March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

Lets talk with a  young and  dynamic ink slinger, “Soumya Ranjan Sahu” hails from  Kendujhar, district of Odisha for SLF Literary Youth Icon Award contest-. 2023

Lets talk with a  young and  dynamic ink slinger, “Soumya Ranjan Sahu” hails from  Kendujhar, district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ -ସୌମ୍ୟ ରଞ୍ଜନ ସାହୁ
ପିତା ଙ୍କ ନାମ – ନାରାୟଣ ସାହୁ
ମାତା ଙ୍କ ନାମ – ରାଧା ସାହୁ
ଜନ୍ମ ତାରିଖ – 5/03/2000
ଘର ଠିକଣାଗ୍ରାମ – ଡଙ୍କୁରି, ପୋଷ୍ଟ -ହାଟଡିହି, ଜିଲ୍ଲା – କେନ୍ଦୁଝର
ଶିକ୍ଷାଗତ ଯୋଗ୍ୟତା – ସ୍ନାତକ ପଦାର୍ଥ ବିଜ୍ଞାନ
ଇ ମେଲ – [email protected]


ଶ୍ରଦ୍ଧେୟ ସୌମ୍ୟ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ଉ – ବିଦ୍ୟାଳୟ ରେ ପଢିଲା ବେଳେ ବିଭିନ୍ନ ପ୍ରତିଯୋଗିତା ରେ ବିଶେଷ କରି କବିତା ଲିଖନ ରେ ଭାଗ ନେବା ପରେ ମୋର ସାହିତ୍ୟ ପ୍ରତି ଆଗ୍ରହ ବଢ଼ିଲା ଓ ତା ପରେ ବାପା ଙ୍କ ପ୍ରେରଣା ରେ ମୁଁ ଲେଖା ଆରମ୍ଭ କଲି

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ -ଯେ ହିତ ସାଧନା କରେ ସେ ହେଉଛି ସାହିତ୍ୟ ତଥା ସମାଜ ର ଦର୍ପଣ ସାହିତ୍ୟ ଜୀବନ କୁ ପରିମାର୍ଜିତ କରେ ତେଣୁ ମୁଁ ପାଠ ପଢା ସହିତ ସାମାଜିକ ଜୀବନ ରେ ସର୍ବସମତା ରକ୍ଷା କରିବା ପାଇଁ ଚେଷ୍ଟା କରେ

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଉ – ହଁ ବାପା ଙ୍କ ଭୂମିକା ବେଶୀ ରହିଛି କାରଣ ବାପା ଜଣେ ପାଲା କଳାକାର ଯେତେବେଳେ ବି ଲେଖି ବା ରେ କୌଣସି ତ୍ରୁଟି କରେ ବାପା ସଂଶୋଧନ କରି ବାରେ ସାହାଯ୍ୟ କରନ୍ତି

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ?  ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ଉ – ବିଦ୍ୟାର୍ଥି ଜୀବନ ରେ ଅନେକ ଗଳ୍ପ, ଉପନ୍ୟାସ, ପଢିଛି କିନ୍ତୁ ଗାଳ୍ପିକ ଫକୀର ମୋହନ ସେନାପତି ଙ୍କ ଲେଖା ମୋ ହୃଦୟ କୁ ସ୍ପର୍ଶ କରିପାରିଛି ତାଙ୍କ ରଚିତ ଡାକମୁନସୀ ଗଳ୍ପ ସମାଜ କୁ ବହୁ ବାର୍ତା ଦେବା ସହିତ ସାହିତ୍ୟ ଜଗତ କୁ ରୁଦ୍ଧିମନ୍ତ କରି ପାରିଛି

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ଉ – ମନ ର ଭାବନା  କୁ ଶବ୍ଦ ରେ ପ୍ରକାଶ କରିବାକୁ ଭଲ ପାଏ ଏଥି ସହିତ ଲେଖନୀ ମୁନ ରୁ ଝରି ପଡୁଥିବା ଲେଖା କୁ ପଢି ଆତ୍ମସନ୍ତୋଷ ଲାଭ କରେ ତଥାପି କହିବାକୁ ଗଲେ କବିତା ରେ ମୁଁ ନିଜ କୁ ଅଧିକ ବ୍ୟକ୍ତ କରିପାରିଛି

