ଚାଲ ଆମେ ସବୁଜ ବନିବା
ଏଇ ପରିବେଶେ ଭରିଦେବା ଆମେ
ସବୁଜିମାର ବଳୟ,
ରଉଦ୍ର ବଦଳେ ଆମକୁ ଛୁଇଁବ
ଅଦିନେ ମଧୁ ମଳୟ।
ବନ ମହୋତ୍ସବ ପାଳିବା ସଭିଏଁ
ଦେଇଣ ଆମେ ସ୍ଲୋଗାନ,
ଏ ମନ୍ତ୍ର ଗାଇବା ପୁରୁପଲ୍ଲୀ ଯାଏ
ବୃକ୍ଷ ହିଁ ଆମ ଜୀବନ।
ସବୁଜ ବଳୟ ସୃଷ୍ଟି କରି ଆମେ
“ପ୍ରକୃତିବନ୍ଧୁ” ବନିବା,
ବୀଜ ରୋପଣର ଅଭିଜାନ କରି
“ପ୍ରକୃତିମିତ୍ର”ହୋଇବା।
କ୍ଷୁଦ୍ର ତରୁଟିଏ କାଟିଦେବା ନାହିଁ
ସେ ଦିଅଇ ଅମ୍ଳଜାନ,
ଜିଇଁ ନାହିଁ ଜୀବ ହୃଦୟ ତନ୍ତ୍ରୀରେ
ଯେବେ ନ ବହେ ପବନ।
ଉସ୍ବେଦନ କ୍ରିୟା ଯଦି ନ ହୋଇବ
ବରଷିବ କିବା ବାରି,
ଜଳର ବିହୁନେ ଏ ଜୀବ ଜଗତ
ଅକାଳରେ ଯିବ ସରି।
ସନ୍ତାନର ସମ ପାଳିବା ବୀଜକୁ
ସେ ହୋଇବ ଦିନେ ଦ୍ରୁମ,
ସୃଷ୍ଟି ରକ୍ଷା ଦିଗେ ମହତ ତା’ ଦାନ
କେହି ନୁହେଁ ତା’ର ସମ ।
ଏ ବିଶ୍ୱ ବ୍ରହ୍ମାଣ୍ଡ ଧରିଛି ଧରଣୀ
ଧରାକୁ ଅଟବୀ ଧରେ,
ଖାଦ୍ୟ, ବସ୍ତ୍ର , ବାସଗୃହ, ଅଉସଧି
ସବୁ ଦିଏ ଆମ କରେ।
ସଚେତନ ବାର୍ତ୍ତା ବାଣ୍ଟିବା ପାଇଁକି
ପଥପ୍ରାନ୍ତ ନାଟକରେ,
ଚାଲ ଅମେ ସବୁ ସବୁଜ ବନିବା
ରହି ବୃକ୍ଷ ଭୂମିକାରେ।
ତପସ୍ୱିନୀ ଜେନା
ଜଗତସିଂହପୁର
ତା- ୧୦ – ୦୮-୨୦୨୨