April 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଅଲିଖିତ ଚୁକ୍ତିନାମା — ମମତା ଶତପଥୀ

ଅଲିଖିତ ଚୁକ୍ତିନାମା

 

କୋହରେ ଲୁହରେ ବତୁରୁଥିଲା ଅନିନ୍ଦିତା।ବିଚରା ତକିଆଟା ତା’ର ଲୁହ,ସିଙ୍ଗାଣୀରେ ଜୁଡୁବୁଡୁ।ବାପା, ବୋଉ ସାରା ପରିବାରର ଇଛା ବିରୁଦ୍ଧରେ ଯାଇ ସେ ପ୍ରେମବିଦାହ କରିଥିଲା।

ବିବାହ !!ନା ବିବାହ କହିବା ଭୁଲ୍ ହେବ।ସେ କୋର୍ଟରେ ସାକ୍ଷୀ ପ୍ରମାଣ ସହିତ ରେଜେଷ୍ଟ୍ରି ମ୍ୟାରେଜ୍ କରିଥିଲା।ବେଦୀରେ ବସି ପବିତ୍ର ହୋମଅଗ୍ନିକୁ ସାକ୍ଷୀ ରଖି ପ୍ରିୟ ପରିଜନଙ୍କ ମେଳରେ ଆନନ୍ଦ ସହିତ ତା’ର ହାତଗଣ୍ଠି ପଡିନଥିଲା।”ଯଥା ରାବଣସ୍ୟ ମନ୍ଦୋଦରୀ,ଯଥା ନଳସ୍ୟ ଦମୟନ୍ତି —–“ପୁରୋହିତଙ୍କ କଣ୍ଠ ନିସୃତ ଏ ପବିତ୍ର ମନ୍ତ୍ରଧ୍ବନି ଝଙ୍କୃତ ହୋଇନଥିଲା।ଆଉ ହୁଳହୁଳି ଓ ଶଙ୍ଖଧ୍ବନିର ପ୍ରଶ୍ନ କାହିଁ ?

ସାହାସ ନୁହେଁ ଦୁଃସାହସ କରିଥିଲା ଅନିନ୍ଦିତା।ଆନନ୍ଦ ପ୍ରେମରେ ଅନ୍ଧ ହୋଇ ଘରୁ ଲୁଚି ପଳାଇଥିଲା।—-ତା ନାନକରଣକୁ ମିଥ୍ୟା ପ୍ରମାଣିତ କରି ସମାଜ ଆଖିରେ ସେ ‘ଅନିନ୍ଦିତା’ରୁ ‘ନିନ୍ଦିତା’ ହୋଇଥିଲା।

