April 28, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with young budding poetess Mamata Sau, hails from Byasabhumi Balasore district of Odisha for SLF Literary Youth Icon Award contest-. 2023

Lets talk with young budding poetess Mamata Sau, hails from Byasabhumi Balasore district of Odisha for SLF Literary Youth Icon Award contest-. 2023

ନାମ – ମମତା ସାଉ
ପିତାଙ୍କ ନାମ– ଲକ୍ଷ୍ମଣ ସାଉ
ମାତାଙ୍କ ନାମ- ଲକ୍ଷ୍ମୀମଣି ସାଉ
ଜନ୍ମ ତାରିଖ-୧୦ ଅକ୍ଟୋବର ୧୯୯୭
ଘର ଠିକଣା– ହାତିଆଗଣ୍ଡ,ରେମୁଣା
ଜିଲ୍ଲା-ବାଲେଶ୍ୱର
ଶିକ୍ଷାଗତ ଯୋଗ୍ୟତା–  ଅଧି – ସ୍ନାତକ କଳା (ଅର୍ଥଶାସ୍ତ୍ର ) ଫକୀର ମୋହନ ବିଶ୍ବବିଦ୍ୟାଳୟର, ବାଲେଶ୍ୱର
ଇ-ମେଇଲ୍ ଠିକଣା- [email protected]

ମୁଖପୁସ୍ତିକା /Facebook ଠିକଣା:: https://www.facebook.com/mamtasau23

ସ୍ନେହର ମମତା!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
– ପିଲାବେଳୁ ଇଚ୍ଛା ଥିଲା ନିଜେ କବିତା ଲେଖିବି,ଆଉ କେବେ ଲେଖି ପାରିବି ଭାବିନଥିଲି। କୋରାନା ସମୟ ରେ ପ୍ରଥମେ ଛୋଟ କବିତା ଟି ଲେଖିଥିଲି ଧୀରେ ଧୀରେ ସାହିତ୍ୟ ପ୍ରତି ଆଗ୍ରହ ବଢିବା ରେ ଲାଗିଲା।

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
– ପାଠ ପଢା ସହିତ ଅବସର ସମୟ ପାଇଲେ କବିତା ଲେଖେ । ନିଜ ସମୟରୁ କିଛି ସମୟ ସାହିତ୍ୟ ପାଇଁ ରଖିଥାଏ ।

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
– ଏ ଦିଗ ରେ ପରିବାର ର ସେମିତି ବିଶେଷ କିଛି ଭୂମିକା ନାହିଁ।

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
– ଏଇ ପ୍ରଶ୍ନ ଟି ମୋ ପାଇଁ ଅଡ଼ୁଆ ରେ ପକାଇଛି । ଆଜି ପ୍ରଯ୍ୟନ୍ତ ଯେଉଁ ସାହିତ୍ୟିକ ଙ୍କ ଲେଖା ସବୁ ପଢ଼ିଚି ସମସ୍ତ ଲେଖା ପ୍ରୋତ୍ସାହିତ କରେ। ପ୍ରତ୍ୟେକ ଲେଖା ବହୁତ୍ କିଛି ଶିକ୍ଷା ପାଇଛି।

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
– ମୁଁ ପ୍ରାୟତଃ କବିତା ଲେଖାରେ ନିଜକୁ ବ୍ୟକ୍ତ କରିଛି।

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?

– ସେ ଗଳ୍ପ ହେଉ ଅବା କବିତା ଲେଖିବା ବେଳେ ପ୍ରଥମେ ମାନସିକ ପ୍ରସ୍ତୁତି।ଆଉ ନିଜସ୍ୱ ଅନୁଭବ ନଥିଲେ ଲେଖାଟି ଫିକା ଫିକା ଲାଗେ।

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?

– କବିତା ଓ ଗଳ୍ପ ମଧ୍ୟରେ ସମାନତା ଅଛି । ବେଳେ ବେଳେ ବିଷମତା ମଧ୍ୟ ଦେଖାଯାଏ ।କିଛି କବିତାର ଶବ୍ଦ ପାଠକ ବୁଝି ପାରନ୍ତି ଆଉ କିଛି କୁ ଓଲଟା ବୁଝି ଯାଆନ୍ତି । କିନ୍ତୁ ଗଳ୍ପ ର ଚରିତ୍ର ତାର ଭାଷା କୁ ସହଜ ରେ ବୁଝି ପାରନ୍ତି।

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?

– ଗଳ୍ପ ଓ କବିତାରେ ଚରିତ୍ର ଚିତ୍ରଣ କରିବା ପ୍ରାୟତଃ ସମାନ।କିନ୍ତୁ ଗଳ୍ପ ଚରିତ୍ର ର ଚିତ୍ରଣ ଅଧିକ ବିଶ୍ଳେଷଣ ର ଆବଶ୍ୟକ କରିଥାଏ।

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?

– ଆଜିର ମଣିଷ ଆଧୁନିକତାକୁ ନେଇ ବଞ୍ଚୁଚି।ଆଉ ସମାଜ ଯାହା କରୁଚି ସାହିତ୍ୟ ତାକୁ ତାର କଲମ ରେ ଆଙ୍କୁଚି।

10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?

– ଆମରି ଓଡ଼ିଆ ଜାତିର ମହାମହିମ ମାନେ ଆମ ଭାଷାକୁ ବଞ୍ଚାଇ ରଖିବାକୁ କେତେ କଣ କରୁଥିଲେ। ହେଲେ ଏବେ ଆମ ଭାଷାର ଅବସ୍ଥା କଥା ଭାବିଲେ ମନ ଉଦାସ ହୋଇ ଯାଉଛି।

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?

– ସାହିତ୍ୟ ମୋତେ ପ୍ରତ୍ୟେକ ସମୟ ରେ ଆନନ୍ଦ ପ୍ରଦାନ କରେ।ସାହିତ୍ୟ ସାଧନ ରେ ପାଦ ଥାପିବା ପରେ ଜୀବନ ର ମୋଡ ଯେମିତି ବଦଳି ଯାଇଛି।

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।

– ସମୟ ତାଳରେ ଆମକୁ ଚାଲିବାକୁ ହୋଇଥାଏ।ଆଉ ଜଗତୀକରଣ ମଧ୍ୟ ପ୍ରଭାବ ପକାଉଛି। ଯାହା ଫଳ ରେ ଆମେ ଅନ୍ୟ ମାନଙ୍କ ଲେଖା ଆମ ପାଖରେ ପହଞ୍ଚି ପାରୁଚି ଆମ ଲେଖା ମଧ୍ୟ ପ୍ରକାଶ କରି ପାରୁଚୁ।

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?

– ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ ମୋ ମତ ରେ ପାଠକଙ୍କ ମନକୁ ବେଶୀ ଛୁଇଁ ପାରୁଚି।କାରଣ ଏଇ ଛୋଟ ଛୋଟ ଗଳ୍ପ ହେଲେ ମଧ୍ୟ ବହୁତ୍ କିଛି ଶିକ୍ଷା ଆଉ ଆନନ୍ଦ ପ୍ରଦାନ କରେ।

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।

– ଆଜ୍ଞା ନିଶ୍ଚୟ। ସମାଜ ରେ ସଂସ୍କାର ରହିଲେ ଆମ ଜୀବନ ମଧ୍ୟ ସୁଖ ଶାନ୍ତିରେ ଅତିବାହିତ ହେବ।ଆଉ ସାହିତ୍ୟ ଦ୍ଵାରା ସମାଜ ରେ ପରିବର୍ତ୍ତନ ମଧ୍ୟ ଅଣା ଯାଇ ପାରେ।

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?

– ନିଜସ୍ଵ ଅଭିଜ୍ଞତା କିଛି ସେମିତି ନାହିଁ। ଯଦିବି କେହି କୁହନ୍ତି ସେଥିରେ ଭାଙ୍ଗି ନ ପଡ଼ି,ନିନ୍ଦାକୁ ପ୍ରେରଣା ଭାବି ଆଗେଇବାର ଅଛି।

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

– ହଁ, ଏହି ମନ୍ତବ୍ୟ ଟି ମୋ ମତ ରେ ଠିକ୍।ସାହିତ୍ୟ ପାଇଁ କୋୖଣସି ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ। ବରଂ ଦରକାର ଉପଯୁକ୍ତ ଅନୁଭବ, କିଛି ଭାବନା କିଛି ଚିନ୍ତନ ଆଉ କିଛି ଅନୁଭୂତି।

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

– ବହୁତ୍ ସୁନ୍ଦର ଅନୁଷ୍ଠାନ ମୁଁ ବହୁତ୍ ଖୁସି ଏହି ଅନୁଷ୍ଠାନ ଯୋଡ଼ି ହୋଇ ରହିଥିବାରୁ ଧନ୍ୟ ମନେ କରୁଛି।

18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?

– ସାହିତ୍ୟ କୁ ମୋର ଶରୀର ର ଗୋଟେ ଅଙ୍ଗ ବୋଲି ଭାବି ନେଇଛି ।ସେହି ସାହିତ୍ୟ ପ୍ରେମରେ ବର୍ତ୍ତି ହୋଇ ଏଠାକୁ ଆସିଥିଲି।ଏଠାରେ ଅନେକ କିଛି ନୂଆ କଥା ଶିଖିବାକୁ ମିଳେ।

19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?

– ଜଣେ ବଡ ଭାଈ ଙ୍କ ଦ୍ଵାରା ପରିବାର ରେ ଯୋଗ ଦେଇଥିଲି।ଆଜିର ଜୀବନ ବ୍ୟସ୍ତ ବହୁଳ ତଥାପି ସାହିତ୍ୟକୁ ମୋର ପ୍ରାଣ ମନେକରି ଏଇ ପଥ ରେ ପାଦ ଦେଇଚି। ହୃଦୟ ମଧ୍ଯ ରେ ସାହିତ୍ୟ ସାଧନ ର ପ୍ରଦୀପ ଟିଏ ଜାଳିଛି।

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।

– ସାହିତ୍ୟ ମୋତେ ବାଟ ଦେଖେଇ ଛି ଶାନ୍ତି ରେ ସୁଖ ରେ ବଞ୍ଚିବା ଶିଖେଇଚି ।ଅନେକ ଦୁଃଖ ଉଦାସପଣ କୁ ଦୂର କରିଛି।ପ୍ରିୟ ର ଅନୁଷ୍ଠାନ ଗୋଟିଏ ପରିବାର ପରି ନିଜ ପରିବାର ଠୁ କଣ ବା ଆଶା କରିବି।

 

 

ସ୍ନେହର ମମତା!

ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

Loading

7 thoughts on “Lets talk with young budding poetess Mamata Sau, hails from Byasabhumi Balasore district of Odisha for SLF Literary Youth Icon Award contest-. 2023

  1. ବହୁତ ସୁନ୍ଦର ଭାବରେ ଆପଣ ଉତ୍ତର ଉପସ୍ଥାପନା କରିଛନ୍ତି, ଏମିତି ଆହୁରି ଆଗକୁ ନିଜ ଭାବନା ଆଉ କଲମ ଧରି ସାହିତ୍ୟ କ୍ଷେତ୍ରରେ ଆଗେଇ ଯାଆନ୍ତୁ । ଜୟ ଜଗନ୍ନାଥ

  2. ନୂଆ ନୂଆ ଏହି ସାହିତ୍ୟ ଜଗତରେ ଖଣ୍ଡିଉଡା ଦେଉ ଦେଉ ଆପଣଙ୍କୁ ନିଞ୍ଚୟ ଦିନେ ସାହିତ୍ୟ ଜଗତରେ ଉଚ୍ଚସ୍ଥାନ ପ୍ରାପ୍ତି ହେବେ।ନିଜ ଲେଖା ମଧ୍ୟମରେ ସମାଜକୁ ପରିବର୍ତ୍ତନ କରିବାର ଚିନ୍ତାଧାର ଖୁବ୍ ଉଚ୍ଚକୋଟିର।ସର୍ବଦା ସଫଳତା ପ୍ରାପ୍ତି ହୁଅନ୍ତୁ।

  3. ନିଜର ଅନୁଭବ ଓ ଜ୍ଞାନ ଦ୍ବାରା ସାହିତ୍ୟ ସାଧନା ଜନାଦୃତ ହେଉ। ଯୁବ ପ୍ରତିଭାମାନଙ୍କୁ ପ୍ରକାଶନର ମାଧ୍ଯମ ଯୋଗାଇ ଦେଇଥିବା SLF ଜନମାନସରେ ସ୍ୱତନ୍ତ୍ର ପରିଚୟ ତିଆରି କରୁ ମୋର କାମନା।

Leave a Reply

Your email address will not be published. Required fields are marked *