Lets talk with a purest dynamic poetic soul, “Sudhanshu Kumar Tripathy” hails from Ganjam, district of Odisha for SLF Literary Youth Icon Award contest-. 2023
*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ – ଶ୍ରୀମାନ ସୁଧାଂଶୁ କୁମାର ତ୍ରିପାଠୀ
ପିତାଙ୍କ ନାମ- ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ତ୍ରିପାଠୀ
ମାତାଙ୍କ ନାମ-ଶ୍ରୀମତୀ ଉର୍ମିଳା ତ୍ରିପାଠୀ
ଜନ୍ମ ତାରିଖ-୦୧/୦୫/୧୯୯୯
ଘର ଠିକଣା-ଗ୍ରା:-କୃପାସିନ୍ଧୁପୁର ଶାସନ,ପୋ/ଥା:-ଶରଦୁର୍ଗ(ଶେରଗଡ),୭୬୧୧୦୬
ଜିଲ୍ଲା-ଗଞ୍ଜାମ
ଶିକ୍ଷାଗତ ଯୋଗ୍ୟତା-ପ୍ରାଥମିକ ଶିକ୍ଷା
ଇ-ମେଇଲ୍ ଠିକଣା- [email protected]
ମୁଖପୁସ୍ତିକା /Facebook ଠିକଣା::
https://www.facebook.com/profile.php?id=100078032108280
ଶ୍ରଦ୍ଧେୟ ସୁଧାଂଶୁ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
*ଉ*:-ପିଲାଦିନରୁ ଗୁରୁ ଶ୍ରୀ ସୀମାଞ୍ଚଳ ପଣ୍ଡା ଏବଂ ଗାଳ୍ପିକ ଶ୍ରୀ ସଦାନନ୍ଦ ତ୍ରିପାଠୀ ଙ୍କ ସଂସ୍ପର୍ଶରେ ଆସି, ମନ ଭିତରେ ସାହିତ୍ୟ ପ୍ରତି ଅନୁରାଗ ସୃଷ୍ଟି ହୋଇଥିଲା। ଉଭୟଙ୍କ ବଳିଷ୍ଠ ରଚନା ଏବଂ ପ୍ରେରଣା ଦ୍ୱାରା ହିଁ ଭାଷା ସାହିତ୍ୟ ସାଧନ ଦିଗରେ ଏକ ଦୁର୍ବାର ଆକାଂକ୍ଷା ଜାଗ୍ରତ ହୋଇପାରିଥିଲା । ପ୍ରତ୍ୟକ୍ଷ ଭାବରେ କହିବାକୁ ଗଲେ ୨୦୦୬ ମସିହା ସ୍ୱାଧୀନତା ଦିବସ ଅବସରରେ ବିଦ୍ୟାଳୟ ରେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିବାପରେ ,ପୁରସ୍କାର ବିତରଣ ଉତ୍ସବ ରେ ମୋ ଗୁରୁ କହିଥିଲେ ଯେ *“ତୁ ଏ ଦିଗରେ ଆଗକୁ ବହୁତ ଭଲ କରିବୁ।”* ଏବଂ ମୋ ଲେଖା କାଗଜ ଟିକୁ ସମସ୍ତଙ୍କୁ ପଢ଼ାଇ ଥିଲେ। ବୋଧେ ଏହା ହିଁ ଥିଲା ମୋ ଭାଷା ସାହିତ୍ୟ ଯାତ୍ରା ର ମଙ୍ଗଳାଚରଣ।
2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