ପୂର୍ବରୁ ଦେଇଥିବା କଥା ଅନୂଯାୟୀ ଆନନ୍ଦ କଲେଜ୍ ଛକରେ କାର୍ ସହିତ ଅପେକ୍ଷା କରିଥିଲା।କଲେଜ୍ ଛକରୁ ସିଧା ଯାଇଥିଲେ କୋର୍ଟକୁ।ଆନନ୍ଦ ସାକ୍ଷୀ ଯୋଗାଡ କରିଥିଲା।ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଫୁଲମାଳ ବଦଳ କରି ଉପସ୍ଥିତ ସମସ୍ତଙ୍କୁ ସେମାନେ ମିଠା ବାଣ୍ଟିଥିଲେ।କୋର୍ଟରେ ଥିବା ରେଜିଷ୍ଟରରେ ସେ ଦୁଇଜଣ ଓ ସାକ୍ଷୀମାନେ ଦସ୍ତଖତ କରିଥିଲେ।ଆନନ୍ଦର ପରିବାର ଲୋକେ ଅନିନ୍ଦିତାକୁ ବୋହୂ ରୂପେ ଗ୍ରହଣ କରିନଥିଲେ।ଅନନ୍ୟୋପାୟ ହୋଇ ସେ ଦୁଇଜଣ ଆନନ୍ଦର ଭଡା ଘରକୁ ଚାଲିଯାଇଥିଲେ।ତାପର ଦୁଇମାସ ସେମାନେ ଖୁସିର ଅଥଳ ସାଗରରେ ଡୁବିଯାଇଥିଲେ।ପାଖରେ ଟଙ୍କା ଥିଲା।କମ୍ପାନୀ ଅଫିସ୍ ରୁ ଆନନ୍ଦ ଦୁଇମାସ ଛୁଟି ଆଣିଥିଲା।ରାତି ଦିନର ଫରକ ସେମାନେ ଜାଣିପାରୁନଥିଲେ।ସେ ଦୁଇଜଣଙ୍କ ବ୍ୟତୀତ ଦୁନିଆରେ ଆଉକିଏ ଅଛି ବୋଲି ସେ ଦୁଇଜଣ ଭୁଲି ଯାଇଥିଲେ।ପ୍ରେମର ଉତ୍ତାଳ ତରଙ୍ଗ ଦୁହିଁଙ୍କୁ ଭସେଇନେଇଥିଲା।କାହାର ଆକଟ ନାହିଁ।ଖୁଲମ୍ ଖୁଲା ଦୁହେଁ ପ୍ରେମ କରୁଥିଲେ।ସେ ନିଶାରେ ଏମିତି ମସଗୁଲ୍ ଥିଲେ ଯେ ନିଜ ଖିଆପିଆ ମଧ୍ୟ ଭୁଲି ଯାଉଥିଲେ।ଆନନ୍ଦ କହୁଥିଲା “ଅନି ତୁମେ ମୋ ପାଖରେ ଅଛ,ତ ମୋର ସବୁ ଅଛି।ଯାହା କୁହ ସାରା ଅମରାବତୀ,ଏ ଧରାଧାମ ଓ ପାତାଳ ମଧ୍ୟ ମୋ ହାତମୁଠାରେ ଥିବା ପରି ଜଣାପଡୁଛି।ତୁମକୁ ଛାଡି ମୁଁ ମୂହୁର୍ତ୍ତେ ମଧ୍ୟ ବଞ୍ଚି ପାରିବିନାହିଁ।ମୋ ଆଖି ଆଗରୁ ତୁମେ ଅନ୍ତର ହେଲେ ମୁଁ ସହିପାରିବିନି।ମରିଯିବି।”

ଅନିନ୍ଦିତା ଆନନ୍ଦ ପାଟିକୁ ତା ନରମ ପାପୁଲିରେ ବୁଜିଦେଉଥିଲା।କହୁଥିଲା “ତୁମ ପାଟିରେ ଆଉଦିନେ ମଧ୍ୟ ସେ ଶବ୍ଦ ଉଚ୍ଚାରଣ କରିବ ନାହିଁ।ମୁଁ ତୁମ ଆଖି ଆଗରୁ ଆଦୌ ଦୂରକୁ ଯିବିନି।ଝରକାରେ ଦେଖ ସେ ଚଢେଇ ଦୁଇଟା କେମିତି ଖୁମ୍ପାଖୁମ୍ପି ହେଉଛନ୍ତି।ଆମକୁ ଦେଖି ସେମାନେ ବୋଧେ ପ୍ରେମ ଶିଖୁଛନ୍ତି।ଆଉ ଏ ଚଗଲା ଜହ୍ନଟା !! ଭାରି ଦୁଷ୍ଟ।ଆମକୁ ଦେଖିବାର ଲୋଭ ସମ୍ବରଣ କରି ନପାରି ଝରକା ଫାଙ୍କରେ ମୁହଁ ଗଳାଇଦେଉଛି।ଆଉ ଏପଟେ ପବନ!!ଶୁଣ ସୁ—ସୁ—ସ୍ବରରେ ସେ ଆମର ମିଳନ ସଙ୍ଗୀତ ହିଁ ଗାଉଛି।”

