#ଆଉପାଦେ_ଆଗକୁ
ଏ ମାସ ଦରମା ରେ ମୁଁ ଗୋଟେ ମୋବାଇଲ କିଣିବି, ମୋର ଅତିପ୍ରିୟ ସାଙ୍ଗ ର ଆସନ୍ତାକାଲି ଜନ୍ମଦିନ ମୁଁ ତାଙ୍କୁ ଗୋଟିଏ ଉପହାର ଦେବି, ପଡ଼ୋଶୀ ଘର ପୁଅ ବାହାଘର ର ଭୋଜି ରେ ମୁଁ ଖୁବ୍ ମଟନ ଖାଇଛି, ଗତକାଲି ମୋର ଜଣେ ଅତି ଘନିଷ୍ଠ ବନ୍ଧୁ ଙ୍କ ସହିତ ସମ୍ପର୍କ କାଟିଦେଲି , ମୁଁ ନିଜ ଇଚ୍ଛାରେ ବାହା ହେଇଗଲି ବୋଲି ମୋ ବାପା ଆଉ ମୋ ସହ କଥା ହେଉନାହାନ୍ତି , ଆଜିକାଲି ମୋତେ ଆଉ କେହି ପୂର୍ବଭଳି ଭଲ ପାଉନାହାନ୍ତି , ଧେତ୍ ଏବେ ମୋ ଜୀବନ ମୋତେ ଭାରି ନିରସ ନିରସ ଲାଗୁଛି ଯାଉଛି ମୁଁ ନିଜକୁ ନିଜେ ଶେଷ କରିଦେବି….. ହା ହା ହା ହା ହା ହା ହା ହା…. ବାସ୍ ଏଇ ଆମ ଜୀବନ ଆଉ ଆମ ଜୀଇଁବାର ରଙ୍ଗଢଙ୍ଗ ! ଜୀବନ ମାନେ କଣ ଜୀଇଁବାର ଅର୍ଥ କଣ ଏସବୁ ଆଜିଯାଏଁ ମୁଁ ବୁଝିନାହିଁ କିନ୍ତୁ ମୁଁ କହୁଛି ନା କଣ ମୁଁ ଜିଇଁଛି ବୋଲି ? ନାଇଁ ନାଇଁ ଏଭଳି ରଙ୍ଗଢଙ୍ଗ ରେ ଜୀବନ ଜିଇଁବାକୁ କଣ ଜୀବନ କହିହେବନାହିଁ…ନା କେବେନୁହଁ ….ଜୀବନ ଗୋଟିଏ ଲକ୍ଷ୍ୟସ୍ଥଳ କୁ ଇଙ୍ଗିତ କରୁଥିବା ଆତ୍ମବିଶ୍ୱାସ….ଜୀବନ ଗୋଟିଏ ସଂଘର୍ଷ ର ରାସ୍ତା ଯେଉଁଠି ସର୍ବଦା ଦୃଢ଼ତାର ସହିତ ପାଦେ ପାଦେ ମାପି ଚାଲିବାକୁ ହୁଏ….
ଜିତେନ୍ଦ୍ର ଗିରି
ସୂଚନା ଲୋକସମ୍ପର୍କ ଅଧ୍ୟକ୍ଷ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ।