁଛନ୍ ତାହାକେ ମାଆଁ
ତାର୍ ବଏସ୍ନୁ ସିଆନ୍ମାନ୍କୁଁ
ଧପ୍ଡ଼େଇ ଧରୁଛେ ନାଆଁ। ୨
ତାର୍ ବଡ଼୍ ଦଦା ଦେହେରୀ ବନିଛେ
କରୁଛେ ତାର୍ ପୂଜାପାଠ୍
ଘାଏକେଁ ଛନ୍କେଁ ଧୁନ୍କେଲ୍ ବଜେଇ
ଗୋଡ଼୍ ତଲେଁ ପଡ଼େ ଲାଂଗ୍ଛାଟ୍। ୩
ମୁନୁଷ୍ ଜାଏତ୍ ଯେତେ ସୁଖେଁ ଥିଲେଁ ଭି
ରହିଥିସି ଥୁଡ଼େ ଦୁଃଖ୍
ଦୁଃଖେଁ ଦେ’ ଦେବ୍ତାକୁଁ ଆଶ୍ରା କର୍ସି
ପାଏବାକେ ଅଏଧ୍କା ସୁଖ୍। ୪
ଯୁଡ଼ାହାତ୍ କରି ଘଏତା ମାଏପୋ
ବସିଛନ୍ ଦେବ୍ତା ଶାଲେଁ
ଉଦୁର୍ମାତ୍ ନାଚି ଏଁର୍ରା ଦେବୀ ମାଆଁ
କହୁଛେ କାନେ କଲେଁକଲେଁ। ୫
ମାଏଝି କପାଲେଁ ଅଲୁଆ ଚାଉଲ୍ ଫିକି
ମୁନୁଷ୍କେ କହେ ଡଗ୍ରେଇ
“ସେମେଲ୍ ମୁଡ଼ିଏନ୍ କଥା ବାଁ ନି’ଯାଏ ରେ
ନଂଗଲ୍ ମୁଡ଼ିଆ ପାଏବୁ ତୁଇ।” ୬
“ଛୁଆକେ ଇନ୍କେ ଧରିକରି ଆଏବୁ
ମୁଇଁ ରହେମି ଇନ ଟାକି
ଇ ଠାନେ ତୁଇ ବଦିଆଁ କରି ଯାଇଥା’
କଲା ପେଁଠି ରହେଲା ବାକି।” ୭
ଆଉର୍ ଜନେକେ ଦେଖି ରିଷ୍ମି ହେଲା
ମାଏଲା ପିଠି ଚାଏର୍ କୁର୍ଡ଼ା
“ଲୁକିକରି ଚିପୋ ପାଏନ୍ ପିଉଥିଲୁ
ଦେବ୍ତାକେ ଭାବି ବେଡ଼ା।” ୮
“ଯେନ୍ କୁକ୍ରା ଚିମ୍ରା ଅଏଁଛା ଦିଆହେଲା
ସେଟାକେ ଚୁରାଲୁ ତୁଇ
ମଦ୍ ପାଏନ୍ ସାଂଗେଁ ଗେଫ୍ଲୁ ସେଟାକେ
ଭାବ୍ଲୁ ନି’ଜାନେ ମୁଇଁ? ୯
ଯେତ୍କି ଦିନ୍ତକ୍ ପେଁଠିଟେ ନି’ଦେବୁ
ମତେ ନି’ଲାଗ୍ଲେଁ ଅଏଁଛା
ପେଟ୍ ଦୁଃଖା ବେମାରେଁ ପାହିଯିବୁ ବେଟା
କୁଟୁମ୍ ନାଶ୍ଯିବେ ପଏର୍ଛା ।” ୧୦
“ରକ୍ଷା କର୍ ମା’ଗୋ ତୋର୍ ଛୁଆ ମୁଇଁ
କରିଦେ ମୋତେ ଥରେ କ୍ଷମା
ସମ୍ବାର୍ ହାଟୁଁ କଲା ପେଁଠିଟେ ଘିନ୍ମି
ଜାନିଛେଁ ତୋର୍ ମହିମା।” ୧୧
ଦଶ୍ରା ଆଉ ଚଇତ୍ ମାସେଁ ଫି ବଛ୍ରେଁ
ସବୁ ମଂଗଲ୍ବାର୍ ଦିନେ
ଏନ୍ତା ଦେବୀ ପୂଜା ହେଉଥିଲା ହର୍ମିଶା
ବଇଦ୍ ଘର୍ ଢବ୍ଲି ଠାନେ। ୧୨
ଚନା ଜୁଗାର୍ ନେଇ କେଭେଁ କେନ୍ତା ଯାଏଁ
ଦେଖ୍ବାକେ ଦେବୀ ମାଆଁର୍ ପୂଜା
କେତେ କେତେ କଥା ଆଶ୍ରିଯ୍ ଲାଗ୍ସି
ଆରୁ କେତେ ଲାଗ୍ସି ମଜା। ୧୩
ଦେବ୍ତା ମଂଗ୍ଲା ଯାହାର୍ ପୂଜା ହେଉ
ହେଉଥିବା ବଏଲେଁ ଘରେଁ
ନିୟମ୍ ହିସାବେଁ ଚଲ୍ବେ କେତେ ଦିନ୍
ପାସ୍ରି ଦେଶନ୍ ଫେର୍ ପରେଁ। ୧୪
ସମ୍କଁର୍ କାମ୍ ଠିକ୍ଠାକ୍ ଚାଲ୍ଲେଁ
କିହେ ନି’ମାନନ୍ ଦେବ୍ତା
କେନ୍ଟା ଯଦି ଖଂଗ୍ଲା ବଏଲେଁ ଲୁକେ
କରସନ୍ ଦେବୀମାଆଁର୍ ଚିଂତା। ୧୫
ଗଅଁଲିଆ କବି ସୁଧୀର୍ ପଂଡା।