କିନ୍ତୁ ମାତ୍ର ଦୁଇମାସ।ମାତ୍ର ଦୁଇମାସ ପରେ ହିଁ ବିଭିନ୍ନ ସମସ୍ୟା ମୁଣ୍ଡ ଟେକିଲା।

ସାଙ୍ଗରେ ଆଣିଥିବା ଟଙ୍କା ସରିଗଲା।ଆନନ୍ଦ ତା ଚାକିରିରେ ଯୋଗଦେଲା।ସେ ଭଡାଘରଟା ଅନିନ୍ଦିତାକୁ ଜେଲ୍ ଖାନା ଭଳି ଲାଗିଲା।ସମସ୍ତ ଆତ୍ମୀୟ ସ୍ବଜନଙ୍କୁ ଛାଡି ଏକା ଏକା ଯେଉଁ ସ୍ବର୍ଗ ସୁଖ ଅନୁଭବ କରୁଥିଲା,ସେ ସ୍ବର୍ଗସୁଖ ତାକୁ ନର୍କବାସ ପରି ଲାଗିଲା।ଏଣିକି ସେମାନେ କେବଳ ପରସ୍ପରର ଦୋଷତ୍ରୁଟି ଖୋଜିବାକୁ ଲାଗିଲେ।ଅଫିସ୍ ରୁ କ୍ଳାନ୍ତ ଶ୍ରାନ୍ତ ହୋଇ ଫେରୁଥିବା ଆନନ୍ଦ ଆଗପରି ଅନିନ୍ଦିତାକୁ ପ୍ରେମସାଗରରେ ଡୁବାଇପାରିଲାନି।ଅନିନ୍ଦିତା ତଦ୍ରୂପ।ଏକୁଟିଆ ରହି ତା ଭିତରେ ଗୋଟାଏ ବିରକ୍ତି ଭାବ ସଞ୍ଚରିଯାଇଥାଏ।ସେ ବିରକ୍ତି ଭାବକୁ ସେ ମୁଣ୍ଡରୁ ବାହାର କରିପାରେନାହିଁ।ପୁଣି ଦୁହେଁ ଥିଲେ ଯିଦିଆ।କେହି କାହା ଯିଦିରୁ ଓହରନ୍ତି ନାହିଁ।ଏବେ ଅନେକ ସମୟରେ ସେମାନେ ବଡ ପାଟିରେ ଝଗଡା କରୁଥିଲେ।ସ୍ବର୍ଗତ ଅକ୍ଷୟ ମାହାନ୍ତିଙ୍କ “ତୋରତ ଚେଙ୍ଗ ରାଶିକୁ ମୋର ବେଙ୍ଗ ରାଶି।—ମୁଁ କହିଲି ପାଚିଲା ଯାହା ତୁ କହିଲୁ କଷି।” ସଙ୍ଗୀତକୁ ସତ୍ୟ ପ୍ରମାଣିତ କରୁଥିଲେ।

ବେଳେବେଳେ ଏପରି ପରିସ୍ଥିତି ହୁଏଯେ କଲୋନୀର ପୁରୁଖା ଲୋକମାନେ ଏ ଦୁଇଜଣଙ୍କ ଝଗଡାରେ ହସ୍ତକ୍ଷେପ କରନ୍ତି।ଭବିଷ୍ୟତରେ ଆଉ ଏପରି ପରିସ୍ଥିତି ସୃଷ୍ଟି କରିବେ ନାହିଁ ବୋଲି ଆନନ୍ଦ ଓ ଅନିନ୍ଦିତା ସ୍ବୀକାରୋକ୍ତି ଲିପିବଦ୍ଧ କରନ୍ତି।କିନ୍ତୁ ମାସେ ଖଣ୍ଡେ ଉଭୟେ ଶାନ୍ତିରେ ଚଳନ୍ତି ସିନା ପୁଣି ଯଥା ପୂର୍ବ ତଥା ପର।

