ବିଷୟ..” ସବୁଜ ହୀରା”
ରାଘବ ଜଣେ ଚାଷୀ ଘର ର ପିଲା।ତାର ପରିବାର କହିଲେ..ବାପା , ମାଆ ଏବଂ ଗୋଟେ ସାନ ଭାଇ ଛୋଟୁ। ରାଘବ ର ଶୈଶବ ଏବଂ କୈଶୋର ଅବସ୍ଥା ଗାଁ ରେ ବିତିଛି।ଗାଁ ର ଆମ୍ବ ତୋଟା, ଶୋରିଷ କ୍ଷେତର ସୁନ୍ଦରତା, ନଈ କୂଳର ସୁଲୁସୁଲୁ ବାଆ, କାଶତଣ୍ଡୀ ଫୁଲର ମଧୁରତା… ଆଉ ପାଚିଲା ଧାନର କ୍ଷେତକୁ ସେ କେବେ ହାତ ଛଡା କରେନି… ବାପାଙ୍କ ସହିତ ପ୍ରତି ରବିବାର କ୍ଷେତକୁ ଯାଏ।ଧାନ ରୁଆ ହେବା ପର ଠାରୁ ଯେତେବେଳେ ଗଛ ଧୀରେ ଧୀରେ ବଢିଥାଏ,ସେ ସବୁଜ କ୍ଷେତକୁ ଦେଖି ରାଘବ ବହୁତ ଖୁସି ହୁଏ।କାରଣ ସେଠାରେ କେବଳ ସବୁଜ ହିଁ ସବୁଜ.. ଆଖି ପାଇଲା ପର୍ଯ୍ଯନ୍ତ ସବୁଜ.. ତାର ବାପା ବି ବହୁତ ଖୁସି ହୋଇ କୁହନ୍ତି–ବୁଝିଲୁ ପୁଅ ଏ କ୍ଷେତ ଆମର ସବୁଜ ହୀରା… ଆମର ଚଳିବାର ସମ୍ବଳ..ରାଘବ କହେ..ବାପା ମୁଁ ବଡ ହେଲେ ତୁମ ଭଳି ଭଲ ଚାଷୀଟେ ହେବି…ଛୋଟୁ ର ତ କେବେ ବି ଚାଷ ପ୍ରତି ଆଗ୍ରହ ନାହିଁ…ସେ ଚାକିରୀ କରିବ।ବାପା କହନ୍ତି…ତୁ ବି ଚାକିରୀ କରିବୁ..
ସମୟ କ୍ରମେ ରାଘବ ପ୍ରତିରକ୍ଷା ବାହିନୀରେ ଯୋଗ ଦିଏ ଏବଂ ଘର ଠାରୁ ବହୁତ ଦୂରରେ ରହେ।ବର୍ଷକୁ ଥରେ ଘରକୁ ଆସେ।ପ୍ରଥମେ ସେ କ୍ଷେତକୁ ବୁଲିବାକୁ ଯାଏ। ତାର ବାପା ସବୁ ଜମିକୁ ହାତ ଚାଷ କରିପାରୁ ନ ଥିଲେ।କିଛି ଜମି ପଡିଆ ପଡୁଥିଲା।ସାନ ଭାଇ ର ପାଠ ପଢା ଚାଲି ଥାଏ।ହଠାତ୍ ଦିନେ ଶତ୍ରୁପକ୍ଷର ଗୁଳିର ଶୀକାର ହେଲା ରାଘବ।ମୃତ୍ଯୁ ମୁଖରୁ ତ ବଞ୍ଚିଗଲା..କିନ୍ତୁ ତାର ଗୋଟେ ହାତ ନଷ୍ଟ ହୋଇଗଲା।ତେଣୁ ଚାକିରୀ ରୁ ତାକୁ ଅବସର ଦିଆଗଲା।ଘରକୁ ଫେରିଲା.. ବୟସ ମାତ୍ର ସତେଇଶ..ବାପାଙ୍କର ବ୍ଯସ୍ତତା ବଢିଗଲା…ମାଆର ଆଖିରୁ ଲୁହ ଶୁଖିଲାନି…ପୁଅର ବାହାଘର ହୋଇନି.. ଚାକିରୀ ଚାଲିଗଲା…ଗୋଟେ ହାତ ନଷ୍ଟ ହୋଇଗଲା..କିନ୍ତୁ ରାଘବ ଦୃଢମନା ଥିଲା ସେ ମା ବାପାଙ୍କୁ ବୁଝାଇଲା..ଯାହା ହେବାର ଥିଲା ହୋଇଗଲା..ପ୍ରଭୁଙ୍କ କୃପାରୁ ବଞ୍ଚିଗଲି..ଚାକିରୀ ସିନା କରିଥିଲି.. କିନ୍ତୁ କ୍ଷେତ କଥା ସବୁବେଳେ ମନେ ପଡୁଥିଲା.. ସେ ଚାଷ କରିବାକୁ ସ୍ଥିର କଲା।ଉନ୍ନତ ମାନର ଚାଷ ପାଇଁ ତାଲିମ ନେଲା। ଟ୍ରାକ୍ଟର କିଣିଲା।ଯେଉଁ ଜମି ପଡିଆ ପଡିଥିଲା ସେଥିରେ ବାରମାସ ପନିପରିବା ଚାଷ କଲା।ତାର ଦୃଢମନ ଦେଖି ବାପାଙ୍କର ସାହସ ହେଲା।ବାପା ପୁଅ ଦୁହେଁ ମିଶି ଚାଷ କଲେ।କିଛି ଲୋକ ନିଯୁକ୍ତ କଲେ।ସବୁବେଳେ କ୍ଷେତ ଶସ୍ଯ ଶ୍ଯାମଳା ରହିଲା ବାପା କହିଲେ..ରଘୁ ଯେତେବେଳେ ମୁଁ କ୍ଷେତକୁ ଯାଉଥିଲି ସେ ରୁଆ ବେଳ ହେଉ କି ଅମଳ ବେଳ ହେଉ ତୋର ଅନୁପସ୍ଥିତି ଅନୁଭବ କରୁଥିଲି..ତୁ ତ ମୋର ହୀରା.. କିନ୍ତୁ ଆଜି ଏ କ୍ଷେତରେ ଆମେ ସବୁଜ ହୀରା ପାଇଛେ…
Sujata Pati,Bhubaneswar