==ମୁନୁଷ୍ ଜୀବନ୍ ପାଏନ୍ ଫୁଟକା୍==
ମୁନୁଷ୍ ଜୀବନ୍ ପାଏନ୍ ଫୁଟକା୍
ଆଏଜ୍ ଅଛେ ତ କାଏଲ୍ କେ ନାଇଁ,
ମିଲିମିଶି ନେ ରହେଲେ ସଭେ
ସୁଖର୍ ଦୀନ୍ କାଟମା୍ ସବୁବେଲେ ଭାଇ।
ମୁନୁଷ୍ ଜୀବନ୍ ଏକ ଆଏ
ନାଇଁ ରଖୁ କେଭେ ଭେଦ୍ ଭାଦ୍,
ଘୃଣା ଭାବ୍ ନା ନି ରଖୁ ମନେ
ନାଇଁ ହେଲେ ହେମା ବରବାଦ୍।
ହିଁସା ହଁକାର ଛାଡିକରି ଆମେ
ଏକଜୁଟ୍ ହେଇ ସଭେ ରହେମା,
ଯେତେ ଧନ୍ ଅରଜି୍ ଥିଲେ ବି
ଛାଡ଼ି କରି ସରଗକେ ଯିମା।
ଇ ମୁନୁଷ୍ ଜୀବନ୍ ନେ ଆଉ
ନାଇଁ ନ କିଛି ବି ତ ଠିକନା,
ଯେତେବେଲେ ଡାକ୍ ବା ସେ ଯମ
କରି ବି ନାଇଁ ପାରୁଁ ଆମେ ମନା।
ଦୀନ ଟେ ଥିଲେ ରାଏତ୍ ଟେ ଆଏ
ସୁଖ୍ ଥିଲେ ଜେନ୍ତା ଗୁଟେ ଦୁଃଖ୍,
ଜନମ ହେଇଛୁଁ ମରଣ ହେବା
ଦେଖେଇ ଛୁ ଦୁନିଆଁ କେ ମୁଖ୍।
ହଁସି ଖୁସି ନେ ଲୋକର ସାଂଗେ
ରଖି ଥିମା ଟିକେ ସେ ଭାବ୍
ଜେତେଜାଣା ହେଲେ ଦୁନିଆଁ ନେ
ଲୋକ୍ ନାଇଁ ହନ ଅଭାବ୍।
ଧନ୍ ରଖି କରି ଘମଣ୍ଡ କଲେ
ସଂସାର ନେ କାଏଁ କରମା୍
ଦୁନିଆଁ ଭିତରେ ଜନମ୍ ହେଇ
ଦିନେନା ଦିନେ ଆମେ ମରମା୍।
😊ଦୀପାଳି ମେହେର 😊
ଖଇରପାଲି, ପଦ୍ମପୁର, ବରଗଡ଼
Sundar❤
ସମ୍ବଲପୁରୀ କବିତାର ସୁନ୍ଦର ଉପସ୍ଥାପନା
ସମ୍ବଲପୁରୀ ଭାଷାଥି ତୁମର କବିତାର ଜଲୱା ମନକେ ପାଏଲା