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
ଉ – ଗଳ୍ପ ହେଉ ଅବା କବିତା ଲେଖିଲା ବେଳେ ପ୍ରଥମେ ଲେଖା ର ସାରମର୍ମ ଏବଂ ଶବ୍ଦ ର ଚାତୁର୍ଯ୍ୟତା ଏବଂ ବ୍ୟାକରଣ କୁ ଦୃଷ୍ଟି ଦେବା ଉଚିତ

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
ଉ – ମନ ର ଭାବନା କୁ ଅଳଙ୍କାର ରେ ସଜାଇ ଛାନ୍ଦ ଯୁକ୍ତ କରି ଏକ  ସୀମିତ ବଳୟ ରେ ଆବଦ୍ଧ କରିହୁଏ କବିତା ରେ କିନ୍ତୁ ଗଳ୍ପ ରେ ସମ୍ପୂର୍ଣ ଆଲୋଚନା ସହିତ ସସ୍ପେନ୍ସ ରଖିବା କୁ ପଡିଥାଏ ଯାହା କି ଆଗକୁ ପଢିବାକୁ ଇଛା ସୃଷ୍ଟି କରେ

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଉ – ଫରକ କେବଳ ଏତିକି କି କବିତା ରେ ଚରିତ୍ର କୁ ସୀମିତ ସୀମା ଭିତରେ ପରିପ୍ରକାଶ କରାଯାଏ କିନ୍ତୁ ଗଳ୍ପ ରେ ଚରିତ୍ର ଉପରେ ଆମୂଳଚୂଳ ବର୍ଣନା କରାଯାଏ

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉ – ଆଧୁନିକତା ର ତାଳେ ତାଳେ ପ୍ରାଚୀନ ସାହିତ୍ୟ ତଥା ପ୍ରାଚୀନ କବି ନ୍କ ନିସୃତ ଲେଖନୀ କୁ ହାତେ ଧରି ସାହିତ୍ୟ କୁ ସମାଜ ରେ ପ୍ରତିଷ୍ଠିତ କରାଯାଉ

10-ପୁରା କାଳରେ କରାଯାଇଥିବା  ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଉ – ପୂର୍ବକାଳ ରେ ଭାଷା ପ୍ରୀତି ଦ୍ୱାରା ଓଡ଼ିଆ ଭାଷା ର ଜୟଯାତ୍ରା ଜାରି ରହୁଥିଲା ବର୍ତମାନ ସମୟ ରେ ତାହାର ବିପରୀତ ଦେଖାଯାଉଛି ଏ ସମାଜ ରେ ସାହିତ୍ୟ କୁ ବ୍ୟବସାୟ ବଢି ଗଲାଣି କିଛି ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ପଇସା ନେଇ ମାନପତ୍ର ଦେଉଛନ୍ତି ଦୁଃଖ ଲାଗୁଛି କି ଏହି କବି ମାନେ ହିଁ ଏମାନଙ୍କୁ ପ୍ରଶୟ  ଦେଉଛନ୍ତି ଚୋର ର କାମ ତ ଚୋରି କରିବା କିନ୍ତୁ ଚୋରି କୁ ପ୍ରଶୟ ଦେଉଥିବା ଲୋକ ହିଁ ଦୋଷୀ ହୋଇଥାଏ ଜଣେ ସାହିତ୍ୟ ସାଧକ ପାଇଁ ମାନ ବଡ ହୋଇଥାଏ ପତ୍ର ନୁହେଁ ଏଇ କଥା କୁ ଯଦି ବୁଝିଯାନ୍ତେ ଆଜି ଏ ସମସ୍ୟା ହୋଇନଥାନ୍ତା ସେ ଯାହାବି ହେଉ ବର୍ତ୍ତମାନ ସମୟ ରେ ଆମେ ସମସ୍ତେ ମିଳିମିଶି କେମିତି ସାହିତ୍ୟ କୁ ଆଗକୁ ନେବା କୁ ହେବ ସେ ବିଷୟ ରେ ଚିନ୍ତନ କରିବା ଉଚିତ

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଉ – ଭଲ କବିତା କିମ୍ବା ଗଳ୍ପ ପଢି ସାରିବା ପରେ ଯେଉଁ ନିର୍ଯ୍ୟାସ ର ଶିକ୍ଷା ମିଳେ ତାହା ବହୁତ ଶାନ୍ତି ଦେଇଥାଏ ଏହା ଠାରୁ ସୁଖକର ଅନୁଭୂତି କଣ ବା ହେଇପାରେ ସାରସ୍ୱତ ପ୍ରେମୀ ଭାବ ରେ ନିଜକୁ ପାଠକ ଭାବେ ସୁଖକର ଲାଗେ