ଏମିତି ଘରଛାଡିବାର ମାତ୍ର ଦୁଇ ବର୍ଷ ଭିତରେ ଉଭୟେ ଛାଡପତ୍ର ପାଇଁ ପ୍ରସ୍ତୁତ ଥିଲା ପରି ଜଣାପଡୁଥିଲା।କୋହରେ ଲୁହରେ ଶୋଇଥିବା ଶେଜ ତକିଆକୁ ବତୁରେଇ ଅନିନ୍ଦିତା ଭାବୁଥିଲା ଏବେ ସେ ଯିବ କୁଆଡେ ?ବାପା ବୋଉଙ୍କ ମୁଣ୍ଡ ସେ ତଳକୁ କରିଛି।ତେଣୁ ବାପାଙ୍କ ପାଖକୁ ଫେରିପାରିବ ନାହିଁ।ପାଠ ଅଧାରୁ ପ୍ଲସ୍ ଥ୍ରି ସରିବା ପୂର୍ବରୁ ଆନନ୍ଦ ସହିତ ପଳାଇଆସିଛି।ଚାକିରି କରି ନିଜ ଗୋଡରେ ନିଜେ ଠିଆ ହେବା ସମ୍ଭାବନା ନାହିଁ।କ’ଣ କରିବ ସେ ? ଆତ୍ମହତ୍ୟା !!

ନା—-ସେ ମହାପାପ କରିବାକୁ ସେ ପ୍ରସ୍ତୁତ ନଥିଲା।ଏମିତି ଭାବନାରେ ସେ ବୁଡ଼ିଥିବା ବେଳେ କିଏ ତା ମୁଣ୍ଡକୁ ଧୀରେ ଧୀରେ ଆଉଁସି ଦେଲା ?ଅତି ଚିହ୍ନା ପରିଚିତ ବାସ୍ନା ଓ ଛୁଆଁ କେଉଁଠୁ ଆସିଲା।?ଆଖି ଖୋଲି ଦେଖେତ ତା ବାପା ବୋଉ ଆଉ ଆନନ୍ଦ।ସେ ସ୍ବପ୍ନ ଦେଖୁନାହିଁତ !!ପୁଣି ଥରେ ଆଖି ବୁଜିଲା ଆଉ ଖୋଲିଲା।ବୋଉକୁ କୁଣ୍ଢେଇଧରି ଭେଁ କି କାନ୍ଦି ଉଠିଲା ଅନିନ୍ଦିତା।ସକେଇ ସକେଇ ବୋଉକୁ ପଚାରିଲା “କାହିଁ ବାପା ଓ ତୋ ମଧ୍ୟରେତ ଏପରି ଅଶାନ୍ତି ସୃଷ୍ଟି ହୁଏନାହିଁ ?ମୁଁ ଏମିତି ଠକିଗଲି କାହିଁକି ?”

