ସମୟ ଏକ ଔଷଧ
ସବୁ ଦୁଃଖର ଆରମ୍ଭ ଥାଏ
କିନ୍ତୁ ନଥାଏ ଅନ୍ତ
ତଥାପି ଦୁଃଖ ସରିଯାଏ
ଅବା ଅପସରି ଯାଏ
ସମୟର ଢେ଼ଉରେ।।
ସମୟ ହିଁ ସାହା ହୁଏ
ଅସହାୟର
ସମୟ ହିଁ ଦୁଃଖ ହଜାଏ
ଦୁଃଖି ମଣିଷର।।
ସମୟ ହାତରେ ନଥାଏ
ସବୁ କିଛି ସଜାଡି ଦେବାର ପ୍ରତିଶ୍ରୁତି
କିନ୍ତୁ ଥାଏ ସଜାଡି ଦେବାର ସମ୍ଭାବନା
ସମୟ ହିଁ ଗଢେ କାହାଣୀ
ଆଉ ସମୟ କରେ ସମ୍ପାଦନା।।
ଜୀବନ ପ୍ରଦୀପ ପ୍ରଧାନ, ନୟାଗଡ