କଲମ
ଫାଙ୍କା ଡାଏରୀର ନିରବ ଫର୍ଦକୁ
ପୂ୍ର୍ଣତା ରେ ଭରିଦିଅ ।
ମନର ଭାବକୁ ଫଳକ ଉପରେ
ତୋଳି ଧରି ଆଙ୍କି ଦିଅ ।।
ନୁହେଁ ଯେ କେବଳ ଲେଖନୀ ଯନ୍ତ୍ର
ଚାଲଇ ଶାଣିତ ଧାରେ ।
ଅସମ୍ଭବ କୁ ସମ୍ଭବ କରାଅ
ଅସୀମ ବୁଦ୍ଧି ବଳରେ ।।
ଧରା ରାଇଜେ ସବୁଠି ବଳୀୟାନ
ଅଶୀ ଠାରୁ ବେସି ମସି ।
ଅତ୍ୟାଚାର ନିବୁଜ ତିମିର ଦୂରେଇ
ସାଜିଛ ସରଗ ଶଶୀ ।।
ସୁପ୍ତ ଲୁପ୍ତପ୍ରାୟ ଜାତିକୁ ଜାଗ୍ରତ-
କରି ବିପ୍ଳବ ର ସୂତ୍ରଧାର ।
ଅନ୍ୟାୟ ର ଅଜଣା ବାରି ପଥରେ
ସେଇ ବାଟଦେଖା ବତିଘର ।।
ଯାହା ଯାହା ତମେ କରି ପକାଇଲ
ନିଜର ଶାଣିତ ମୁନେ ।
ବିଶ୍ଵ ବିଜୟୀ ସ୍କନ୍ଦର ଭାବି ନଥିବେ
ତାଙ୍କର ଦିବା ସପନେ ।।
ତୁମେ ହିଁ ମୋ ପ୍ରିୟ ବନ୍ଧୁ
ସୃଜନୀ ସବୁର ସାକ୍ଷୀ ।
ତମ ମାୟାରେ ସୃଜଇ ସମସ୍ତ
ଥାଅ ମୋର ପାଖାପାଖି ।।
ରାକେଶ ରତନ ପ୍ରଧାନ
କେନ୍ଦୁଝର, ଓଡିଶା
813 total views, 2 views today
ବହୁତ ସୁନ୍ଦର
ବିପ୍ଳବୀ କଲମ ର ଖୁବ୍ ସୁନ୍ଦର୍ ଚିତ୍ରଣ
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ମସୀ ଯୁଗେ ଯୁଗେ ଅସୀ ଠାରୁ ବଳବାନ
ଶୁଭେଚ୍ଛା ଭାଇ
ମସୀ ଯୁଗେ ଯୁଗେ ଅସୀ ଠାରୁ ବଳବାନ୍
ଶୁଭେଚ୍ଛା ଭାଇ
କଲମ ତୁମର ଛୁଇଁଲା ମୋ ମନ
ସତରେ ଅତି ସୁନ୍ଦର,
ଶାଣିତ ହୋଇ ତୁମ କଲମର ମୂନ
କରୁ ସଭିଙ୍କୁ ବିଭୋର ll
ସୁନ୍ଦର କବିତା ଭାଇ
ଖୁବ୍ ଭଲ