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଉ – ଜଗତୀକରଣ ଓ ବିଶ୍ୱାୟନ ପ୍ରକ୍ରିୟା ରେ ଓଡ଼ିଆ ସାହିତ୍ୟ ଧୀରେ ଧୀରେ ଆଗକୁ ବଢିଚାଲିଛି ।

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଉ – ବ୍ୟସ୍ତ ବହୁଳ ଜୀବନ ରେ ପାଠକ ଟିଏ ଚାହେଁ ଯେ କିପରି ଅଳ୍ପ ସମୟ ରେ ବିଷୟ କୁ ପଢି ନୂତନ ଶିକ୍ଷା ପାଇବା ପାଇଁ ଓ ଏହାର ଏକ ମାତ୍ର ମାଧ୍ୟମ ହେଉଛି କ୍ଷୁଦ୍ର ଗଳ୍ପ ଏଣୁ କ୍ଷୁଦ୍ର ଗଳ୍ପ ସମସ୍ତ ଙ୍କ ପ୍ରିୟ

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି  ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଉ – କୁହାଯାଏ କି ଅଶି ଠାରୁ ମସୀ ଶକ୍ତିଶାଳୀ ହୋଇଥାଏ ହଁ ଜଣେ ସାରସ୍ୱତ ସାଧକ ଲେଖନୀ ଦ୍ୱାରା ବିପ୍ଳବ ସୃଷ୍ଟି କରି ପରେ ଚତୁର୍ପାର୍ଶ୍ୱ ରେ ଘଟୁ ଥିବା ଘଟଣା, ଦୁର୍ଘଟଣା, ଅନ୍ୟାୟ, ଅନୀତି ବିରୁଦ୍ଧ ରେ ସ୍ୱର ଉତ୍ତୋଳନ କରି ସମାଜ ରେ ଶାନ୍ତି ପ୍ରତିଷ୍ଠା କରିବା ସାହିତ୍ୟ ସାଧକ ଙ୍କ ଲକ୍ଷ ହେବ ଉଚିତ

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି  ସେତେ ଭଲ ହୋଇପାରିନି,  ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉ – ନିଜସ୍ୱ ଅନୁଭୂତିରୁ କହିଲେ କବିତା ଟିଏ ଲେଖିସାରିବା ପରେ ବାରମ୍ବାର ପଢେ ଶ୍ରୁତି ମଧୁର ହୋଇନଥିଲେ କିମ୍ବା ଭାଷା ତ୍ରୁଟି ଥିଲେ ବ୍ୟସ୍ତ ବିବ୍ରତ ଲାଗେ କିନ୍ତୁ ମୋର ବାପା ସଂଶୋଧନ କରିବାରେ ସାହାଯ୍ୟ କରନ୍ତି ତେଣୁ ଧାର୍ଯ୍ୟ ରଖି ତ୍ରୁଟି ସଂଶୋଧନ କରି ଆତ୍ମସନ୍ତୋଷ ଲାଭ କରିଥାଏ

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ – ପୁସ୍ତକ ପଠନ ଦ୍ୱାରା ନୂତନ ଶିକ୍ଷା ମିଳିବା ସଂଗେ ସଂଗେ ନୂଆ ଶୈଳୀ ରେ ଲେଖିବା କୁ ସକ୍ଷମ ହୋଇଥାଏ ବୟସ ବୃଦ୍ଧି ହେଲେ ଜ୍ଞାନ ବଢେ ନାହିଁ ଗଭୀର ଚିନ୍ତନ, ପଠନ ଦ୍ୱାରା ଜ୍ଞାନ ର ବିକାଶ ହୋଇଥାଏ ଏଥିପାଇଁ ବୟସ ଗୁରୁତ୍ୱପୂର୍ଣ ନୁହେଁ ।

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ – ଅନ୍ତର୍ଜାତୀୟ ସ୍ତରର ପ୍ରସିଦ୍ଧି ଲାଭ କରିଥିବା ଅଗ୍ରଣୀ ଅନୁଷ୍ଠାନ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ରେ ଜଣେ ଯୁବ ପ୍ରତିଭା ଭାବେ ଉପସ୍ଥାପନ କରିବାର ସୁଯୋଗ ମୋ ପାଇଁ ଗର୍ବ ର ବିଷୟ ମୁଁ ବହୁତ ଖୁସି କି ଏଭଳି ଏକ ପରିବାର ରେ ଅଂଶ ହୋଇପାରିଛି ପରିବାର ପାଖରେ କୃତଜ୍ଞତା ଜ୍ଞାପନ କରୁଛି ।