*ଉ*:-ନିଶା ସେବନ କରୁଥିବା ବ୍ୟକ୍ତି ଯେମିତି ନିଜ ଅଭ୍ୟାସ ରୁ ଦୁରେଇ ରହିପାରେନି ବା କୌଣସି ପ୍ରତିବନ୍ଧକ ତା ଅଭ୍ୟାସ କୁ ପ୍ରଭାବିତ କରିପାରେନି, ଠିକ ସେମିତି ଶବ୍ଦ ସାଉଁଟିବା ମୋ ନିଶା, ସେ ନିଶା ରେ ବୁଡି ରହିବାକୁ ମୁଁ ମୋ ଧର୍ମ ବୋଲି ହିଁ ଭାବେ। ତତ୍ସହିତ ଏ ସବୁ ଅନ୍ତଃସମ୍ବନ୍ଧୀତ ବିଷୟ , ତେଣୁ ବିଶେଷ ବିଷମତା ଦେଖାଯାଏ ନାହିଁ।
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
*ଉ*:- ମୋର ସମ୍ପୂର୍ଣ୍ଣ ପରିବାର ସାହିତ୍ୟ, ଏବଂ ଲୋକକଳା ସହ ଜଡିତ। ପିଲାଟି ଦିନରୁ ସେ ବାସ୍ନା ମହକୁଛି ମୋ ଘରେ। ବିଶେଷ କରି ଯେତେବେଳେ ମୁଁ’ ପ୍ରାଚୀନ ସାହିତ୍ୟ ଉପରେ ନିଜ ମନ ନିବେଶ କଲି , ମୋ ବାପା ମୋତେ ପଥ ପ୍ରଦର୍ଶନ କରନ୍ତି। ରାଗ, ଛନ୍ଦ ଏବଂ ସ୍ୱର ଆଦି ବୁଝାନ୍ତି। ଯାହା ଫଳରେ ମୁଁ ସୃଷ୍ଟି ଟିଏ କରିବା ନିମନ୍ତେ ପଥ ସୁଗମ ହୁଏ।
4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
*ଉ*:- ଭାରତୀ ଭଣ୍ଡାର ର ସୁଯୋଗ୍ୟ ଦାୟାଦ, ଉତ୍କଳୀୟ କାବ୍ୟ ଜଗତର ଚକ୍ରବର୍ତ୍ତୀ ସମ୍ରାଟ *କବିସମ୍ରାଟ ଉପେନ୍ଦ୍ର ଭଞ୍ଜ* ଙ୍କୁ ପିଲାଦିନରୁ ପଢ଼ିବାର ପ୍ରୟାସ କରିଛି। ରୀତି ସାହିତ୍ୟ ରେ କବି ଙ୍କ ଅବଦାନ, ବେଶ ପ୍ରଭାବିତ କରିଥିଲା। କବି ଙ୍କ ଭାଷା, ଭାବନା, ଶବ୍ଦ ଚାତୁର୍ଯ୍ୟ ଏବଂ ସମକାଳୀନ ଓଡ଼ିଆ ସାହିତ୍ୟ କୁ ସଂସ୍କୃତ ସାହିତ୍ୟ ସମକକ୍ଷ କରେଇବାର ସଫଳ ପ୍ରୟାସ ହିଁ ମୋତେ ଭଞ୍ଜ ସାହିତ୍ୟ କୁ ଟାଣିଥିଲା।
ଉପେନ୍ଦ୍ର ଭଞ୍ଜ ଆଧୁନିକ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ଗୁମୁସର (ଘୁମୁସର) ନାମକ ପ୍ରାଚୀନ ରାଜ୍ୟରେ ନୀଳକଣ୍ଠ ଭଞ୍ଜଙ୍କ ଜ୍ୟେଷ୍ଠପୁତ୍ର ଭାବେ ୧୬୮୦ ଖ୍ରୀଷ୍ଟାବ୍ଦର କୁଲାଡଗଡ଼ରେ ଜନ୍ମନେଇଥିଲେ । ଘୁମୁସରରେ ଭଞ୍ଜବଂଶୀୟ ରାଜାମାନେ ଶାସନ କରୁଥିଲେ । ସେମାନଙ୍କ ମଧ୍ୟରେ ଧନଞ୍ଜୟ ଭଞ୍ଜ (ପ୍ରତାପ ଧନଞ୍ଜୟ) ବୋଲି ଜଣେ ରାଜା ଥିଲେ । ସେ ଜଣେ କବି ଓ ଶାସକ ଥିଲେ । ସେ ରଘୁନାଥ ବିଳାସ, ତ୍ରିପୁର ସୁନ୍ଦରୀ, ଇଚ୍ଛାବତୀ, ମଦନମଞ୍ଜରୀ ଆଦି କାବ୍ୟମାନ ରଚନା କରିଥିଲେ । ଧନଞ୍ଜୟ ଓ ତାଙ୍କ ରାଣୀ ମଣ୍ଡାଦେବୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ଉପେନ୍ଦ୍ର ଭଞ୍ଜଙ୍କ ପିତା ନୀଳକଣ୍ଠ ଭଞ୍ଜ । ଘୁମୁସରର ରାଜାମାନେ ଯେଉଁ କେତେଗୁଡିଏ ଦୁର୍ଗ ଗଢ଼ିଥିଲେ ତା’ ମଧ୍ୟରେ ଗୁମୁସରଗଡ଼, ଅନ୍ଧାରଗଡ଼, ଦୁର୍ଗାପ୍ରସାଦଗଡ଼, କୁଲାଡଗଡ଼ ପ୍ରଧାନ । କୁଲାଡଗଡ଼ ଦୁର୍ଗମଧ୍ୟରେ ନୀଳକଣ୍ଠ ଭଞ୍ଜ ବାସ କରୁଥିଲେ । ଉପେନ୍ଦ୍ର ଭଞ୍ଜ ତାଙ୍କର ”ବୈଦେହୀଶ ବିଳାସ” କାବ୍ୟଗ୍ରନ୍ଥରେ ନିଜର ପିତୃପରିଚୟ ଦେଇ ଲେଖିଥିଲେ:
ବରହିବଂଶେ ଉଦ୍ଭବ ନୃପ-ଧନଞ୍ଜୟ ।
ବିଶିଷ୍ଟେ ଘୁମୁସରଅଧିପ ଗୁଣାଳୟ ଯେ ।୪୭।
ବେନି ଅର୍ଥେ ସେ କବି ଗଣେଶ ବୋଲି ଜାଣ ।
ବନ୍ଦନ ତଦ୍ଧତ ତାଙ୍କ ନନ୍ଦନ ପ୍ରମାଣ ଯେ ।୪୮।
ବସୁଧାପତି ସେ ନୀଳକଣ୍ଠ ନାମେ ଖ୍ୟାତ ।
ବିଧାନରେ ମୁଁ ହିଁ ତାହାଙ୍କର ଜ୍ୟେଷ୍ଠସୁତ ଯେ ।୪୯।
ବୀରବର ପଦ ଉପଇନ୍ଦ୍ର ମୋର ନାମ ।
ବାରେ ବାରେ ସେବାରେ ମନାଇଁ ସୀତାରାମ ଯେ ।୫୦।
5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
*ଉ*:-ପ୍ରଥମତଃ ପ୍ରବନ୍ଧ ରୁ ଭାଷା,ସାହିତ୍ୟ ର ଯାତ୍ରା ଆରମ୍ଭ ହୋଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଉଭୟ ଉପନ୍ୟାସ ଏବଂ ଗଳ୍ପ ରେ ନିଜକୁ ହଜେଇଛି।
6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
*ଉ*:-ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟିଏ, ପ୍ରଥମତଃ ଲେଖିବା ପାଇଁ ଏକ ବଳିଷ୍ଠ ଭାବନା ର ଆବଶ୍ୟକତା ଥାଏ। ଭାବନା ର ସାର୍ଥକତା କୁ ପ୍ରତିପାଦନ କରିବା ନିମନ୍ତେ ଉପଯୁକ୍ତ ଶବ୍ଦ ବିନ୍ୟାସ ସହିତ ବ୍ୟାକରଣଗତ ଶୁଦ୍ଧତା ଉପରେ ଧ୍ୟାନ ଦେବା ବିଧେୟ।ତତ୍ସହିତ କାବ୍ୟିକ ଚାତୁର୍ଯ୍ୟ/ଗାଳ୍ପିକ ଗାମ୍ଭିର୍ଯ୍ୟ ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ପଡେ। ଏବଂ ସର୍ବଶେଷ ରେ ସୃଷ୍ଟି ଟି ସମାଜ ରେ ସକାରାତ୍ମକ ପ୍ରଭାବ ପକାଇବାଦିଗରେ କୀୟଦଂଶ ସହାୟ ହେଉ ବୋଲି ହିଁ ଅନ୍ତର କହୁଥାଏ।
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
