ବିଭୀଷିକା
ଉଗ୍ର ଓ ତାଣ୍ଡବରତ
ବିଭୀଷିକା ଯେବେ
ତାଣ୍ଡବଲୀଳା ସାରିଲା।
ଜଳ,ସ୍ଥଳ ଓ ଆକାଶ,
ଶଶୀ ପରି ଶାନ୍ତ ସରଳ ପାଲଟିଗଲା।
ସେତେବେଳେ ଏକ ନୂତନ
ରୂପ ଦେଖିବାକୁ ମିଳିଲା
ସୁଦୂର ବୁଢ଼ା ଦରଭଙ୍ଗା
ପାହାଡ଼ର ମୁଣ୍ଡ ଉପରୁ
ସିନ୍ଦୁରୀ ଫଟା ନାଲି ରଙ୍ଗ
ଉଦ୍ଗିରଣ ହେଲା।
ସୂର୍ଯ୍ୟ ଏକ ନୂତନ,
ସକାଳର ଉଦୟ କଲା।
ବର୍ଷା ଜଳ ପ୍ରକୃତିର,
ମଳିନକୁ ଧୋଇଦେଲା।
ସେ ମଳିନକୁ ନଦୀ,
ନିଜ ବକ୍ଷରେ ବହନ କରି।
ଚାଲିଲା ନିଜ ପ୍ରେମ ସଙ୍ଗେ,
ମିଳନର ବନ୍ଧନରେ ବାନ୍ଧିହେବାଲାଗି।
ବୃକ୍ଷ ତାର ଭଙ୍ଗା ଶିରା ପ୍ରଶିରାକୁ
ଛିଡେଇ ଦେଇ
ନୂତନ ରୂପେ ଠିଆ ହେଲା ତହିଁ ।
ଚଢ଼େଇ ପୁଣି ଥରେ ସଂଗ୍ରାମ କରି
ଉଡ଼ି ଚାଲିଲା ସୁଦୂରକୁ
ଭଙ୍ଗା ନଅର ତୋଳିବାଲାଗି।
ଆଉ ଶେଷରେ ମଣିଷ
ନିଜ ଆଖି ଲୁହକୁ
ଛାତିରେ ଚାପି
ଗଢ଼ି ଚାଲିଲା ପୁନର୍ବାର
ନିଜ ସ୍ୱପ୍ନର ନଅରକୁ
ଭଙ୍ଗା ଦଦରା ଇଟାକୁ ନେଇ।
ସୁବ୍ରତ କୁମାର ବିଶ୍ବାଳ
ଅନ୍ତରା,ଅଡା,ବାଲେଶ୍ଵର
God bless you dear❤
ଆବୃତ୍ତି ଶୈଳୀ ସୁନ୍ଦର ଭାଇ ♥️
.
ବିଭୀଷିକା ବି ହୃଦୟସ୍ପର୍ଶୀ ହୋଇଛି
ବିଭୀଷିକା କୁ ସୁନ୍ଦର ଭାବରେ ଉପସ୍ଥାପିତ କରାଯାଇଛି l
ହୃଦୟରୁ ଧନ୍ୟବାଦ ଆଜ୍ଞା