ଜୀବନର ସତ୍ଯ
ଏନ୍ତୁଡି ଶାଳରୁ ନାଟକ ଆରମ୍ଭ
ମଶାଣୀ ରେ ଶେଷ ହୁଏ
କାନ୍ଦି କାନ୍ଦି ଏଇ ସଂସାର କୁ ଆସି
ଅନ୍ଯକୁ କନ୍ଦାଇ ଯାଏ।
ମୃତ୍ଯୁ ନାମେ ଯେଉଁ ଭୟ ସୃଷ୍ଟି ହୁଏ
ଆଉ କେଉଁ ନାମେ ନାହିଁ
ତୋର ନାମ ଯିଏ ଥରେ ଶୁଣିଛି ରେ
ଆତଙ୍କିତ ହୁଏ ସେହି….
ତୋ ଭୁତ, ତୋ ଭବିଷ୍ଯ ତୋ ବର୍ତ୍ତମାନ
ସମସ୍ତେ ରହନ୍ତି ଏକା ଧାର ରେ
ପିଲା ଠାରୁ ବୁଢା ସମସ୍ତେ ଆସନ୍ତି
ତୋର ସେହି ଗୋଟେ ମାପକାଠି ରେ।
ସ୍ଥାନ,କାଳ,ପାତ୍ର ବିଚାର କରୁନା
ଅତି ନିର୍ଦ୍ଦୟ ଭାବରେ ନେଉ
ମାଆ ଠାରୁ ପିଲା ସ୍ତ୍ରୀ ଠାରୁ ସ୍ବାମୀ
ସାରା ସଂସାର କୁ ବିଦାରି ଦେଉ…
ଜୀବଜଗତ ତ ତୋ ଆୟତ୍ତରେ
ଆବାହମାନ କାଳୁ ରହିଆସିଛି…
ହେ ମୃତ୍ଯୁ…ତୁ ଅପ୍ରିୟ ସତ୍ଯ…
ଏ ସତ୍ଯକୁ ଦୁନିଆଁ ମାନିନେଇଛି ।
ମଣିଷ ଜୀବନ ନୁହେଁ ଚିରସ୍ଥାୟୀ
କେତେବେଳେ କିଏ ବିଦାୟ ନେବ
ଆଜି ଦେଖିଥିବା କାଲିକି ନ ଥିବ
ମଶାଣୀ ଚିତା ରେ ସେ ଜଳୁଥିବ…
ସୁଜାତା ପତି, ଭୁବନେଶ୍ବର