**ପ୍ରୀତି ଭିକ୍ଷା*
*( ନାୟିକା ପ୍ରତି ନାୟକର ଉକ୍ତି )**
ଆଜ ଲାଜ କିମ୍ପାଇ ପ୍ରାଣସହୀରେ.. (ଘୋଷା )।।
ଦେଖି ତ ମୁଖେ ହସ, ପୂର୍ବେ ବାନ୍ଧି ସାହସ,
ପ୍ରବେଶି ତୋର ପାଶ,
ପୀରତି ପୀୟୁଷ,
ପିଆଇ ଥିଲିରେ,
ଆଜ ଲାଜ କିମ୍ପାଇ ପ୍ରାଣସହୀରେ.. (ଘୋଷା )
ପାଇ ପୀରତି ରସ, ହେଲୁ ତୁହି ହରଷ,
ମୋହରେ କରି ବଶ,
ପ୍ରେମ ପୁଷ୍ପରସ,
ଚଖାଇ ଥିଲିରେ,
ଆଜ ଲାଜ କିମ୍ପାଇ ପ୍ରାଣସହୀରେ.. (ଘୋଷା )
ମୁକୁଳା କରି କେଶ, କାହିଁ ହୋଇଛୁ ରୋଷ,
ମୋ’ ପରେ ହୋଇ ତୋଷ,
ସରସ ପରଶ,
ଖେଳାଅ ଶରୀରେ,
ଆଜ ଲାଜ କିମ୍ପାଇ ପ୍ରାଣସହୀରେ.. (ଘୋଷା )
ଅନଙ୍ଗ କରେ ଚାଷ, ମୋ ଦେହେ କରି ବାସ,
ଡେରି ନ କରି ଆସ,
ମାନସ ସନ୍ତୋଷ,
କରାଇ ଦିଅରେ,
ଆଜ ଲାଜ କିମ୍ପାଇ ପ୍ରାଣସହୀରେ.. (ଘୋଷା )
କରୁଛି ଉପବାସ, ତୋ ପ୍ରୀତି କରି ଆଶ,
ନିତି ଦିଅଇ ଝାସ,
ନୀଳାମ୍ବର ଦାସ,
ରଜନୀ ଅଙ୍ଗରେ ,
ଆଜ ଲାଜ କିମ୍ପାଇ ପ୍ରାଣସହୀରେ.. (ଘୋଷା )
©️®️ ନୀଳାମ୍ବର ବେହେରା,
ସରକାରୀ ଶିକ୍ଷକ, ଚିକିଟି,ଗଞ୍ଜାମ
ଆହା ❤️
ଖୁବ୍ ସୁନ୍ଦର
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ସଂସ୍କୃତି ସୁମନର ସୁବାସରେ ସୁରଭିତ ସ୍ୱର ।
ଶୁଭେଚ୍ଛା ଭାଇନା
ବଳିଷ୍ଠ ଭାବ ଏବଂ ଭାଷା ରେ ଅନନ୍ୟ ସୃଷ୍ଟି ଟିଏ। ପ୍ରଣାମ ଭାଇନା।