*ଉ*:-ଏକ କାହାଣୀ ଆମକୁ ଲେଖକଙ୍କ ଚିନ୍ତାଧାରା ଏବଂ ଭାବନା ବିଷୟରେ ଏକ ସ୍ପଷ୍ଟ ଧାରଣା ଦେଇଥାଏ ।ଏଥିରେ ବେଳେବେଳେ ଏକ ନୈତିକ, ଦୁଃସାହସିକ କାର୍ଯ୍ୟ, ହାସ୍ୟରସ, ବୁଦ୍ଧି କିମ୍ବା ଭାବନା ଥାଏ | ଏକ କବିତାର ଏକ ନିର୍ଦ୍ଦିଷ୍ଟ ଆରମ୍ଭ ନାହିଁ, କିନ୍ତୁ ଖୁସି କିମ୍ବା ଦୁଃଖ ର ରଙ୍ଗୀନ ସମାପ୍ତି ଅଛି |
8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
*ଉ*:-କାବ୍ୟିକ ଚରିତ୍ର ଚିତ୍ରଣ ଏବଂ ଗଳ୍ପ ର ଚରିତ୍ର ଚିତ୍ରଣ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ କଥା। କାବ୍ୟିକ ଚରିତ୍ର ସାଧାରଣତଃ ଗୋଟିଏ ବିଷୟ ସହ ସଂଶ୍ଲିଷ୍ଟ, କିନ୍ତୁ ଗଳ୍ପ ଚରିତ୍ରରେ ଭିନ୍ନତା ଏବଂ ଧାରାବାହିକତା ବଜାୟ ରହେ।
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
*ଉ* ଆପଣଙ୍କ କହିବାରେ ଯାହା ସହିତ୍ୟି ର ଉତ୍ତର ଆଧୁନିକ, ମୋ ଭାଷା ରେ ତାହା ଉଗ୍ର ଆଧୁନିକ ପର୍ବ। ଉଗ୍ର ଆଧୁନିକ ପର୍ବରେ ଭାଷା ସାହିତ୍ୟ ର ଭାବନା ସମୂହ ଆଧୁନିକ ହୋଇଗଲା। ଯାହା ଫଳରେ , ଅନେକ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇପାରିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଉଗ୍ର ଆଧୁନିକ ପର୍ବ ଟି କୁ ସମସ୍ତେ ଗ୍ରହଣ କରିପାରିଲେ।
10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
*ଉ*:- ଭାଷା ପ୍ରୀତି ଆନ୍ଦୋଳନ ଶିଥିଳତା ର ପ୍ରଥମ କାରଣ ହେଲା ଆମ ଭିତରେ ଏକତା ର ଅଭାବ, ଦ୍ଵିତୀୟ କଥା ଆମେ ମାଆ କୁ ଭୁଲି ମାଉସୀ ପ୍ରୀତି ରେ ବଳାଇଲେ ମତି। ଯାହା ଫଳରେ ମା କାନ୍ଦୁଛି। ଆଧୁନିକତା ର ଦ୍ୱାହି ଦେଇ…..ସାବତ ପୁଅ ଭାବରେ ନିଜକୁ ଚିତ୍ରଣ କରୁଛନ୍ତି।
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
*ଉ*:- ଜଣେ ସ୍ରଷ୍ଟା ସେତେବେଳେ ଖୁସି ହୁଏ , ଯେତେବେଳେ ତା’ ସୃଷ୍ଟି ଟି ପାଠକୀୟ ଆଦୃତି ଲାଭ କରେ।
12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