ବୋଉ ଧୀର ସ୍ବରରେ କହିଲେ “ଆମ ମଧ୍ୟରେ ଯେ ଆଦୌ ଝଗଡା ଲାଗିନାହିଁ,ସେ କଥା ନୁହେଁ।କିନ୍ତୁ ହିନ୍ଦୁ ସଂସ୍କୃତି ଅନୁଯାୟୀ ବୈଦିକ ରୀତିରେ ଯେତେବେଳେ ବେଦୀ ଉପରେ ହୋମଅଗ୍ନିକୁ ସାକ୍ଷୀ ରଖି ଜଣେ ପୁରୁଷ ଓ ନାରୀର ହାତଗଣ୍ଠି ପଡିଯାଏ,ସେତେବେଳେ ଗୋଟିଏ ଅଲିଖିତ ଚୁକ୍ତିନାମା ହୋଇଯାଏ।ସେହି ଅଲିଖିତ ଚୁକ୍ତିନାମାକୁ ସମ୍ମାନ ଦେଇ ସେମାନେ ସାତଜନ୍ମ ପାଇଁ ଏକାଠି ରହିବେ ବୋଲି କଥା ଦେଇଥାଆନ୍ତି।ଛୋଟମୋଟ ଝଗଡା ହୁଏ।ପୁଣି ଆପଣା ଛାଏଁ ମିଳେଇଯାଏ।ହଉ ତୁ ଚିନ୍ତା କରନା।ମୁଁ ଆସିଗଲିଣି।ତୋ ସଂସାର ଭାଙ୍ଗିବାକୁ ଦେବିନାହିଁ। ଆନନ୍ଦ ବହୁତ ଭଲପିଲା।ତୋ ଅବୁଝା ଓ ଏକୁଟିଆ ପଣ ଦୂର କରିବା ପାଇଁ ସେ ଆମଦୁଇଜଣଙ୍କୁ ବୁଝାଇ ରାଜି କରାଇ ନେଇଆସିଛନ୍ତି।ଆମେ ସାଙ୍ଗ ହୋଇ ତୋ ଶାଶୁ ଘରକୁ ଯିବା।ଦେଖିବୁ ସବୁ ସମସ୍ୟା ଛାଏଁ ସମାଧାନ ହୋଇଯିବ।”

ବାପା କହିଲେ ” ମାଆରେ ମନୁଷ୍ୟ ଏକ ସାମାଜିକ ପ୍ରାଣୀ।ପ୍ରାକ୍ ଐତିହାସିକ ଯୁଗରେ ଆଦିମାନବମାନେ ବଣ ଜଙ୍ଗଲରେ ସଙ୍ଘବଦ୍ଧ ଭାବେ ରହି ସବୁ ବିପଦର ଦୃଢ ମୁକାବିଲା କରିଥିବାରୁ ଏଯାଏଁ ମନୁଷ୍ୟ ଧରାପୃଷ୍ଠରେ ତିଷ୍ଠି ରହିଛି।ନଚେତ୍ ବିଶାଳ ପ୍ରାଣୀ ଡାଇନୋସର୍ ଭଳି ମନୁଷ୍ୟର ସତ୍ତା ନଥାନ୍ତା।ଆଜିକା ମଣିଷ ସ୍ବାର୍ଥ ସର୍ବସ୍ବ ହୋଇ ସଙ୍ଘବଦ୍ଧ ଜୀବନରୁ ଦୂରେଇଲାଣି।ଏକା ଏକା ଜିଇଁବାକୁ କ’ଣ ଜୀବନ କୁହାଯାଏ ?ତୁ ଯଦି ଏହି କଲୋନୀର ବାସିନ୍ଦାମାନଙ୍କ ସହିତ ପାରିବାରିକ ସମ୍ପର୍କ ଭଳି ସମ୍ପର୍କ ରଖିଥାଆନ୍ତୁ,ତୋର କିଛି ଲିଖିତ ସ୍ବୀକାରୋକ୍ତିର ଆବଶ୍ୟକତା ପଡିନଥାନ୍ତା,କିମ୍ବା ସେ ସ୍ବୀକାରୋକ୍ତିକୁ ଭାଙ୍ଗିବାର ଅବସର ଆସିନଥାନ୍ତା। ”

ବୋଉ କାନିରେ ଲୁହ ପୋଛିଦେଇ ଅନିନ୍ଦିତା ଭାବୁଥିଲା,ସତରେ ଲିଖିତ ଚୁକ୍ତିନାମା ଠାରୁ ଅଲିଖିତ ଚୁକ୍ତିନାମା କେତେ ଶକ୍ତିଶାଳୀ !!

ମମତା ଶତପଥୀ

କେନ୍ଦ୍ରାପଡା

Loading

Leave a Reply

Your email address will not be published. Required fields are marked *