ଆତ୍ମ ସମୀକ୍ଷା
ଏଇ ଜୀବନର ରଙ୍ଗମଞ୍ଚ ସର୍ବେ
ଅଭିନୟ କରୁଥାଉ
କେତେ ପୂଣ୍ୟ କଲୁ କେତେ ପାପକଲୁ
ହିସାବ ରଖି ନଥାଉ।।
ସ୍ବାର୍ଥପର ହୋଇ ନିଜ ସୁଖେ ମାତି
ଆଗ ପଛ ଭୁଲି ଯାଉ
ଆତ୍ମ ସମୀକ୍ଷା କରିବା ପାଇଁ କି
ବେଳ ଯେ ନଥାଏ ଆଉ।।
ପର ଛିଦ୍ର ପର ଅନିଷ୍ଟ ଚିନ୍ତାରେ
ମନୁଷ୍ୟ ଯେ ରତ ଥାଏ
ନିଜ କଲାକର୍ମ ହିସାବ ନିକାଶ
ମନରୁ ପାଶୋରି ଦିଏ।।
ଧରମରେ ମତି ଦିଅରେ ମାନବ
ଅଧର୍ମ କୁକର୍ମ ଛାଡି
ଆତ୍ମ ସମୀକ୍ଷାର ବେଳ ଆସିଅଛି
ନିଜକୁ ଦିଅ ସଜାଡି।।
ବନଲକ୍ଷ୍ମୀ ମହାନ୍ତି
ନଡିଆବରାଇ
କେନ୍ଦ୍ରାପଡ଼ା ।।