*ଉ*:-ସମଗ୍ର ବିଶ୍ୱରେ ଭାରତ ଯେଉଁଭଳି ନାଟକ, କଳା, ସାହିତ୍ୟ ଓ ସଂସ୍କତି କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଠିକ୍ ସେହିଭଳି ସମଗ୍ର ଭାରତ ବର୍ଷରେ ଓଡ଼ଶା ମଧ୍ୟ ଏ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଲାଭ କରିଆସିଛି । ଏହା ସମାଜକୁ ସଂସ୍କାର ପ୍ରଦାନ କରିବା ସହ ନୈତିକ ଶିକ୍ଷାର ପ୍ରମୁଖ ମାଧ୍ୟମ ଭଳି କାର୍ଯ୍ୟ କରିଆସୁଛି । ପ୍ରାଚୀନ ଯୁଗରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଏହା ବିଭିନ୍ନ ଧାରା ମାଧ୍ୟମରେ ପ୍ରବାହିତ ହୋଇ ଆସିଛି। ଓଡ଼ିଆ ସାହିତ୍ୟ ଏବଂ କବି ମାନଙ୍କ ର ଦୂରଦର୍ଶୀ ଚିନ୍ତାଧାରା କୁ ବିଶ୍ୱ ଆଜି ସୂତ୍ର ଭାବରେ ଗ୍ରହଣ କରିଛି।
13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
*ଉ*:-‘ଅଳ୍ପ ରେ ଅନେକ’ କ୍ଷୁଦ୍ର ଗଳ୍ପର ବିଶେଷତା। ତେଣୁ ପାଠକ ମାନଙ୍କ ମନ ଜିତିବାରେ ସେ ଶତ ପ୍ରତିଶତ ସକ୍ଷମ ହୁଏ।
14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
*ଉ*:- ସମାଜର ହିତାର୍ଥେ ସାହିତ୍ୟ ର ସୃଷ୍ଟି। ଜଣେ ସାହିତ୍ୟିକ ଭାବରେ ସାହିତ୍ୟର ମୌଳିକତା କୁ ବଜାୟ ରଖିବା ଆମର ପ୍ରଧାନ କର୍ତ୍ତବ୍ୟ। ନିଜର ଭାବନା ଏବଂ ଶବ୍ଦ କୁ ପ୍ରଚୁର ପ୍ରୟୋଗ କରି ସମାଜ ସଂସ୍କାର ଦିଗରେ ରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ପାରିଲେ ହିଁ, ସାହିତ୍ୟିକ ହେବାର ସାର୍ଥକତା ଉପଲବ୍ଧ ହେବ।
15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
*ଉ*:- ଜଣେ ସ୍ରଷ୍ଟା ପାଇଁ ତା ସୃଷ୍ଟି ଟି ସବୁବେଳେ ସୁନ୍ଦର ଏବଂ ବଳିଷ୍ଠ।ତଥାପି ବଳିଷ୍ଠ ରୁ ବଳିଷ୍ଠତମ କରିବାର ଭୋକ , ସ୍ରଷ୍ଟା ଙ୍କ ପାଖରେ ଥାଏ। ଯେତେବେଳେ ବି ସେମିତି ଅନୁଭବ ହୁଏ କି କିଛି କମି ରହିଯାଇଛି। ତାହାଲେ ସେ ବିଷୟ ରେ ପ୍ରଥମରୁ ପୁଣି ପଠନ, ଅନୁଶୀଳନ କରିବାର ଉତ୍ସାହ ବଢେ।
ମୋ କ୍ଷେତ୍ରରେ ଅନେକ ଥର ଏମିତି ହୋଇଛି…..ଭାବନା କୁ ବଳିଷ୍ଠ ରୁ ବଳିଷ୍ଠତମ କରିବା ପାଇଁ ବେଳେବେଳେ ଅନ୍ୟ କାରକ ର ସାହାଯ୍ୟ ଲୋଡିଛି।
