କବି ତୁମେ
ତୁମେ ଫୁଲକୁ ଛୁଇଁଲେ
କେମିତି ରଂଗା ପଡିଯାଏ ଫୁଲ
ମୋ ଜୁଡାର ଅନ୍ଧାର ଭିତରେ।
ତୁମେ କଲମ ଛୁଇଁଲେ
କେମିତି ଗାରେଇ ଯାଅ
କିଛି ଲେଖିବନି କହି
କଣ ଯେ ନଲେଖ ତୁମେ
ମୁଁ ହୋଇଯାଏ ବିଦଗ୍ଧା
ପାଠିକାଟିଏ ତୁମ
କବିତ୍ବ ମୋହରେ।
ତୁମେ ସମୁଦ୍ର ଛୁଇଁଲେ
ନିସ୍ତବ୍ଧ ହୋଇଯାଏ ସମୁଦ୍ରଟା
ଢେଉ ସବୁ ଚୁପ୍ ଚାପ୍
ବେଳାଭୂମି କୁ ଚୁମନ୍ତି,
ତୁମେ ଆକାଶ ଛୁଇଁଲେ
ଆକାଶ ଓହ୍ଲାଇ ଆସେ
ଦିଗ୍ ବଳୟଦେଇ
ତୁମରି ପାଖକୁ,
ତୁମେ ଧରାକୁ ଛୁଇଁଲେ
ଫୁଟି ଉଠେ ଫୁଲସବୁ
ନାଲି ନେଳି ହଳଦୀ ରଂଗରେ
ତୁମରି ସୁହାଗ ନେଇ
ସ୍ବପ୍ନ ସବୁ ଉସୁକାଇ
ଧରେଇ ଦିଅ ରଂଗର ତୁଳୀଟିଏ
ଆଙ୍କିବାକୁ ଛବି ସବୁ
ଆକାଶ, ଧରା, ଫୁଲ ସବୁ
କେବଳ ,କେବଳ କବି ତୁମେ
ତୁମ କବିତ୍ବ ମୋହରେ।
ଭୁବନେଶ୍ଵର।