ଛାଇ
ପଲକ ର ବନ୍ଦ କୋଠାରୀରେ
ଗଭୀର ନିଦ୍ରା ସାଥିରେ
ଧୀରେ ଆସିଥିବା ତୁମେ,
କେବେ ତୁମ ରକ୍ତିମ ଆଭା କୁ ସ୍ପଷ୍ଟ କରି ଯାଅ,
ତ ଆଉ କେବେ,
ସେ ନିର୍ବାକ ଶୂନ୍ୟ କୋଠାରୀ କୁ ଘୋର ଅନ୍ଧକାର କରିଯାଅ….
ଚେତା ଶୂନ୍ୟ ଅବସ୍ଥା ରେ ସେହି ଅଙ୍କିତ ପ୍ରତିଛବି କୁ,
ଛୁଇଁ ନ ହେଲେ ବି, ସ୍ପଷ୍ଟ ବାରି ହୁଏ ଯନ୍ତ୍ରଣା,
ସମସ୍ତ କାମନା ସାମ୍ନା କୁ ଆସି,
ରୂପାନ୍ତରିତ କରିଯାଏ ସମସ୍ତ ‘ହଁ’ କୁ ‘ନା’ ରେ
ଉଜାଗର ର ଜୟନ୍ତୀ ପାଳି ଜାଗରଣ କଲେ,
ସେ ଶକ୍ତ ଉଷ୍ମତା ଭରା ସତ୍ୟତା ସାଉଁଟି ହୁଏନି,
ମାନବିକତା ର ସୁନ୍ଦର ବନ୍ଧନ ଆରମ୍ଭ ରେ,
ସମ୍ପୂର୍ଣ୍ଣତା ର ବତୀ ଦିକ୍ ଦିକ୍ ହେଇ ଜଳିପାରେ …..
ସୁହାସିନୀ ପଟ୍ଟନାୟକ
କେନ୍ଦୁଝର, ଓଡିଶା
ଖୁବ ସୁନ୍ଦର ଦିଦି
ଖୁବ୍ ସୁନ୍ଦର ରଚନା
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ସୁନ୍ଦର୍ ଶାଳୀନ ଆବୃତ୍ତି
ଖୁବ୍ ସୁନ୍ଦର ଲାଗିଲା “ଛାଇ”
Thank you
ଅଶେଷ ଅଶେଷ ଧନ୍ୟବାଦ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