18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ଉ – ଯୋଡ଼ିହେବା ପର ଠାରୁ ସୂର୍ଯ୍ୟୋଦୟ ପରିବାର ରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ମୋତେ ବହୁତ ମାତ୍ରାରେ ପ୍ରଭାବିତ କରିଛି। ସମସ୍ତେ ସମସ୍ତଙ୍କୁ ପଢି ସୁଚିନ୍ତିତ ମତାମତ ଦେଉଛନ୍ତି ଯାହା ଅନ୍ୟାନ୍ୟ ପରିବାରରେ ପ୍ରାୟେତଃ ଦେଖିବାକୁ ମିଳେ ନାହିଁ। ପରିବାର ର ପ୍ରତିଷ୍ଠାତା ସମ୍ପାଦକ ମନୋଜ ଭାଇ ଙ୍କ manoj’s digest, ଏବଂ ସୂଚନା ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ସାର୍ ଙ୍କ “ଆଉ ପାଦେ ଆଗକୁ”  ମତେ ବେଶୀ ବେଶୀ ପ୍ରଭାବିତ କରିଛି ।

19.ସୂର୍ଯ୍ୟୋଦୟ  ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି? 
ଉ – ମୋର ଜଣେ ବନ୍ଧୁ ଙ୍କ ମାଧ୍ୟମ ରେ ମୁଁ ଏହି ପରିବାର ରେ ଯୋଡି ହୋଇପାରିଛି ଏବଂ ମୋ ହୃଦୟ ରୁ ତାଙ୍କ ପାଇଁ ଅଶେଷ ଭଲପାଇବା | ଜୀବନ କହିଲେ ଦୈନନ୍ଦିନ ର ଘଟଣା ସମୂହ କେତେବେଳେ ଦୁଃଖ ପୁଣି କେତେବେଳେ ସୁଖ ଏହି ଭଳି କର୍ମ ମୟ ଜୀବନ ରେ ଆତ୍ମତୃପ୍ତି ର ଆନନ୍ଦ ମିଳେ ସାହିତ୍ୟ ରେ ସାହିତ୍ୟ ଏମିତି ଏକ ଭାବନା ଯାହା ମନ ରେ ନୂତନ ଜାଗରଣ ସୃଷ୍ଟି କରିବା ସହିତ ହୃଦୟ କୁ ପରିମାର୍ଜିତ କରିଥାଏ ।

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ଉ – ଜଳ ବିନା ମୀନ ର ଜୀବନ ସମ୍ଭବ ନୁହେଁ ଠିକ ସେହିପରି ସାହିତ୍ୟ ବିନା ଜୀବନ ଅସମ୍ଭବ ଏହି ପରିବାର ରେ ଯୋଡି ହୋଇ ଆଗାମୀ ଦିନ ରେ ସାରସ୍ୱତ ସ୍ରଷ୍ଟା ଙ୍କ ର ଭଲ ପାଇବା ତଥା ନିଜର ତ୍ରୁଟି ସମୀକ୍ଷା ଦ୍ୱାରା ଅନେକ କିଛି ଶିକ୍ଷା ଲାଭ କରି ଆଗେଇ ଯିବାର ସହଯୋଗ ହିଁ ମୋର କାମ୍ୟ |

ସ୍ନେହର ସୌମ୍ୟ !
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ|

Loading

2 thoughts on “Lets talk with a  young and  dynamic ink slinger, “Soumya Ranjan Sahu” hails from  Kendujhar, district of Odisha for SLF Literary Youth Icon Award contest-. 2023

  1. ସତରେ ସାହିତ୍ୟ ମନରେ ନୂତନ ଜାଗରଣ ସୃଷ୍ଟି କରିବା ସହିତ ଜୀବନକୁ ପରିମାର୍ଜିତ କରେ।ଆମ କର୍ମମୟ ଜୀବନ ରେ ଆତ୍ମତୃପ୍ତି ର ଆନନ୍ଦ ମିଳେ ସାହିତ୍ୟ ସହଯୋଡିହେଲେ।ଆଜୀବନ ସାହିତ୍ୟୟକୁ ହୃଦୟରେ ସ୍ଥାନଦେଇ ଆଗକୁ ଆଗେଇ ଯାନ୍ତୁ ।ଏଥିପାଇଁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା।

Leave a Reply

Your email address will not be published. Required fields are marked *