16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
*ଉ* ହଁ………..ଗୋଟିଏ ଉଦାହରଣ ନିଆଯାଉ, ଆମେ ମୁଖପୁସ୍ତିକା ରେ ଅନେକ ଙ୍କ ଲେଖା ପଢୁଛନ୍ତି। କିଏ ପରିଣତ ବୟସ ରେ ପହଞ୍ଚି ସୁଦ୍ଧା ପ୍ରୀତି କବିତା ରେ ମଗ୍ନ ଅଛନ୍ତି ତ, ଆଉ କିଏ ଯୌବନ ର ପ୍ରଥମ ଚରଣ ରେ ଲୋତକବର୍ଷି ବିରହ ଭାବନା ରେ ଜର୍ଜରିତ ହୋଇ ମର୍ମସ୍ପର୍ଶୀ ସୃଷ୍ଟି ସମ୍ଭାର କୁ ସମର୍ପିବାରେ ବ୍ୟସ୍ତ। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ବୟସ ଏକ କାରକ ନୁହଁ। ବରଂ ସ୍ରଷ୍ଟା ନିଜର ଅନୁଭୂତି, ଅନୁଭବ ଏବଂ ପୁସ୍ତକ ପଠନ କୁ ଉପଯୁକ୍ତ ବିଶ୍ଳେଷଣ କରି ହିଁ , ଶବ୍ଦ ଏବଂ ଭାବ ଦ୍ୱାରା ନିଜର ସୃଷ୍ଟି ର ଶ୍ରେଷ୍ଠତ୍ଵ ପ୍ରତିପାଦନ କରନ୍ତି। ହଁ , ଏହା ବି କୁହାଯାଇ ପାରେ ଯେ, ବୟସ ଅନୁପାତରେ ଭାବନା ବଳିଷ୍ଠ ହୁଏ କିନ୍ତୁ, ବୟସ ଭାବନା କୁ ପ୍ରଭାବିତ କରିପାରେ ନାହିଁ।
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
*ଉ* ମୁଁ ଅଧମ ଟିଏ,ଜାଣିନି ମୋ ପାଖରେ ସେତିକି ଯୋଗ୍ୟତା ଅଛି କି ନାହିଁ। ତଥାପି ଖୁସି ଲାଗୁଛି ଏକ ବଡ଼ ଅଭିଯାନ ରେ ନିଜକୁ ସାମିଲ କରେଇପାରିଥିବାରୁ। ଲକ୍ଷ୍ୟ ସମସ୍ତଙ୍କଠୁ ବହୁତ କିଛି ଶିଖିବି ଏବଂ ଆଗାମୀ ଦିନରେ ଆପଣମାନଙ୍କ ଭରସା କୁ ଉଚିତ ସମ୍ମାନ ଦେବି।
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
*ଉ*:- ଅନୁଷ୍ଠାନ କୁ ମୋର ଭୂମିଷ୍ଠ ପ୍ରଣାମ। ଭାଷା ସାହିତ୍ୟ କୁ ସମୃଦ୍ଧ କରିବାରେ ପରିବାର ର ପ୍ରଚେଷ୍ଟା କୁ ସାଧୁବାଦ। ସର୍ବପ୍ରଥମେ କହିବି ଆମ ପରିବାର ଏକ ଅନନ୍ୟ ପରିବାର। ପରିବାର ର ନାମକରଣ ହିଁ ଆଭିମୁଖ୍ୟ କୁ ସ୍ପଷ୍ଟ କରିଛି। ଭାଷା ସାହିତ୍ୟ ଜଗତରେ ଉଦିତ ନବୀନ ପ୍ରତିଭା ତଥା ବଣ ମଲ୍ଲୀ ମାନଙ୍କ ସନ୍ଧାନ କରି,ସେମାନଙ୍କ ହାତ ଧରି ,ବିଶ୍ୱ ଦରବାରରେ ଠିଆ କରେଇବାର ପ୍ରୟାସ ରେ ପରିବାର ର ପ୍ରତେକ୍ୟ ସଦସ୍ୟ, କର୍ମକର୍ତ୍ତା କାର୍ଯ୍ୟକରିଥାନ୍ତି।ଏହାର ପ୍ରତେକ ବିଚାର ଧାରା ସ୍ୱତନ୍ତ୍ର, ନିସ୍ୱାର୍ଥପର ଭାବରେ ଭାଷା ସାହିତ୍ୟ କୁ ପରିପୃଷ୍ଟ କରିବାରେ ଅହରହ ଚେଷ୍ଟା ଚାଲିଥାଏ। ତା ସହିତ” ବରିଷ୍ଠ ଙ୍କୁ ସମ୍ମାନ ଏବଂ କନିଷ୍ଠ ଙ୍କୁ ସୁଯୋଗ” ନାରା ରେ ଅନୁଷ୍ଠାନ ଆଗକୁ ବଢିଚାଲିଛି।
