ଭାଗ୍ୟର ବିଡ଼ମ୍ବନା
ସତ୍ୟରଞ୍ଜନ ଘିୱାଲା✍️
ସାହାସ ହେଉନାହିଁ ଆଉ ପୂର୍ବଭଳି
କରିବା ପାଇଁ ତୁମ ସହ
ମିଠା ବାର୍ତ୍ତାଳାପ,,
ବାଲିଘର ଭଳି ଭାଙ୍ଗି ଚାଲିଯାଉଛ
ତୁମକୁ ନେଇ ଲେଖିଥିବା
ମୋର ସେ ସଂଳାପ……
ନିର୍ଜନତା ରେ ବଞ୍ଚିଥିଲି ହୁଏତ
ମୋ ପାଇଁ ତାହା ଠିକ୍ ଥିଲା,,
ତୁମ ସହ ମୋର ଭାବନାକୁ ବାଣ୍ଟି
ହୁଏତ ମୋର ଭୂଲ୍ ହେଲା……
କାହିଁ ତୁମେ ବାରମ୍ବାର ଆସି
ଗଢି ଦେଉଛ ମୋ ମନେ
ତୁମ ପାଇଁ ଏକ ସ୍ଥାନ,,
ଫୁଣି କିଛି ଦିନ ରହି ଭାଙ୍ଗି
ଦେଇ ଯାଉଛ ତୁମକୁ ନେଇ
ଦେଖିଥିବା ମୋର ଏ ସପନ……
ଆସିବ ଯଦି ଫୁଣିଥରେ
କରିବିନି ମୁଁ ଯେ ମନା,,
ତୁମେ କିନ୍ତୁ ଆଉ ଆସିବ ନାହିଁ
ଏହା ତ ଭାଗ୍ୟର ବିଡମ୍ବନା……
ବାଃ.. ବାଃ….
ଶୁଭେଚ୍ଛା ଭାଇ
ଖୁବ୍ ସୁନ୍ଦର
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଖୁବ୍ ସୁନ୍ଦର ଉପସ୍ଥାପନା ଭାଇ
ଆମ ଢେଙ୍କାନାଳିଆ ଟୋକା ମାର୍କେଟ ଘାଣ୍ଟିବେ….
ଖୁବ୍ ସୁନ୍ଦର ଆବୃତ୍ତି ସାଥେ ଚମତ୍କାର ସୃଜନୀ