ରାଷ୍ଟ୍ରୀୟ ଏକତା ଓ ସଂହତି
*****************
ରାଷ୍ଟ୍ରୀୟ ଏକତା ସଂହତି ର ମନ୍ତ୍ର
ଉର୍ନତି ର ମହାଶକ୍ତି
ଏକତା ସୂତ୍ରେ ବାନ୍ଧି ହେବା ଆସ
ହେ ମୋର ମାନବ ଜାତି
ରାଷ୍ଟ୍ର ପାଇଁ ଆମେ ସଳିତା ସାଜିବା
ଜାଳିବା ସଂହତି ଦୀପ
ରାଷ୍ଟ୍ରୀୟ ଏକତା ବୋଲିବା ହୃଦୟେ
ଦେଶ ପ୍ରେମ ର ଯେ ଛାପ
ସତ୍ୟ ଅହିଂସା କ୍ଷମା ଗୁଣ ନେଇ
ଚାଲିବା ଜୀବନ ପଥ
ଦୁଃଖ କଷ୍ଟ ଆଉ ଯନ୍ତ୍ରଣା ଭିତରେ
ଖୋଜୁଥିବା ସୁଖ ନିତ୍ୟ
ହୃଦୟ ସହିତ ହୃଦୟ ଯୋଡିବା
ମିଶାଇ ମନ କୁ ମନ
ଲୋଭ ମୋହ ସବୁ ପଛରେ ପକାଇ
ଖୋଜିବା ଦିବ୍ୟ ଜୀବନ
ରାଷ୍ଟ୍ର ପାଇଁ ଆମେ କାମ କରିଯିବା
ଛାତି କୁ ମିଶାଇ ଛାତି
ଦୁନିଆ ଦେଖିବ କେଡେ ବଳବାନ
ରାଷ୍ଟ୍ରୀୟ ଏକତା ସଂହତି
ସରୋଜିନୀ ସୂତାର…. ✍️✍️
କବିତାରେ ଜାଗରଣ ସୃଷ୍ଟି କରିବାର କ୍ଷମତା ଭରିରହିଛି…
ଅତ୍ୟନ୍ତ ହୃଦୟସ୍ପର୍ଶୀ ପ୍ରତିଟି ଧାଡ଼ି l
ଆବୃତ୍ତି ଶୈଳୀ ମଧ୍ୟ ଅତୀବ ସୁନ୍ଦର ❤️
ଲେଖା ଜାରି ରହୁ
ଅତି ସୁନ୍ଦର କବିତା ଓ ଉପସ୍ଥାପନା..
ଖୁବ୍ ଉଚ୍ଚକୋଟୀର ସାହିତ୍ୟ ସୃଜନୀ ଟିଏ। ଆଜିର ସମୟ ପାଇଁ ନିତ୍ୟାନ୍ତ ଆବଶ୍ୟକ ଏମିତି ଉଦ୍- ବୋଧାନ ମୂଳକ କବିତା। ଜୟ ଜଗନ୍ନାଥ
ଚମତ୍କାର ❤❤❤❤❤