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
*ଉ*:- ଜୀବନ କୁ ଜୀବିତ ରଖିବାରେ ସାହିତ୍ୟ ନିତାନ୍ତ ଆବଶ୍ୟକ, ମଣିଷ କୁ ମଣିଷ କରିବାରେ ସାହିତ୍ୟ ଗୁରୁ ଦାୟିତ୍ୱ ବହନ କରେ।
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ବିଗତ ୩ ବର୍ଷ ର ସମ୍ପର୍କ, ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କ ସାହିତ୍ୟ ପ୍ରତି ଥିବା ଭୀଷ୍ମ ପ୍ରତିଜ୍ଞା ହିଁ ମୋ ମନରେ ଅନୁଷ୍ଠାନ ପ୍ରତି ଆଗ୍ରହ ଜନ୍ମାଇଥିଲା।
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
*ଉ*:- ସାହିତ୍ୟ କୁ ପାଥେୟ କରି ସମାଜ ରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବାର ଆଭିମୁଖ୍ୟ ରହିଛି। ତା ସହିତ ନାରୀ ପ୍ରଗତି, ନିଶା ମୁକ୍ତି ଏବଂ ସମାଜିକ ସଂସ୍କାର କରିବା ଦିଗରେ ସାହିତ୍ୟ ର ସହଯୋଗ ଲୋଡିଛି।
ଗୋଟିଏ ଆଙ୍ଗୁଠିରେ ତ ମୁଠା ହୋଇ ପାରେନି,ତେଣୁ ପରିବାର ରେ ରହି ସମସ୍ତଙ୍କ ସହଯୋଗ ରେ ଏକ ସୁସ୍ଥ ସମାଜ ଗଠନ କରିବାରେ ଆଶାବାଦୀ ଅଛି।
ସ୍ନେହର ସୁଧାଂଶୁ !
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ|
ସାକ୍ଷାତକାର ପଢି ଜାଣିଲି ଯେ ଶବ୍ଦ ସାଉଁଟିବା ଆପଣଙ୍କର ନିଶା, ସେ ନିଶା ରେ ବୁଡି ରହିବାକୁ ଆପଣ ନିଜର ଧର୍ମ ବୋଲି ହିଁ ଭାବନ୍ତି। ଜୀବନ କୁ ଜୀବିତ ରଖିବା ତଥା ମଣିଷକୁ ମଣିଷ କରିବାରେ ସାହିତ୍ୟ ଗୁରୁ ଦାୟିତ୍ୱ ବହନ କରେ।ସାହିତ୍ୟ ପ୍ରତି ଥିବା ଭୀଷ୍ମ ପ୍ରତିଜ୍ଞା ହିଁ ଆପଣଙ୍କୁ ସାହିତ୍ୟ ଜଗତରେ ଦିନେ ସ୍ବତସ୍ତ୍ର ସ୍ଥାନ ଦେବ।
ଖୁବ୍ ସୁନ୍ଦର ଉତ୍ତର ଗୁଡିକ ,ହୃଦୟକୁ ଛୁଇଁଲା ସାହିତ୍ୟ ସାଧନାରେ ଶୀର୍ଷରେ ପହଞ୍ଚନ୍ତୁ ,ଲେଖନୀର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି